Unknown

 

 

 

 

 

 

 

 

 

 

କଳ୍ପନା ରହସ୍ୟ

ଶ୍ରୀ ଗଣେଶ୍ୱର ଦାଶଶର୍ମା

 

ସ୍ରଷ୍ଟା ଓ ସୃଷ୍ଟି

 

ଆମେ ଯାହା ଦେଖୁଛେ ଏହି ସବୁହିଁ ସୃଷ୍ଟି । ସ୍ରଷ୍ଟା କିଏ ? ଏହି କଥାଟି ଭାବିବାକୁ ଗଲାବେଳେ ଗୋଟିଏ ଶ୍ଲୋକ ମନେ ପଡ଼େ—‘‘ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ୱା ପୁରୋବାଚ ପ୍ରଜାପତିଃ’’ ଅର୍ଥାତ୍‍ ପୂର୍ବରୁ କଥିତ ଅଛି—ପ୍ରଜାପତି ଯଜ୍ଞସହ ପ୍ରଜାମାନଙ୍କୁ ସୃଷ୍ଟି କରିଅଛନ୍ତି ।

 

ଏହିଠାରେ ପ୍ରଶ୍ନ ଉଠି ପାରେ ଯେ, ପ୍ରଜାପତି କିଏ ? ସେ କେଉଁଠି ରହନ୍ତି ଏବଂ କି କି ଉପାଦାନ ନେଇ ଏ ସବୁକୁ କିପରି ସୃଷ୍ଟି କରନ୍ତି, ଏବଂ ଯଜ୍ଞ କାହାକୁ କୁହାଯାଏ ?

 

ଏ ସବୁ ପ୍ରଶ୍ନର ଉତ୍ତର ସହଜ ଓ ବୋଧଗମ୍ୟ ନ ହେଲେ ମଧ୍ୟ, ଏହାର ଉତ୍ତର ସ୍ୱରୂପ ଆଉ କେତେ ଗୋଟି ବାକ୍ୟ ଦେଖାଯାଏ, ଯଥା—‘‘ଅନ୍ନାତ୍‍ ଭବନ୍ତି ଭୂତାନି, ପର୍ଯ୍ୟନ୍ୟା ଦନ୍ନ ସମ୍ଭବଃ; ଯଜ୍ଞାତ୍‍ ଭବତି ପର୍ଯ୍ୟନ୍ୟା ଯଜ୍ଞକର୍ମ ସମୁଦ୍ଭବଃ; କର୍ମ ବ୍ରହ୍ମୋଦ୍ଭବଂ ବିଦ୍ଧି ବ୍ରହ୍ମାକ୍ଷର ସମୁଦ୍ଭବଂ, ତସ୍ମାତ୍‍ ସର୍ବଗତଂ ବ୍ରହ୍ମନିତ୍ୟଂଯଜ୍ଞଂ ପ୍ରତିଷ୍ଠିତଂ— ଅର୍ଥାତ୍‍ ଅନ୍ନରୁ ପ୍ରାଣୀମାନେ, ବୃଷ୍ଟିରୁ ଅନ୍ନ, ଯଜ୍ଞନୁ ବୃଷ୍ଟି, କର୍ମରୁ ଯଜ୍ଞ, ବ୍ରହ୍ମରୁ କର୍ମ ଏବଂ ଅକ୍ଷରରୁ ବ୍ରହ୍ମର ଉତ୍ପତ୍ତି ହୋଇଅଛି ।

 

ତାହା ହେଲେ ଏଠାରେ ବୁଝା ଯାଉଛି—‘ଅକ୍ଷର’ ହିଁ ପ୍ରଜାପତି । ଏହି ପ୍ରଜାପତି ହିଁ ସମସ୍ତ ଉତ୍ପତ୍ତିର ମୂଳ କାରଣ ।

 

କହିବାକୁ ଗଲେ—‘ଅସୀମ ଅଶେଷ’ ‘ଅବୟ ଅବ୍ୟକ୍ତ’ ଏବଂ ‘ସୃଷ୍ଟି ସ୍ଥିତି’ ସଂହାର ଶକ୍ତି ସଂପନ୍ନ । ଅଲୌକିକ ‘ଅକ୍ଷର’ ଅର୍ଥାତ୍‍ ‘ଶୂନ୍ୟକାଳ’ ‘ଜ୍ଞାନ କର୍ମ’ ବା ‘ବ୍ରହ୍ମ ବୈବତ୍‍’ ଇତ୍ୟାଦି ନାମରେ ଅଭିହିତ ।

 

ଯେପରି ପୁଷ୍ପ ଓ ଫଳ ଦୁଇଟିରୁ—ପୁଷ୍ପରେ ଗନ୍ଧ ବା ବାସନା ଏବଂ ଭଲରେ ସ୍ୱାଦୁ ବା କାମନା ରହିଅଛି; ସେହିପରି ‘ଶୂନ୍ୟକାଳ’ ଦୁଇଟିରୁ—ଶୂନ୍ୟରେ ଶୀତ, ଉଜ୍ଜ୍ୱଳ ଓ ସତ୍ୟର ମାହାତ୍ମ୍ୟ ଏବଂ କାଳରେ ଉଷ୍ମ, ତେଜ ଓ ଆଲୋକାର ପ୍ରଭାବ ରହିଅଛି ।

 

ପ୍ରୋକ୍ତ ‘ଶୂନ୍ୟକାଳ’ ‘ଜ୍ଞାନ କର୍ମ’ ବା ‘ବ୍ରହ୍ମତ୍ୱ ଦେବତ୍ୱ’ ଦୁହେଁ ଦୁଇଟି ସ୍ୱତନ୍ତ୍ର ସତ୍ତା । ଅବସ୍ଥା ଭେଦରେ ଦୁହେଁ ମୌଳିକ ଓ ଯୌଗିକ ହେଲେ ହେ ପ୍ରଥମଟି ମୌଳିକ ଏବଂ ଦ୍ୱିତୀୟଟି ଯୌଗିକ ବିଶିଷ୍ଟ ।

 

ଶୂନ୍ୟ ଅର୍ଥାତ୍‍ ଶୁଭ୍ରନିତ୍ୟ (ଜ୍ଞାନବ୍ରହ୍ମ) ରୁ ମାହାତ୍ମ୍ୟ ଉତ୍ପତ୍ତି । ‘ମାହାତ୍ମ୍ୟ’ (ମୂଳ, ଇଷ୍ଟ, ତତ୍ତ୍ୱ) ରୁ ଓଁକାର ଉତ୍ପତ୍ତି । ‘ଓଁ କାର’ (ଜ୍ଞାନ, ଜ୍ଞେୟ, ଜ୍ଞାତା) ରୁ ‘ହୁଁ କାର’ ଉତ୍ପତ୍ତି; ‘ହୁଁ କାର’ (ସତ୍ୟ, ବିଦ୍ୟୁତ୍‍, ଜ୍ୟୋତି)ରୁ ପ୍ରାଣ ଉତ୍ପତ୍ତି; ‘ପ୍ରାଣ’ (ରତ୍ନ, ଧାତବ, ପାଷାଣ) ରୁ ବୀଜ ଉତ୍ପତ୍ତି; ‘ବୀଜ’ (ଜରାୟୁଜ, ଉଦ୍ଭିଦଜ, ଅଣ୍ଡଜ) ରୁ ଜୀବଉତ୍ପତ୍ତି; ‘ଜୀବ’ (ଶୂନ୍ୟଶ୍ଚର, ଜଳଚର, ସ୍ଥଳଚର)ରୁ ଧର୍ମ ଉତ୍ପତ୍ତି । ‘ଧର୍ମ’ (ମାନସିକନିଷ୍ଠା, ବାଚିକ, ନିଷ୍ଠା, କାୟିକନିଷ୍ଠା)ରୁ ବିଜ୍ଞାନ ଉତ୍ପତ୍ତି; ‘ବିଜ୍ଞାନ’ (ଆତ୍ମତତ୍ତ୍ୱ, ଭୂତତତ୍ତ୍ୱ, ଶରୀର ତତ୍ତ୍ୱ)ରୁ ଯନ୍ତ୍ର ଉତ୍ପତ୍ତି । ‘ଯନ୍ତ୍ର’ (ବ୍ୟାମୀୟ ଜଳୀୟ, ସ୍ଥଳୀୟ) ରୁ ସୃଷ୍ଟି ହୁଏ ।

 

କାଳ ଅର୍ଥାତ୍‍ କାମଲୟ (କର୍ମ ଦୈବ) ରୁ ପ୍ରଭାବ ଜାତ ହୁଏ । ‘ପ୍ରଭାବ’ (ପ୍ରେରଣା, ଭାବନା, ବଳ) ରୁ ଅଙ୍କୁର ଜାତ ହୁଏ । ‘ଅଙ୍କୁର’ (କରଣ, କର୍ମ, କର୍ତ୍ତା) ରୁ ଶକ୍ତି ଜାତ ହୁଏ । ‘ଶକ୍ତି’ (ଆଲୋକ, ତେଜ, ରୂପ)ରୁ ପିଣ୍ଡ ଜାତ ହୁଏ । ‘ପିଣ୍ଡ’ (ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀରୁ ଶରୀର ଜାତ ହୁଏ; ‘ଶରୀର’ (କାରଣ, ସୁକ୍ଷ୍ମ, ସ୍ଥୂଳ) ରୁ ସନ୍ତାନ ଜାତ ହୁଏ; ‘ସନ୍ତାନ’ (ମାନବାଦି, ବୃକ୍ଷାଦି, ସରିସୃପାଦି)ରୁ କର୍ମ ଜାତ ହୁଏ; ‘କର୍ମ’ (ମାନସିକ, ବାଚିକ, କାୟିକ) ରୁ ବ୍ୟବହାର ଜାତ ହୁଏ; ‘ବ୍ୟବହାର’ (ଉତ୍ତମ, ମଧ୍ୟମ, ଅଧମ) ରୁ କଳ୍ପନା ଜାତ ହୁଏ; ‘କଳ୍ପନା’ (କାମ, କ୍ରୋଧ, ଲୋଭ) ରୁ ନାଶ ହାଏ ।

 

ବୁଝିବାକୁ ଗଲେ ଶୂନ୍ୟ (ଜ୍ଞାନ ବା ବ୍ରହ୍ମ) ର ମାହାତ୍ମ୍ୟ—ବିଦ୍ୟୁତ୍‍ରଶକ୍ତି, ଜଳର ତରଙ୍ଗ, ବାୟୁର ପ୍ରବାହ, ଆତ୍ମାର ଚେତନ, ଜ୍ଞାନର ଜ୍ଞେୟ ଓ ସତ୍ୟର ଆଲୋକ ପରି ଏବଂ କାଳ (କର୍ମ ବା ଦୈବ) ର ପ୍ରଭାବ—ବେଟେରୀର ଧାତୁ, ଘଟର ବର୍ଣ୍ଣ, ପଦାର୍ଥର ତୈଳ, ଭୂତର ସ୍ୱଭାବ, ବିଦ୍ୟୁତ୍‍ର ତେଜ ଓ ସୂର୍ଯ୍ୟ କିରଣ ପରି ।

 

ସୂର୍ଯ୍ୟ କିରଣରେ ଘଟସ୍ଥ ଜଳ ଘଟର ବର୍ଣ୍ଣ ନେଇ ନାନା ବର୍ଣ୍ଣରେ ବର୍ଣ୍ଣିତ ହେଲାପରି, ସତ୍ୟାଲୋକରେ ଭୂତସ୍ଥ ଆତ୍ମା ଭୂତର ନାମ ନେଇ ନାନା ନାମରେ ନାମିତ ହୁଏ; ଏବଂ ସୂର୍ଯ୍ୟ କିରଣରେ ଘଟସ୍ଥ ଜଳ ଘଟର ରୂପନେଇ ନାନା ରୁପରେ ରୂପାୟିତ ହେଲାପରି ସତ୍ୟାଲୋକରେ ଭୂତସ୍ଥ ଆତ୍ମା ଭୂତର ସ୍ୱଭାବ ନେଇ ନାନା ଭାବରେ ଭାବିତ ହୁଏ ।

 

ଘଟସ୍ଥ ଜଳ ବାୟୁ ପ୍ରବାହରେ ପ୍ରକମ୍ପିତ ଓ ଉଦବେଳିତ ହେଲାପରି, ଭୂତସ୍ଥ ଆତ୍ମା ଜ୍ଞାନ ଜ୍ଞେୟରେ ଜ୍ଞାତ ଓ ପ୍ରକାଶିତ ହୁଏ; ଏବଂ ଜଳସ୍ଥ ଘଟ ଜଳର ତରଙ୍ଗ ନେଇ ନାନା ଭଙ୍ଗୀରେ ନୃତ୍ୟ କଲାପରି, ଆତ୍ମାସ୍ଥ ଭୂତ ଆତ୍ମାର ଚେତନା ନେଇ ନାନା ଚେଷ୍ଟାରେ ଚେଷ୍ଟିତ ହୁଏ ।

 

ଘଟର ମୁଁହ ବନ୍ଦଥିଲେ ଯେପରି ଘଟସ୍ଥଜଳ ନିଷ୍କମ୍ପ ଓ ନିଶ୍ଚଳ ହୋଇ ରହିଥାଏ, ଭୂତର ଅବସ୍ଥା ସୁପ୍ତ ଥିଲେ ସେପରି ଭୂତସ୍ଥ ଆତ୍ମା ନିଶ୍ଚେଷ୍ଟ ଓ ନିରୁଦବେଗ ହୋଇ ରହିଥାଏ ।

 

ବେଟେରୀଟି ଧାତୁ ବ୍ୟତୀତ ଯେପରି ଆଲୋକ ପ୍ରକାଶ କରି ନ ପାରେ, ଭୂତଟି ଆତ୍ମାବ୍ୟତୀତ ସେହିପରି ରୂପ ପ୍ରକାଶ କରି ନ ପାରେ ।

 

ବେଟେରୀ ଦେହରୁ ବିଦ୍ୟୁତ୍‍ ଶକ୍ତି କାଢ଼ି ନେଲେ ଅଥବା ବେଟେରୀଟି ଜଖମହୋଇ ଭାଙ୍ଗିଗଲେ ଯେପରି ତାର ସମସ୍ତ ଆଲୋକ ଉଭେଇ ଯାଏ; ବା ପଦାର୍ଥ ଦେହରୁ ତୈଳ ସତ୍ତାଟି ଚାଲିଗଲେ ଅଥବା ପଦାର୍ଥଟି କ୍ଷତ ବିକ୍ଷତ ହୋଇ ପଚିଗଲେ ଯେପରି ସମସ୍ତ ସ୍ୱଭାବ ଲୁପ୍ତହୁଏ, ଭୂତ ଦେହରୁ ଆତ୍ମ ସତ୍ତାଟି ଛାଡ଼ିଗଲେ ଅଥବା ଭୂତଟି ଖଣ୍ଡ ବିଖଣ୍ଡ ହୋଇ ଭାଙ୍ଗିଗଲେ ସେପରି ତାର ସମସ୍ତ ତେତନା ହଜିଯାଏ ।

 

ବେଟେରୀ ଦେହରେ ବିଦ୍ୟୁତ୍‍ ଚାବିଟି ଲାଗି ଥିଲେ ଯେପରି ବେଟେରୀଟି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆଲୋକ ପ୍ରଦାନ କରି କମିଯାଏ ବା ପଦାର୍ଥ ଦେହରେ ତୈଳ ସତ୍ତାଟି ଜଡ଼ିଥିଲେ ଯେପରି ପଦାର୍ଥଟି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦେହୀକୁ ଭାବନା ଦେଇ ମଉଳି ଯାଏ, ଭୂତ ଦେହରେ ଆତ୍ମା ସତ୍ତାଟି ମିଶିଥିଲେ ସେପରି ଭୂତଟି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜଗତକୁ ଚାଳନା କରି ମୃତ ହୁଏ-। ଅର୍ଥାତ୍‍ ଯାହା ବିଦ୍ୟୁତ୍‍ର ଶକ୍ତି, ଜଳର ତରଙ୍ଗ, ବାୟୁର ପ୍ରବାହ ଏବଂ ସତ୍ୟର ଆଲୋକ, ତାହାହିଁ ଶୂନ୍ୟର ମାହାତ୍ମ୍ୟ, ଜ୍ଞାନର ଜ୍ଞେୟ, ଆତ୍ମାର ଚେତନା—ବ୍ରହ୍ମ ବା ଜ୍ଞାନ ଅଟେ । ଯାହା ବେଟେରୀର ଧାତୁ, ଘଟର ବର୍ଣ୍ଣ, ପଦାର୍ଥର ତୈଳ ଏବଂ ସୂର୍ଯ୍ୟର କିରଣ, ତାହାହିଁ କାଳର ପ୍ରଭାବ, ବିଦ୍ୟୁତ୍‍ର ଜ୍ୟୋତି, ଭୂତର ସ୍ୱଭାବ—ଦୈବ ବା କର୍ମ ଅଟେ ।

 

ଦେଖିବାକୁ ଗଲେ କୌଣସି ଶ୍ରେଷ୍ଠ ପୁରୁଷକୁ କେତେକ ଯେପରି ସମ୍ରାଟ, ରାଜା ବା ସଭାପତି କହନ୍ତି ଏବଂ ଶ୍ରେଷ୍ଠ ସ୍ତ୍ରୀକୁ ସାମ୍ରାଜ୍ଞୀ, ରାଣୀ ବା ସଭାନେତ୍ରୀ କହନ୍ତି; ସେହିପରି ଶୂନ୍ୟର ଅଂଶ ବିଶେଷ (ମାହାତ୍ମ୍ୟ)କୁ ପରମେଷ୍ଟି, ପିତାମହ ବା ପ୍ରଜାପତି କହନ୍ତି । ଏବଂ କାଳର ଅଂଶ ବିଶେଷ (ପ୍ରବାହ)କୁ ମହାମାୟା, ଆଦିଶକ୍ତି ବା ମୂଳ ପ୍ରକୃତି କହନ୍ତି । ଅତଏବ ଯେ ଯାହାକହୁ, ସ୍ରଷ୍ଟାହିଁ ସେହି ‘ଶୂନ୍ୟକାଳ’, ‘ଦାନ କର୍ମ’ ବା ‘ବ୍ରହ୍ମଦୈବତ’ ।

 

ଉପରୋକ୍ତ ‘ଶୂନ୍ୟକାଳ’, ‘ଜ୍ଞାନ କର୍ମ’ ବା ‘ବ୍ରହ୍ମ ଦୈବତ୍‍’ ଦୁହିଁଙ୍କର ପରସ୍ପର ସମ୍ୱନ୍ଧକୁ ଋତୁ, କଳ, ଇନ୍ଦ୍ରିୟ, ଓଁକାର, ହୁଁ କାର, ପ୍ରାଣ ବା ଅଙ୍କୁର, ଶକ୍ତି ଓ ପିଣ୍ଡ କୁହାଯାଏ । ଏହି ସବୁ ଭାବ ବା ଫୁଲ ଫଳ ସଦୃଶ ‘ଶୂନ୍ୟ କାଳ’ ଦୁହିଁରୁ ହିଁ ସବୁ ସୃଷ୍ଟି ହୁଏ । ଅତଏବ ଶୂନ୍ୟ (ଜ୍ଞାନ ବା ବ୍ରହ୍ମ) ସମସ୍ତ ଆତ୍ମ ବୀଜ—‘ଚେତନ ଜଡ଼’ ବା ‘ଜାଗ୍ରତ ସୁପ୍ତ’ ବୋଲି ଦୁଇଟି ସ୍ୱଭାବ ବା ଅବସ୍ଥା; ଜ୍ଞାନ, ଜ୍ଞେୟ, ଜ୍ଞାତା ବା ସୋମ, ସୈାର, ଅଗ୍ନି ବୋଲି ତିନୋଟି ନାମ ବା ବର୍ଣ୍ଣ; ଏବଂ ଶବ୍ଦ, ସ୍ପର୍ଶ ରୂପ, ରସ, ଗନ୍ଧ ବା ପ୍ରାଣ, ଅପାନ, ସମାନ, ଉଦାନ, ବ୍ୟାନ ବୋଲି ପାଞ୍ଚଟି ଆତ୍ମତତ୍ତ୍ୱ ବା ବୀଜ-ଜୀବ ଏହି ସବୁ ଧର୍ମକୁ ଦେହରେ ସମ୍ଭାଇ ରହିଥାନ୍ତି ।

 

କାଳ (କର୍ମ ବା ଦୈବ) ସମସ୍ତ ମାୟା ଶରୀର, ଧାତବ ବାଷ୍ପ ବା ମୌଳିକ ଯୌଗିକ ବୋଲି ଦୁଇଟି ଗୁଣ ବା ମାର୍ଗ; କାରଣ, ସୂକ୍ଷ୍ମ, ସ୍ଥୂଳ, ବା ପୁଷ୍ପ, ପିଣ୍ଡୁଳା, ବୀଜ ବୋଲି ତିନୋଟି ରୂପ ବା ଆକୃତି ଏବଂ ଆକାଶ. ବାୟୁ, ତେଜ, ଜଳ ଓ ମୃତ୍ତିକା ବା ଜରାୟୁ, ଉଦ୍ଭିଦ, ଅଣ୍ଡ, ସ୍ୱେଦ ଓ କ୍ଲେଦ ବୋଲି ପାଞ୍ଚଟି ଭୂତ ଦେହ ବା ଶରୀରର କୋଷ ଧର୍ମ ସବୁକୁ ଗର୍ଭରେ ଧରି ରହିଥାନ୍ତି ।

 

ଯେତେବେଳେ ଶୂନ୍ୟ (ଜ୍ଞାନ ବା ବ୍ରହ୍ମ)ର ଜାଗ୍ରତାବସ୍ଥା ଓ କାଳ (କର୍ମ ବା ଦୈବ) ର ଯୌଗିକ ମାର୍ଗ ଆସେ, ସେତେବେଳେ ସୃଷ୍ଟି କାର୍ଯ୍ୟ ଚାଲୁଥାଏ । ଯେତେବେଳେ ତାଙ୍କର ସୁପ୍ତାବସ୍ଥା ବା ମୌଳିକ ମାର୍ଗ ହୁଏ ସେତେବେଳେ ସୃଷ୍ଟିକାର୍ଯ୍ୟ ବନ୍ଦଥାଏ ।

 

ବୁଝିବାକୁ ଗଲେ—ପୁଷ୍ପ ଓ ଫଳରୁ ବୀଜ ହେଲାପରି, ଶୂନ୍ୟ ଓ କାଳରୁ ସୃଷ୍ଟି ହୁଏ । ପ୍ରଥମରୁ ଓଁକାର ଅଙ୍କୁର ମିଶି ଯେଉଁ ଋତୁ ଆସେ ତାହାର ନାମ ହିଁ ପୁଷ୍ପରୂପକ ପରମାତ୍ମା । ଏଥିରୁ ପ୍ରଜାପତି ବା ବ୍ରହ୍ମାଦି କାରଣ ଭୂତମାନେ ଜାତ ହୁଅନ୍ତି । ଦ୍ୱିତୀୟରେ ହୁଁ କାର ଶକ୍ତି ମିଶି ଯେଉଁ କାଳଆସେ, ତାହାରି ନାମହିଁ ଫଳ ରୂପକ ଭୂତାତ୍ମା । ଏଥିରୁ ଚନ୍ଦ୍ର ସୂର୍ଯ୍ୟାଦି ଗ୍ରହ ଜଗତରୂପୀସୁକ୍ଷ୍ମ ଭୂତମାନେ ଜାତ ହୁଅନ୍ତି । ତୃତୀୟରେ ପ୍ରାଣ ଓ ପିଣ୍ଡ ମିଶି ଯେଉଁ ଇନ୍ଦ୍ରିୟ ଆସେ ତାହାରି ନାମ ହିଁ ବୀଜ ରୂପକ ଜୀବାତ୍ମା ବୋଲାଏ । ଏଥିରୁ ଇନ୍ଦ୍ରିୟ ବିଶିଷ୍ଟ ଶରୀର ରୂପୀ ସ୍ଥୂଳ ଭୂତମାନେ ଜାତ ହୁଅନ୍ତି ।

 

ଉପରୋକ୍ତ ପୁଷ୍ପ, ଫଳ ଓ ବୀଜ ବା ଶୂନ୍ୟ, କାଳ, ସୃଷ୍ଟିରୁ—ପୁଷ୍ପରେ ଗନ୍ଧ ବା ବାସନା, ଫଳରେ ସ୍ୱାଦୁ ବା କାମନା ଥିଲାପରି, ବୀଜରେ ରସ ବା ଜୀବନ ରହିଅଛି । ଶୂନ୍ୟରେ ଶୀତ, ଉଜ୍ଜଳ, ସତ୍ୟର ମାହାତ୍ମ୍ୟ ଓ କାଳରେ ଉଷ୍ମ, ତେଜ ଓ ଆଲୋକର ପ୍ରଭାବ ଥିଲାପରି, ସୃଷ୍ଟରେ ଜ୍ୟୋତି, ରୂପ ଓ ଅଗ୍ନିର ଉତ୍ତାପ ରହିଅଛି ।

 

ଉପରୋକ୍ତ ତିନୋଟି ସୀମା ଭିତରୁ ପ୍ରଥମଟି ସାଂଖ୍ୟ ବା ଜ୍ଞାନ ସୀମା, ଦ୍ୱିତୀୟଟି ଯୋଗ ବା କର୍ମ ସୀମା ଏବଂ ତୃତୀୟଟି ବେଦାନ୍ତ ବା ବିଜ୍ଞାନ ସୀମା । ଏହି ତିନୋଟି ସୀମା ନେଇ ‘ଶୂନ୍ୟ ଓ କାଳ’ ‘ଜ୍ଞାନ ଓ କର୍ମ’ ଏବଂ ‘ବ୍ରହ୍ମତ୍ୱ ଓ ଦେବତ୍ୱ’ ଏକରୁ ଅନେକ ହୁଅନ୍ତି ।

 

ସୁତରାଂ ‘ଶୂନ୍ୟ କାଳ’, ଜ୍ଞାନକର୍ମ’, ବା ‘ବ୍ରହ୍ମତ୍ୱ ଦେବତ୍ୱ’ ର ଅସୀମତ୍ୱରୁ ସୀମା ନିର୍ଣ୍ଣୟ କରିବାକୁ ଗଲେ ପାଗଳାମି ବୋଲି ବିବେଚିତ ହୁଏ । ତଥାପି ସେହି ପାଗଳାମି ଭିତରେ ତାଙ୍କର ଅସୀମତ୍ୱ ଭିତରୁ କିଏ କେତେ ପ୍ରକାର ସୀମା ଯେ ନିର୍ଦ୍ଧାରଣ କରିବାକୁ ଯାଇଛନ୍ତି ସେଥିରୁ ତିନୋଟି ସୀମା ବିଷୟ ନେଇ ଏଠାରେ ଚର୍ଚ୍ଚା କରାଯାଉଛି ।

 

ଆସେ, ହୁଏ, ଦେଖାଯାଏ; ମିଳେ, ଧରୁ, କରୁ, ଖାଉ, ଦେଉ, ପାଉ—ଏ ହେଲା ତିନୋଟି ବାକ୍ୟ । ଏହି ତିନୋଟି ବାକ୍ୟରୁହିଁ ସୃଷ୍ଟିର ସବୁ ଅନୁଭୂତି ମିଳେ ।

 

ପ୍ରଥମତଃ ଶୂନ୍ୟର ଜାଗ୍ରତାବସ୍ଥା ଏବଂ କାଳର ଯୌଗିକ ମାର୍ଗ ହେଲେ ଦୁହେଁ ମିଶନ୍ତି । ଶୂନ୍ୟ ଧାଏଁ କାଳ ପଛରେ ଏବଂ କାଳଧାଏଁ ଶୂନ୍ୟ ପଛରେ; ଯେପରି କି ପୁରୁଷ ସ୍ତ୍ରୀଙ୍କର ଯୌବନ ଆସିଲେ ଦୁହେଁ ମିଶିବା ପାଇଁ ଉଭୟ ପଛରେ ଉଭୟେ ଧାଆଁନ୍ତି । ପୁରୁଷ ଓ ସ୍ତ୍ରୀର ମିଳନ ହେଲେ ପୁରୁଷର ପ୍ରେରଣା ବୀର୍ଯ୍ୟ ସ୍ତ୍ରୀର ଭାବନା ରଜ ସହିତ ଯେପରି ମିଶେ, ଶୂନ୍ୟକାଳର ମିଳନ ହେଲେ ଶୂନ୍ୟର ପ୍ରେରଣା ଚଳ-ଚେତନ ମାହାତ୍ମ୍ୟା ଏବଂ କାଳର ଭାବନା ଅଚଳ-ଜଡ଼ ପ୍ରଭାବ ସେପରି ମିଶେ ।

 

ଶୂନ୍ୟ କାଳର ପ୍ରେରଣା ଭାବନା ମିଳନକୁ ଯୋଗ କୁହାଯାଏ । ଶ୍ରୀମଦ ଭଗବତ୍‍ଗୀତାରେ ଲେଖାଅଛି—‘‘ସହଯଜ୍ଞା ପ୍ରଜାସୃଷ୍ଟ୍ୱା ।’’ ଅତଏବ ସହ ଅର୍ଥାତ୍‍ ମିଳନ ଯଜ୍ଞରୁହିଁ ସମସ୍ତ ପ୍ରଜା ସୃଷ୍ଟି ବା ଉତ୍ପତ୍ତି ହୁଅନ୍ତି । ଶୂନ୍ୟ କାଳର ମିଳନ ହେବାକୁ ଗଲାବେଳେ ତହିଁରୁ ବୀର୍ଯ୍ୟରଜ ସ୍ୱରୂପ ଚଳ ଚେତନ, ଓ ଅଚଳ ଜଡ଼ ଭେଦଥାଇ ପ୍ରେରଣା ଭାବନା ରୂପକ ଦୁଇଟି କାରଣ (କଳ୍ପନା) ବ୍ୟବହାର ଉଦିତ ହୁଏ । ସେହି କାଳ୍ପନିକ ବ୍ୟବହାରରୁ ବାଲ୍ୟ, ଯୌବନ, ଜରା ବା ଶିଶୁ, ଯୁବକ, ବୃଦ୍ଧ ବୋଲି ତିନୋଟି ଅବସ୍ଥା ଥାଇ ପ୍ରାଣମୟ, ମନୋମୟ, ଜ୍ଞାନମୟ ବା ଅହଂତତ୍ତ୍ୱ, ମନତତ୍ତ୍ୱ, ବୃଦ୍ଧିତତ୍ତ୍ୱ ରୂପକ ସୋମ, ସୌର, ଅଗ୍ନି ବା ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀ ବୋଲାଇ ତିନୋଟି ସୂକ୍ଷ୍ମ ଦୃଶ୍ୟ ଦେଖାଯାଏ । ଉକ୍ତ ସୂକ୍ଷ୍ମ ଦୃଶ୍ୟ ମାନଙ୍କରୁ ଆକାଶ, ବାୟୁ, ତେଜ, ଜଳ, ମୃତ୍ତିକା ବା ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧର ପାଞ୍ଚଟି ସ୍ଥୂଳ ଆଭାସ ମିଳେ । ସେହିଦିନୁ ସ୍ଥୂଳ ଆଭାସ ମାନଙ୍କରୁ ଜରାୟୁ, ଉଭିଦ, ଅଣ୍ଡ, ସ୍ୱେଦ, କ୍ଲେଦ ବା ଚର୍ମ, ଶିରା, ଅସ୍ଥି, ରକ୍ତ, ମାଂସ ଭେଦଥାଇ ଭୂତାଦି ଶରୀର ଧାରଣ କରନ୍ତି । ଅତଏବ ମନୁଷ୍ୟ, ପଶୁପକ୍ଷୀ, କୀଟ ପତଙ୍ଗ ଓ ବୃକ୍ଷ ଲତାଦି ଭୌତିକ ଶରୀରଧାରୀ ଆମ୍ଭେମାନେ ଉପରୋକ୍ତ ଯାଜ୍ଞିକ ବ୍ୟବହାର ଦ୍ୱାରା ଅସଂଖ୍ୟ ଭୌତିକ ଶରୀର ଜାତ କରୁ । ସେହି ଅସଂଖ୍ୟ ଭୌତିକ ଶରୀରରୁ ଅନେକ ଖାଉ ଓ ଅନେକ ଦାନ ମଧ୍ୟ ଦେଉ । ସେହି ଦାନର ଅନନ୍ତଫଳ—ନିଷ୍କାମ ଓ କାମନା ଭେଦରେ ସତ୍ୟ, ପ୍ରେମ, ଆନନ୍ଦ ବା ମିଥ୍ୟା, ଶୋକ, ବ୍ୟାକୁଳ, ସ୍ୱର୍ଗ, ଶୁଖ, ଐଶ୍ୱର୍ଯ୍ୟ ବା ନର୍କ, ଦୁଃଖ, କଷ୍ଟ; ବିଦ୍ଭବ, ଆଦର, ସମ୍ମାନ ବା ଦାରିଦ୍ର୍ୟ, ଅନାଦର, ଅପମାନ ଆମ୍ଭେମାନେ ପାଉ ।

 

ଏହାହେଲା ସୃଷ୍ଟିର ବିଷୟ ବସ୍ତୁ । ଆଉ ଟିକିଏ ଆଗେଇ ଯାଇ ଦେଖିଲେ ସମ୍ମୁଖରେ ତିନୋଟି ସୀମାର ମତବାଦ ବିଷୟ ରହିଅଛି—ପ୍ରଥମତଃ ସାଂଖ୍ୟ ବା ଜ୍ଞାନ ସୀମା ଭିତରେ ମୌଳିକ ମତବାଦ ବିଚାର; ଦ୍ୱିତୀୟତଃ ଯୋଗ ବା କର୍ମ ସୀମା ଭିତରେ ଯୌଗିକ ମତବାଦ ବିଚାର, ଏବଂ ତୃତୀୟତଃ ବେଦାନ୍ତ ବା ବିଜ୍ଞାନ ସୀମା ଭିତରେ ବୈଦିକ ମତବାଦ ବିଚାର ହୋଇଅଛି । ଏହି ତିନୋଟି ମତବାଦକୁ ବିଶ୍ଲେଷଣ କରି ଦେଖିଲେ—

 

କ (୧) ମୌଳିକ ମତରେ ଶୂନ୍ୟକାଳର ମାହାତ୍ମ୍ୟ ପ୍ରଭାବରୁ ସତ୍ୟାତ୍ମା ପ୍ରାଣ ଶକ୍ତି ଉତ୍ପତ୍ତି ହୋଇଅଛି । ପ୍ରଥମତଃ ଶୂନ୍ୟରୁ ମୂଳ ପ୍ରେରଣା ବା ଓଁକାର ଅଙ୍କୁର ମିଶି ଯେଉଁ ଋତୁ ପୁଷ୍ପ ଆସେ, ସେହି ଋତୁ ପୁଷ୍ପ ପୂର୍ବୋକ୍ତ ଜାଗ୍ରତ ସୁପ୍ତ ବା ଯୌଗିକ ମୌଳିକ ଦୁଇଟି ଅବସ୍ଥା ବା ମାର୍ଗଧରି, ପରା ଅପରା ବା ରତ୍ନ ଆଲୋକ ବୋଲି ଦୁଇ ଭାଗରେ ବିଭକ୍ତ ହୁଏ । ପୁଣି ସେହି ପରା ଅପରା ବା ରତ୍ନାଲୋକ ଦୁହେଁ ପୂର୍ବୋକ୍ତ ଦୁଇଟି ଅବସ୍ଥା ବା ମାର୍ଗ ଓ ଜ୍ଞାନ, ଜ୍ଞେୟ, ଜ୍ଞାତା ବା କାରଣ, ସୂକ୍ଷ୍ମ, ସ୍ଥୂଳ ତିନୋଟି ନାମ ବା ରୂପଧରି ମିଶିବାରୁ ଘୂରି ବୁଲେ । ଘୂର୍ଣ୍ଣନ ବେଗରେ ପରା ଅପରା ବା ରତ୍ନଲୋକ ଦୁଇଟି ଭିନ୍ନ ଭିନ୍ନ ପ୍ରାଧାନ୍ୟକୁ ନେଇ ପ୍ରାଣମୟ, ମନୋମୟ ଜ୍ଞାନମୟ ବା ଅହଂତତ୍ତ୍ୱ, ମନତତ୍ତ୍ୱ, ବୁଦ୍ଧିତତ୍ତ୍ୱ, ବୋଲି ତିନି ଭାଗ ହୋଇ ଉପରୋକ୍ତ ଧର୍ମ ରକ୍ଷା କରି ସତ୍ୱ, ରଜ, ତମ ବା ପୁଷ୍ପ, ପିଣ୍ଡୁଳା ବୀଜ ବୋଲାଇ ତିନୋଟି ପିଣ୍ଡୁଳା ଦେଖାଯାଏ । ଏହି ପିଣ୍ଡୁଳା ତିନୋଟିର ନାମ ହୁଏ ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀ ।

 

(୨) ଦ୍ୱିତୀୟତଃ ସେହି ପିଣ୍ଡୁଳା ତିନୋଟି ପୂର୍ବୋକ୍ତ ଧର୍ମ (ଜାଗ୍ରତ ସୁପ୍ତ, ଯୌଗିକ ମୌଳିକ ବା ଜ୍ଞାନ, ଜ୍ଞେୟ, ଜ୍ଞାତା ବା କାରଣ, ସୂକ୍ଷ୍ମ, ସ୍ଥୂଳ ଏବଂ ଶବ୍ଦ, ରୂପ, ରସ, ଗନ୍ଧ ବା ପ୍ରାଣ, ଅପାନ, ସମାନ, ଉଦାନ, ବ୍ୟାନ) ନେଇ ଟଣା ଟଣି ହେବାରୁ, ସେଥିରୁ ଜରାୟୁ, ଉଦ୍ଭିଦ, ଅଣ୍ଡ, ସ୍ୱେଦ, କ୍ଲେଦ ବା ଆକାଶ, ବାୟୁ, ତେଜ, ଜଳ ଏବଂ ମୃତ୍ତିକା ବାହାରି ପାଞ୍ଚଟି ଆତ୍ମତତ୍ତ୍ୱ ଭାବରେ ମିଳେ । ସେହି ଆତ୍ମତତ୍ତ୍ୱ ସବୁ ମିଶି ଅସଂଖ୍ୟ ଗୁଣ ବା ସ୍ୱଭାବ ବିଶିଷ୍ଟ ସତ୍ୟକୋଷ (ତତ୍ନାଲୋକ) ଆକାର ଧରେ । ପୁଣି ସେହି ସ୍ୱଭାବ ଗୁଣ ବିଶିଷ୍ଟ ଅସଂଖ୍ୟ ଉଜ୍ଜଳ ରତ୍ନ ସବୁ ମିଶି ଅସୀମ ସ୍ୱଭାବ ଗୁଣ ବିଶିଷ୍ଟ ପ୍ରାଣୀ—ପିଣ୍ଡୁଳା (ଡିମ୍ୱ ବା ଅଣ୍ଡା) ସୃଷ୍ଟି କରେ । ସେଥିରେ ତ୍ରିତତ୍ତ୍ୱ (ଆତ୍ମତତ୍ତ୍ୱ, ଭୂତତତ୍ତ୍ୱ ଓ ଶରୀର ତତ୍ତ୍ୱ)ର ଅଧିଷ୍ଠାନ ହେବାରୁ ‘ଭୂତ’ ଦେହ ଧାରଣ କରେ ।

 

(୩) ତୃତୀୟତଃ ସେହି ସ୍ୱଭାବ ଗୁଣ ବିଶିଷ୍ଟ ଭୂତ ଦେହୀ ମାନେ ପୂର୍ବୋକ୍ତ ସମସ୍ତ ଧର୍ମ ଧରି ଉପରୋକ୍ତ ପ୍ରାଣୀ-ପିଣ୍ଡୁଳା ଓ ଭୂତ ଦେହରୁ ଅଶେଷ ଖାଦ୍ୟ ନେଇ ଖାଆନ୍ତି । ସେହି ଅଶେଷ ଖାଦ୍ୟ ସାର (ବାଷ୍ପ, ରୂପ, ରସ, ବା ରକ୍ତ, ମାଂସ ମଜ୍ଜା) ରୁ ଅନେକ ଦାନ ଦିଅନ୍ତି । ସେହି ଦାନର ଅନନ୍ତ ଫଳ (ନିଷ୍କାମରେ-ବିଭବ, ଆଦର, ସମ୍ମାନ ଏବଂ କାମନାରେ—ଦାରିଦ୍ର୍ୟ, ଅନାଦର, ଅପମାନ) ପାଆନ୍ତି ।

 

ଖ (୧) ଯୌଗିକ ମତରେ ଜ୍ଞାନ କର୍ମର ମାହାତ୍ମ୍ୟ ପ୍ରଭାବରୁ ଭୂତାତ୍ମା (ସୌରଶକ୍ତି) ଉତ୍ପତ୍ତି ହେଲା ପରି, କାଳରୁ ଇଷ୍ଟ ଭାବନା ବା ହୁଁକାର ଶକ୍ତି ମିଶି ଯେଉଁ କଳ ବା ପିଣ୍ଡୁଳା ଆସେ, ସେହି କଳ ବା ପିଣ୍ଡୁଳା ପୂର୍ବୋକ୍ତ ଚେତନ ଜଡ଼ ବା ଧାତବ ଗ୍ୟାସ ଦୁଇଟି ସ୍ୱଭାବ ବା ଗୁଣଧରି ତେଜ ବାଷ୍ପ ବା ବିଦ୍ୟୁତ୍‍ ରଶ୍ମି ବୋଲି ଦୁଇ ଭାଗରେ ବିଭକ୍ତ ହୁଏ । ପୁଣି ସେହି ତେଜ ବାଷ୍ପ ବା ବିଦ୍ୟୁତ୍‍ ରଶ୍ମି ଦୁହେଁ ଉପରୋକ୍ତ ଦୁଇଟି ସ୍ୱଭାବ ଗୁଣ ଓ ସୋମ, ସୌର, ଅଗ୍ନି ବା ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀ ତିନୋଟି ବର୍ଣ୍ଣ ବା ଆକୃତି ଧରି ମିଶିବାରୁ ବିସ୍ଫୋରଣ ହୁଏ । ବିସ୍ଫୋରଣ ବେଗରେ ତେଜ ବାଷ୍ପ ବା ବିଦ୍ୟୁତ୍‍ ରଶ୍ମି ଦୁହେଁ ଖଣ୍ଡ ବିଖଣ୍ଡ ହୋଇଯାଏ, ଏବଂ ନିଜ ନିଜ ପ୍ରଧାନ୍ୟ ରାକ୍ଷା କରି, ସ୍ଫଟିକ ତେଜ, ହୀରକ ତେଜ, ନୀଳତେଜ ବା ଯବକ୍ଷାରଜାନ, ଉଦ୍‍ଜାନ ଓ ଅମ୍ଳଜାନ ବାଷ୍ପ ବୋଲି ତିନିଭାଗ ହୋଇ ଉପରୋକ୍ତ ଧର୍ମ ରକ୍ଷା କରି, ଜମାଟ ବାନ୍ଧି, ନୀହାରୀୟ ଗ୍ୟାସୀୟ, ମୃଣ୍ମୟ ବା ରତ୍ନ, ଧାତବ ପାଷାଣ ବୋଲାଇ ତିନୋଟି ଗୋଲ ବା ଚକା ଦେଖାଯାଏ ।

 

(୨) ଦ୍ୱିତୀୟତଃ ଗୋଲ ତିନୋଟି ପୂର୍ବୋକ୍ତ ସମସ୍ତ ଧର୍ମ ନେଇ ଆକର୍ଷିତ ହେବାରୁ ସେଥିରୁ ସ୍ୱର୍ଣ୍ଣନାମ ବିଶିଷ୍ଟ ପୀତ ବର୍ଣ୍ଣ ଜମାଟ ଧାତବ ଗ୍ୟାସ ରୌପ୍ୟ ନାମ ବିଶିଷ୍ଟ ସ୍ୱେତ ବର୍ଣ୍ଣ ଜମାଟ ଧାତବ ଗ୍ୟାସ, ତାମ୍ର ନାମ ବିଶିଷ୍ଟ ରକ୍ତବର୍ଣ୍ଣ ଜମାଟ ଧାତବ ଗ୍ୟାସ, ପାରଦ ନାମ ବିଶିଷ୍ଟ ହରିତ୍‍ବର୍ଣ୍ଣ ଜମାଟ ଧାତବ ଗ୍ୟାସ, ଲୌହନାମ ବିଶିଷ୍ଟ କୃଷ୍ଣବର୍ଣ୍ଣ ଜମାଟ ଧାତବ ଗ୍ୟାସ ବାହାରି ପାଞ୍ଚଟି ଭୂତ ପଦାର୍ଥ ଭାବରେ ମିଳେ । ପୁଣି ସେହି ଭୂତ ପଦାର୍ଥ ସବୁ ମିଶି ଅସଂଖ୍ୟ ନାମ ଓ ବର୍ଣ୍ଣ ବିଶିଷ୍ଟ ଜ୍ୟୋତି କୋଷ ମୃଣ୍ମୟ, ପାଷାଣ ବା ଧୂଳିକଣା ଆକାର ଧରେ । ସେହି ନାମ ବର୍ଣ୍ଣ ବିଶିଷ୍ଟ ଅସଂଖ୍ୟ ଧୂଳିକଣା ସବୁମିଶି ଅସୀମ ନାମବର୍ଣ୍ଣ ବିଶିଷ୍ଟ ବୀଜ ପିଣ୍ଡୁଳା (ଗୋଲ ବା ମଞ୍ଜି) ସୃଷ୍ଟି କରେ । ସେଥିରେ ତ୍ରିବୃଷ୍ଟି (ବାୟୁ, ତେଜ, ଜଳ) ର ଅଧିଷ୍ଠାନ ହେବାରୁ ବ୍ୟକ୍ତି ଶରୀର ଧାରଣ କରେ । ଏହି ବ୍ୟକ୍ତିମାନେ ହେଉଛନ୍ତି ବୃକ୍ଷଲତା ।

 

(୩) ତୃତୀୟତଃ ସେହିନାମ ଓ ବର୍ଣ୍ଣ ବିଶିଷ୍ଟ ବ୍ୟକ୍ତିମାନେ ପୂର୍ବୋକ୍ତ ସମସ୍ତ ଧର୍ମଧରି ଉପରୋକ୍ତ ବୀଜ ପିଣ୍ଡୁଳା (ଫଳ ବା ମଞ୍ଜି) ଓ ବ୍ୟକ୍ତି ଶରୀରରୁ ଅଶେଷ ଖାଦ୍ୟ ନେଇ ଖାଆନ୍ତି । ସେହି ଅଶେଷ ଖାଦ୍ୟ ସାର (ବାଷ୍ପୀୟ ସାର, ଦର୍ଶନ ସାର, ରସସାର ବା ପତ୍ର, ପୁଷ୍ପ, ଫଳ) ରୁ ଅନେକ ଦାନ ଦିଅନ୍ତି । ସେହି ଦାନର ଅନନ୍ତ ଫଳ ନିଷ୍କାମରେ—ସ୍ୱର୍ଗ, ସୁଖ, ଐଶ୍ଚର୍ଯ୍ୟ ଏବଂ କାମନାରେ—ନର୍କ, ଦୁଃଖ ଓ କଷ୍ଟ ପାଆନ୍ତି ।

 

ଗ (୧) ବୈଦିକ ମତରେ ବ୍ରହ୍ମତ୍ୱ, ଦେବତ୍ୱର ମାହାତ୍ମ୍ୟ ପ୍ରଭାବରୁ ଜୀବାତ୍ମା ଚିତ୍‍ ଶକ୍ତି ଉତ୍ପତ୍ତି ହେଲାପରି, ସୃଷ୍ଟିରୁ ତତ୍ତ୍ୱବଳ ବା ପ୍ରାଣ ପିଣ୍ଡ ମିଶି ଯେଉଁ ଇନ୍ଦ୍ରିୟ ବୀଜ ଆସେ, ସେହି ଇନ୍ଦ୍ରିୟ ବୀଜ ପୂର୍ବୋକ୍ତ ଚଳ, ଅଚଳ; ଜଙ୍ଗମ, ସ୍ଥାବର; ଦୁଇଟି ବ୍ୟବହାର ବା କଳ୍ପନା ଧରି, ବୀର୍ଯ୍ୟ, ରଜ ବା ଜ୍ୟୋତି, ରୂପ ବୋଲି ଦୁଇ ଭାଗରେ ବିଭକ୍ତ ହୁଏ । ପୁଣି ସେହି ବୀର୍ଯ୍ୟ, ରଜ, ବା ଜ୍ୟୋତି ରୂପ ଦୁହେଁ ଉପରୋକ୍ତ ଦୁଇଟି ବ୍ୟବହାର ବା କଳ୍ପନା ଓ ବାଲ୍ୟ ଯୌବନ, ଜରା ବା ଶିଶୁ, ଯୁବକ, ବୃଦ୍ଧ ତିନୋଟି ଅବସ୍ଥା ବା ଦୃଶ୍ୟ ନେଇ ମିଶିବାରୁ ଚଳନ ହୁଅନ୍ତି । ଚଳନ ବେଗରେ ବୀର୍ଯ୍ୟରଜ ବା ଜ୍ୟୋତି ରୂପ ସବୁ ଛିନ୍ନ ଭିନ୍ନ ହୋଇଯାଇ ଉତ୍ତମ, ମଧ୍ୟମ, ଅଧମ ବା ଶୂନ୍ୟଶ୍ଚରଜଳଚର, ସ୍ଥଳଚର ବୋଲି ତିନିଭାଗ ହୋଇ ଉପରୋକ୍ତ ଧର୍ମ ରକ୍ଷା କରି ଗୋଷ୍ଠୀ ବାନ୍ଧି ପକ୍ଷୀପତଙ୍ଗାଦି, ମତ୍ସ୍ୟାଦି, ପଶୁ ଓ ବାନରାଦି ବୋଲାଇ ତିନୋଟି ଶ୍ରେଣୀ ବା ଦେହଧାରୀ ଦେଖାଯାନ୍ତି ।

 

(୨) ଦ୍ୱିତୀୟତଃ ସେହି ଶ୍ରେଣୀ ବା ଦେହଧାରୀମାନେ ପୂର୍ବୋକ୍ତ ଧର୍ମ (ଚଳ, ଅଚଳ; ଜଙ୍ଗମ, ସ୍ଥାବର; ବାଲ୍ୟ, ଯୌବନ, ଜରା, ବା ଶିଶୁ, ଯୁବକ, ବୃଦ୍ଧ, ଏବଂ ତାଳୁ, କର୍ଣ୍ଣ ଚକ୍ଷୁ, ମୁଖ ନାଶିକା ବା ଚର୍ମ, ଶିରା, ଅସ୍ଥି, ରକ୍ତ, ମାଂସ) ନେଇ ମିଶିବାରୁ ସେଥିରୁ ମନନ, ଶ୍ରବଣ, ଦର୍ଶନ, ଆସ୍ୱାଦନ, ଆଘ୍ରାଣ ବା ଜାଣିବା, ଶୁଣିବା ଦେଖିବା, ଧରିବା ଓ ଖାଇବା ଜାତ ହୋଇ ପାଞ୍ଚଟି ଯଜ୍ଞ ଉପାଦାନ ଭାବରେ ମିଳନ୍ତି । ପୁଣି ସେହି ଯଜ୍ଞ ଉପାଦାନ ସବୁ ମିଶି ଅସଂଖ୍ୟ ଆଚାର ବ୍ୟବହାର ବଶିଷ୍ଟ ଚଳାଚଳ ବିଦ୍ୟୁତ୍‍ କୋଷ (ଗ୍ୟାସୀୟ ଧାତୁ) ବୀର୍ଯ୍ୟ ରଜ ଆକାର ଧରନ୍ତି । ସେହି ଅସଂଖ୍ୟ ଆଚାର ବ୍ୟବହାର ବିଶିଷ୍ଟ ଚଳା ଚଳ ଗ୍ୟାସୀୟ ଧାତୁ ସବୁ ମିଶି ଅସୀମ ଆଚାର ବ୍ୟବହାର ବିଶିଷ୍ଟ ଚଳାଚଳ ଜୀବ ପିଣ୍ଡୁଳା (ଗର୍ଭ ମୁଣା) ସୃଷ୍ଟି କରନ୍ତି । ସେଥିରେ ତ୍ରିନିଷ୍ଠା (ମାନସିକ, କାୟିକ, ବାଚିକ) ର ଅଧିଷ୍ଠାନ ହେବାରୁ ଅଧିଯଜ୍ଞ ନାମକ ଇନ୍ଦ୍ରିୟ ରୂପ ଧାରଣ କରନ୍ତି ।

 

(୩) ତୃତୀୟତଃ ସେହି ଚଳା ଚଳ ଓ ଆଚାର ବ୍ୟବହାର ବିଶିଷ୍ଟ ଅଧିଯଜ୍ଞ ନାମକ ବ୍ୟକ୍ତିମାନେ ପୂର୍ବୋକ୍ତ ସମସ୍ତଧର୍ମ ଧରି ଉପରୋକ୍ତ ଜୀବ ପିଣ୍ଡୁଳା ଓ ଇନ୍ଦ୍ରିୟ ରୂପରୁ ଅଶେଷ ଖାଦ୍ୟ ନେଇ ଖାଆନ୍ତି । ସେହି ଅଶେଷ ଖାଦ୍ୟଦ୍ରବ୍ୟ (ପେୟ, ଲେହ୍ୟ, ଚବ୍ୟ ବା ଶରୀର, ଶ୍ରମ, ସ୍ୱାର୍ଥ) ରୁ ଅନେକ ଦାନ ଦିଅନ୍ତି । ସେହି ଦାନର ଅନନ୍ତ ଫଳ, ନିଷ୍କାମରେ—ସତ୍ୟ, ପ୍ରେମ, ଆନନ୍ଦ ଓ କାମନାରେ—ମିଥ୍ୟା, ଶୋକ, ବ୍ୟାକୁଳ ପାଆନ୍ତି ।

 

ଅତଏବ ଉପରୋକ୍ତ ତିନୋଟି ମତବାଦ ତିନିମାର୍ଗ ଅବଲମ୍ୱନ କରିଥିଲେ ହେଁ, ତିନିଗୋଟିର ଆସନ ଓ ଲକ୍ଷ୍ୟ ଯେ ଏକ ଏଥିରେ ସନ୍ଦେହ ନାହିଁ; ମାତ୍ର ଉକ୍ତ ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ଯେଉଁ ଦେହୀ ବା ବ୍ୟକ୍ତି ସୃଷ୍ଟି ହୁଅନ୍ତି, ସେହି ଯଜ୍ଞ ରୂପକ ଜାତିମାନଙ୍କ ଭିତରୁ କେତେକ ଅହଂତତ୍ତ୍ୱ ବିଶିଷ୍ଟ ମୃଣ୍ମୟ ପାଷାଣ (ଏମାନେ କେବଳ ବଢ଼ନ୍ତି); କେତେକ ଅହଂତତ୍ତ୍ୱ ଓ ପ୍ରାଣମୟ ବିଶିଷ୍ଟ ଲତା ଓ ବୃକ୍ଷ (ଏମାନେ ଆହାର କରନ୍ତି ଓ ବଢ଼ନ୍ତି); କେତେକ ଅହଂତତ୍ତ୍ୱ, ପ୍ରାଣମୟ, ମନସ୍ତତ୍ତ୍ୱ ବିଶିଷ୍ଟ କୀଟାଦି ମତ୍ସ୍ୟ ଜାତୀୟ (ଏମାନେ ଅନିଚ୍ଛା ଇଚ୍ଛା କରନ୍ତି, ଆହାର କରନ୍ତି ଓ ବଢ଼ନ୍ତି); କେତେକ ଅହଂତତ୍ତ୍ୱ, ପ୍ରାଣମୟ, ମନସ୍ତତ୍ତ୍ୱ ଓ ମନୋମୟ ବିଶିଷ୍ଟ ସରିସୃପାଦି (ଏମାନେ ଯିବା ଆସିବା କରନ୍ତି, ନନିଚ୍ଛା ଇଚ୍ଛା କରନ୍ତି, ଆହାର କରନ୍ତି ଓ ବଢ଼ନ୍ତି); କେତେକ ଅହଂତତ୍ତ୍ୱ, ପ୍ରାଣମୟ, ମସସ୍ତତ୍ତ୍ୱ, ମନୋମୟ, ଓ ବୁଦ୍ଧିତତ୍ତ୍ୱ ବିଶିଷ୍ଟ ପକ୍ଷୀ ଓ ପଶୁ (ଏମାନେ ଭଲମନ୍ଦ ଜାଣନ୍ତି, ଯିବା ଆସିବା କରନ୍ତି, ଅନିଚ୍ଛା ଇଚ୍ଛା କରନ୍ତି, ଆହାର କରନ୍ତି ଓ ବଢ଼ନ୍ତି) । କେତେକ ଅହଂତତ୍ତ୍ୱ, ପ୍ରାଣମୟ, ମସସ୍ତତ୍ତ୍ୱ, ମନୋମୟ, ଓ ବୁଦ୍ଧିତତ୍ତ୍ୱ ଓ ଜ୍ଞାନମୟ ବିଶିଷ୍ଟ ମନୁଷ୍ୟ (ଏମାନେ ସତ୍ୟାସତ୍ୟ ଚିହ୍ନନ୍ତି, ଭଲ ମନ୍ଦ ଜାଣନ୍ତି, ଯିବା ଆସିବା କରନ୍ତି, ଅନିଚ୍ଛା ଇଚ୍ଛା କରନ୍ତି, ଆହାର କରନ୍ତି ଓ ବଢ଼ନ୍ତି) । ଅତଏବ ଉପରୋକ୍ତ ‘ଛ’ ଟି ତତ୍ତ୍ୱ ବିଭାଗରୁ ଶୂନ୍ୟର ପ୍ରାଣମୟ, ମନୋମୟ ଓ ଜ୍ଞାନମୟ ବୋଲି ତିନୋଟି ଏବଂ କାଳର ଅହଂତତ୍ତ୍ୱ, ମନତତ୍ତ୍ୱ, ବୁଦ୍ଧିତତ୍ତ୍ୱ ବୋଲି ତିନୋଟି । ଏହି ତତ୍ତ୍ୱସବୁରୁ କେଉଁ ବ୍ୟକ୍ତିଠାରେ କେତୋଟି ଥିବାର ଦେଖାଯାଏ ।

 

ଉପରୋକ୍ତ ବିଭିନ୍ନ ପ୍ରକାର ଭିନ୍ନ ଭିନ୍ନ ସ୍ୱଭାବ ଓ ଗୁଣ ଧର୍ମର ଅଶେଷ ବ୍ୟବହାରରୁ ଯେଉଁ ଇନ୍ଦ୍ରିୟରୂପକ ବ୍ୟକ୍ତି ବା ଦେହୀ ସୃଷ୍ଟି ହୁଏ, ସେହି ବ୍ୟକ୍ତି ବା ଦେହୀମାନେ ପୂର୍ବୋକ୍ତ ସମସ୍ତ ଗୁଣଧର୍ମ ବ୍ୟବହାରର ନିୟମ ଧରି ସମସ୍ତ ଯଜ୍ଞ କର୍ମ ବା ଯନ୍ତ୍ର କାର୍ଯ୍ୟ (ଇନ୍ଦ୍ରିୟମାନଙ୍କ ବିଷୟ ଚିନ୍ତା କରିବା, ଶୁଣିବା, ଦେଖିବା, ଖାଇବା, ଓ ଭଲ ମନ୍ଦ ବାରିବା) ରେ ଅଧିଷ୍ଠିତ ହୁଅନ୍ତି । ସେହି ଯଜ୍ଞ କର୍ମ ବା ଯନ୍ତ୍ର କାର୍ଯ୍ୟର ତାତ୍ପର୍ଯ୍ୟ ଆଲୋଚନା କରିବାକୁ ଗଲେ— ସ୍ତ୍ରୀ ଜାତିର ଜନନେନ୍ଦ୍ରିୟକୁ ହିଁ ମୂଳ ପ୍ରକୃତି, ଯଜ୍ଞଚକ୍ର ବା ଜାତଯନ୍ତ୍ର ବୋଲାଯାଏ । ପୁଣି ସେହି ଜନନେନ୍ଦ୍ରିୟର ପ୍ରଥମ ରଜସ୍ୱଳାକୁ ହିଁ ଶୂନ୍ୟକାଳ ବା ବ୍ରହ୍ମଦୈବତ୍‍ଙ୍କର ପ୍ରକୃତିମାର୍ଗ ବା ଯୌଗିକ ଅବସ୍ଥା ବୋଲି ବୁଝିବାକୁ ହେବ । ଅର୍ଥାତ୍‍ ରଜସ୍ୱଳା ବେଳେ ସ୍ତ୍ରୀମାନଙ୍କ ଗର୍ଭାଶୟରେ ‘ପୁଂ’ ଭାଗ ଓ ‘ସ୍ତ୍ରୀ’ ଭାଗ ନିର୍ଣ୍ଣୀତ ହୁଏ । ଏହାକୁ ହିଁ ପରା, ଅପରା ଭାଗ ବୋଲି କୁହାଯାଏ । ଏହି ପରା ଅପରା ବା ‘ପୁଂ’, ‘ସ୍ତ୍ରୀ’ ରୂପକ ଭାଗ ଦୁଇଟିର ସଂଯୋଗ ବା ସମିଶ୍ରଣକୁ ହିଁ ଅଧିଯଜ୍ଞ ବ୍ୟବହାର ବା ଅଧିଜାତ କର୍ମ ବୋଲାଯାଏ ।

 

ଅତଏବ ଉକ୍ତ ସ୍ତ୍ରୀ ଜାତୀୟ ବ୍ୟକ୍ତି ବା ଦେହୀମାନଙ୍କ ଠାରେ ମୁହଁ ଓ ଯୋନି ବୋଲି ଦୁଇଗୋଟି ମୁଖ ଦେଖାଯାଉ ଅଛି । ଏମାନେ ପ୍ରଥମ ମୁହଁ (ମୁଖ) ରେ ଦ୍ରବ୍ୟ ରୂପକ ହବି ହବନ କରନ୍ତି ଏବଂ ଦ୍ୱିତୀୟ ମୁହଁ (ଯୋନି) ରେ ବୀର୍ଯ୍ୟ ରୂପକ ହବି ହବନ କରନ୍ତି । ଏଥିଯୋଗୁଁ ବ୍ୟକ୍ତି ବା ଦେହୀଙ୍କୁ ଅଧିଯଜ୍ଞ ବ୍ୟାପାରୀ ବା ଅଧିଜାତ କର୍ମୀ ବୋଲାଯାଏ । ଉପରୋକ୍ତ ବ୍ୟାପାରୀ ବା କର୍ମୀମାନେ ତ୍ରିତାପ (ଖରା, ବର୍ଷା, ଶୀତ) ରୁ ରକ୍ଷା ପାଇବା ଉଦ୍ଦେଶ୍ୟ ଧରି ଜ୍ଞାନବଳ (କାୟ, ମନ, ବାକ୍ୟ) ର ସାହାଯ୍ୟରେ ରତ୍ନଧାତବାଦି ପଦାର୍ଥମାନଙ୍କୁ ନେଇ ନାନା କୌଶଳ (ବାଷ୍ପୀୟ ଯନ୍ତ୍ର ଯାନାଦି) ଉଦ୍ଭାବନ କରି ସୃଷ୍ଟି କାର୍ଯ୍ୟ ସଂପାଦନ କରନ୍ତି ।

 

ବୁଝି ଦେଖିଲେ—ଏହି ଅପରିହାର୍ଯ୍ୟ, ଅବଶ୍ୟମ୍ଭାବୀ ଯଜ୍ଞଚକ୍ରଟି ଭଙ୍ଗା ଗଢ଼ା ଧର୍ମ ଧରି ପ୍ରାକ୍‍କାଳରୁ ହିଁ ଚଳି ଆସୁଅଛି । କହିବାକୁ ଗଲେ—ଏହାକୁ ହିଁ ଶୂନ୍ୟକାଳ, ଜ୍ଞାନକର୍ମ ବା ବ୍ରହ୍ମତ୍ୱ-ଦେବତ୍ୱର ମାହାତ୍ମ୍ୟ ପ୍ରଭାବ ବା ସ୍ରଷ୍ଟା ଓ ସୃଷ୍ଟି କୁହାଯାଏ ।

Image

 

ବ୍ୟବହାର–କଳ୍ପନା

 

ପୂର୍ବ ପ୍ରକରଣରେ ଦର୍ଶାଯାଇଥିବା ଶୂନ୍ୟ, କାଳ, ଜ୍ଞାନ, କର୍ମ ବ୍ରହ୍ମତ୍ୱ, ଦେବତ୍ୱର ମାହାତ୍ମ୍ୟ ପ୍ରଭାବ ବା ବା ପିତୃତ୍ୱ, ମାତୃତ୍ୱ ଯୋଗକୁ ହିଁ ଯଜ୍ଞ ଯନ୍ତ୍ର କୁହାଯାଇଅଛି । ସେହି ଯଜ୍ଞ ଯନ୍ତ୍ରର ଉତ୍ପତ୍ତି ସକାଶେ ଯେଉଁ ମୂଳ ପ୍ରେରଣା ଆସେ, ସେହି ମୂଳ ପ୍ରେରଣାରୁ ଯେଉଁ ଇଷ୍ଟଭାବନା ହୁଏ, ସେହି ଇଷ୍ଟ ଭାବନା (ବଳ) ର ନାମ ହିଁ ‘କର୍ମ’ ଏବଂ ମୂଳ ପ୍ରେରଣା (ତତ୍ତ୍ୱ) ର ନାମ ହିଁ ‘ଜ୍ଞାନ’-

ଉକ୍ତ ଜ୍ଞାନ କର୍ମ ବା ପ୍ରେରଣା ଭାବନାରୁ ଯଜ୍ଞ ଯନ୍ତ୍ରର ଉତ୍ପତ୍ତି ହୁଏ । ସେହି ଯନ୍ତ୍ର ଯଜ୍ଞାର୍ଥେ ପୁଣି ଯେଉଁ ତତ୍ତ୍ୱବଳ ବା ଜ୍ଞାନ ମୂଳକ କର୍ମ ଆବଶ୍ୟକ ହୁଏ , ସେହି କର୍ମ ସବୁ ସତ୍ୟ ମିଥ୍ୟା ବା ଧର୍ମ ଅଧର୍ମ ବୋଲି ଦୁଇଭାଗରେ ବିଭକ୍ତ ହୁଏ । ପୁଣି ସେ ସତ୍ୟମିଥ୍ୟା ବା ଧର୍ମ ଅଧର୍ମ ଗୁଣ ଭେଦରେ ତିନି ପ୍ରକାର ହୁଏ, ଯଥା—ଉତ୍ତମ, ମଧ୍ୟମ, ଅଧମ, ଜ୍ଞାନ, ବିଜ୍ଞାନ, ଅଜ୍ଞାନ ବା କର୍ମ, ବିକର୍ମ, ଅକର୍ମ ଏହି ତିନୋଟି ପର୍ଯ୍ୟାୟର ଏକତ୍ର ନେଇ ଏ ସବୁ ପାଞ୍ଚ ଭାଗରେ ବିଭକ୍ତ ହୁଏ, ଯଥା—ଅଧିଷ୍ଠାନ, କର୍ତ୍ତା, କରଣ, ଅଧିକରଣ ଓ କର୍ମ ।

ଅତଏବ କାଳ (କର୍ମ) ର ଭାବନାରେ ଶୂନ୍ୟ (ଜ୍ଞାନ)ର ପ୍ରେରଣା ଅଧିଷ୍ଠାନ ହେବାରୁ ଅଙ୍କୁର ବା ଅହଂକାର ବିଶିଷ୍ଟ କର୍ତ୍ତା (ପ୍ରକୃତି) ପ୍ରାଣାଦି ଭିନ୍ନ ଭିନ୍ନ ପିଣ୍ଡୁଳା ସୃଷ୍ଟି କରେ । ସେଥିରେ ଶବ୍ଦାଦି କାରଣ ଭୂତମାନଙ୍କ ବିଭିନ୍ନ ସ୍ୱଭାବ ବା ଚେଷ୍ଟା ମିଶିଥିବାରୁ ସେ ସବୁର ସମିଷ୍ଟି ନେଇ ମହାନ ନିହାରୀୟ ରତ୍ନପିଣ୍ଡ (ଚନ୍ଦ୍ର) କୁ ହିଁ ଆଧ୍ୟାତ୍ମ ଆକାର ବୋଲାଯାଏ ।

ମହାନ ନିହାରୀୟ ରତ୍ନପିଣ୍ଡ—ଚନ୍ଦ୍ରର ଭାବନାରେ ସତ୍ୟାତ୍ମାର ପ୍ରେରଣା ଅଧିଷ୍ଠାନ ହେବାରୁ ମାୟାଲୋକ ବିଶିଷ୍ଟ ଜ୍ୟୋତି ରତ୍ନାଦି ଭିନ୍ନ ଭିନ୍ନ ତେଜ ସୃଷ୍ଟି କରେ । ସେଥିରେ ଆକାଶାଦି ସୂକ୍ଷ୍ମ ଭୂତମାନଙ୍କ ବିଭିନ୍ନ ସ୍ୱଭାବ ବା ଚେଷ୍ଟା ମିଶିଥିବାରୁ ସେ ସବୁର ସମିଷ୍ଟି ନେଇ ବିରାଟ ଗ୍ୟାସୀୟ ଧାତବପିଣ୍ଡ (ସୂର୍ଯ୍ୟ) କୁ ହିଁ ଅଧିଭୂତ ଆକୃତି ବୋଲାଯାଏ ।

ବିରାଟ ଗ୍ୟାସୀୟ ଧାତବ ପିଣ୍ଡ—ସୂର୍ଯ୍ୟର ଭାବନାରେ ବିଦ୍ୟୁତ୍‍ ପ୍ରଭାବର ପ୍ରେରଣା ଅଧିଷ୍ଠାନ ହେବାରୁ ଅଗ୍ନିତେଜ ବିଶିଷ୍ଟ ରଶ୍ମି ସ୍ୱର୍ଣ୍ଣାଦି ଭିନ୍ନ ଭିନ୍ନ ଧାତବ ବୀଜ ସୃଷ୍ଟି କରେ । ସେଥିରେ ଜରାୟୁ ଆଦି ସ୍ଥୂଳ ଭୂତ ମାନଙ୍କ ବିଭିନ୍ନ ସ୍ୱଭାବ ବା ଚେଷ୍ଟା ମିଶିଥିବାରୁ ସେ ସବୁର ସମିଷ୍ଟି ନେଇ ବିଶାଳ ମୃଣ୍ମୟ ପାଷାଣପିଣ୍ଡ (ପୃଥିବୀ)କୁ ହିଁ ଅଧିଦୈବ ରୁପ ବୋଲାଯାଏ ।

ବିଶାଳ ମୃଣ୍ମୟ ପାଷାଣ ପିଣ୍ଡ—ପୃଥିବୀର ଭାବନାରେ ବୃଷ୍ଟି ରସର ପ୍ରେରଣା ଅଧିଷ୍ଠାନ ହେବାରୁ ଉଷ୍ମତାପ ବିଶିଷ୍ଟ ମୃତ୍ତିକା ବୀଜାଦି ଭିନ୍ନ ଭିନ୍ନ କୀଟ ସୃଷ୍ଟି କରେ । ସେଥିରେ ନାନାଦି ଇନ୍ଦ୍ରିୟମାନଙ୍କର ବିଭିନ୍ନ ସ୍ୱଭାବ ବା ଚେଷ୍ଟା ନିହିତ ଥିବାରୁ ସେ ସବୁର ସମଷ୍ଟି ନେଇ ବିଶିଷ୍ଟ ରସ ରକ୍ତପିଣ୍ଡ ଦେହୀକୁ ହିଁ ଅଧିଯଜ୍ଞ ବ୍ୟକ୍ତି ବୋଲାଯାଏ ।

ବିଶିଷ୍ଟର ରକ୍ତ ପିଣ୍ଡ—ଦେହୀର ଭାବନାରେ ବୀର୍ଯ୍ୟ ରଜର ପ୍ରେରଣା ଅଧିଷ୍ଠାନ ହେବାରୁ ଯୋନି ବିଶିଷ୍ଟ ଶରୀର ମାନବାଦି ସନ୍ତାନ ଜାତ କରେ । ସେଥିରେ ମାନସିକ ନିଷ୍ଠାଦି ଧର୍ମମାନଙ୍କ ବିଭିନ୍ନ ଧାରଣା ନିହିତ ଥିବାରୁ ସେ ସବୁର ସମଷ୍ଟି ନେଇ ରାଜନୀତି କଳ୍ପନାକୁ ହିଁ ବ୍ୟବହାର ବ୍ୟାପାର କର୍ମ ବୋଲାଯାଏ ।

ଅତଏବ ଉପରୋକ୍ତ ପର୍ଯ୍ୟାୟ ଗୁଡ଼ିକର ଏକତ୍ର ଧାରଣା ହିଁ ସୃଷ୍ଟିର ପୂର୍ଣ୍ଣ ଜ୍ଞାନକର୍ମ । ଏହି ବିଷୟଟି ଭାବି ଦେଖିଲେ—ସୃଷ୍ଟି ଠାରୁ ସ୍ରଷ୍ଟା ଅଲଗା ଥିଲେ ହେଁ, ସ୍ରଷ୍ଟାଙ୍କ ଠାରେ ସୃଷ୍ଟିର ଯେପରି ନିତ୍ୟ ସମ୍ୱନ୍ଧ, ବ୍ୟକ୍ତିଠାରୁ ସୃଷ୍ଟି ଅଲଗା ଥଲେ ହେଁ ସୃଷ୍ଟିଠାରେ ବ୍ୟକ୍ତିର ସେପରି ନିତ୍ୟ ସମ୍ୱନ୍ଧ । ଏବଂ ବ୍ୟବହାର କର୍ମଠାରୁ ବ୍ୟକ୍ତି ଅଲଗା ଥିଲେ ହେଁ, ବ୍ୟକ୍ତିଠାରେ ବ୍ୟବହାର କର୍ମର ସେପରି ନିତ୍ୟ ସମ୍ୱନ୍ଧ ଦେଖାଯାଏ ।

କିନ୍ତୁ ଶୂନ୍ୟକାଳ ଓ ଆତ୍ମପ୍ରଭାବ ଭିତରେ ଯେତିକି ପ୍ରଭେଦ ଆତ୍ମପ୍ରଭାଭ ଓ ବିଦ୍ୟୁତ୍‍ ତେଜ ମଧ୍ୟରେ ତେତିକି ପ୍ରଭେଦ ଏବଂ ବିଦ୍ୟୁତ୍‍ ତେଜ ଓ ଅଗ୍ନିତାପ ମଧ୍ୟରେ ଯେତିକି ପ୍ରଭେଦ, ଅଗ୍ନିତାପ ଓ ବୀର୍ଯ୍ୟରଜ (ବ୍ରହ୍ମତ୍ୱ ଦେବତ୍ୱ ବା ପିତୃତ୍ୱ ମାତୃତ୍ୱ) ମଧ୍ୟରେ ତେତିକି ପ୍ରଭେଦ ବୁଝାଯାଏ-

 

ଅର୍ଥାତ୍‍ ଇନ୍ଦ୍ରିୟ ବ୍ୟବହାରରୁ ଦେହ ଯେତିକି ଦୂରରେ, ଦେହାଦି ଦୃଶ୍ୟଠାରୁ ପୃଥିବୀ ସେତିକି ଦୂରରେ ଏବଂ ପୃଥିବ୍ୟାଦି ପିଣ୍ଡୁଳାଠାରୁ ଆତ୍ମପ୍ରଭାବ ଯେତିକି ଦୂରରେ, ଆତ୍ମପ୍ରଭାବ ଜ୍ଞାନକର୍ମ, ବ୍ରହ୍ମତ୍ୱ ଦେବତ୍ୱଠାରୁ ଶୂନ୍ୟକାଳ ସେତିକି ଦୂରରେ ରହିଅଛନ୍ତି ।

 

ଅତଏବ ସ୍ରଷ୍ଟାଙ୍କ ଆଜ୍ଞା ବା ଆଦେଶ (ପ୍ରବୃତ୍ତି, ନିବୃତ୍ତି, ଯୌଗିକ, ମୌଳିକ, ଜାଗ୍ରତ ସୁପ୍ତ) ମାନି ଚଳିବାକୁ ସୃଷ୍ଟି ଅର୍ଥାତ୍‍ ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀ (ଭାବିତ, ଅଙ୍କିତ, ବର୍ଣ୍ଣିତ ମାନି ଚଳିବାକୁ ଚନ୍ଦ୍ର; ରୂପିତ, ଉଦ୍ଭାସିତ ଓ ସ୍ଥାପିତ ମାନି ଚଳିବାକୁ ସୂର୍ଯ୍ୟ; ଏବଂ ଚେଷ୍ଟିତ, ଉତ୍ପାଦିତ ଓ ଦାନିତ ମାନି ଚଳିବାକୁ ପୃଥିବୀ) ଯେପରି ବାଧ୍ୟ, ସୃଷ୍ଟି (ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀ)ର ଆଜ୍ଞା ବା ଆଦେଶ (ଯତ୍ନ, ଉତ୍ପାଦନ, ଭୋଗ, ବଣ୍ଟନ ଓ ତ୍ୟାଗ) ମାନି ଚଳିବାକୁ ଶରୀର ସେପରି ବାଧ୍ୟ । ଏବଂ ଶରୀରର ଆଜ୍ଞା ବା ଆଦେଶ (ମନନ, ଶ୍ରବଣ, ଦର୍ଶନ, ଆସ୍ୱାଦନ ଓ ଆଘ୍ରାଣ) ମାନି ଚଳିବାକୁ ଇନ୍ଦ୍ରିୟ ମାନେ ସେପରି ବାଧ୍ୟ ହୁଅନ୍ତି ।

 

(କ) ସ୍ରଷ୍ଟାଙ୍କ ଆଜ୍ଞା ବା ଆଦେଶରେ (ସୃଷ୍ଟିରୁ) ଚନ୍ଦ୍ର କାରଣ ଭୂତ (ଶତାବ୍ଦି ଆକର୍ଷଣୀ ବୁଦ୍ଧି) ମାନଙ୍କ ଦ୍ୱାରା ପ୍ରାଣୀ ଆହାର ସଂଗ୍ରହ କରି ଆହାର କରେ । ସେହି ଆହାରରୁ ଯେଉଁ ସାର ସଂଗ୍ରହ ହୁଏ ସେହି ସାର (ନିହାରୀକା ପିଣ୍ଡ) ସବୁ ଚନ୍ଦ୍ର ଗର୍ଭରେ ଜମାଟ ବାନ୍ଧି ଥାଏ । ସେଥିରେ ଓଁକାର ନାମକ ଜ୍ଞାନାତ୍ମା (ସତ୍ୟାଲୋକ) ର ସଂଯୋଗ ହେବାରୁ ଜ୍ୟୋତିଷ୍କ ଜୀବନ୍ତ ଓ ଚଳନ୍ତ ହୁଏ-। କିନ୍ତୁ ସେହି ଚଳନ୍ତ ଜୀବନ୍ତ ଜ୍ୟୋତି ଭିତରେ ଥାଇ ଜମାଟ ବାନ୍ଧୁଥିବା ନିହାରୀକା ସବୁ ଚଳନ ବେଗରେ ଖଣ୍ଡ ବିଖଣ୍ଡ ହୋଇ ପରା ଅପରା, ପିତୃତ୍ୱ ମାତୃତ୍ୱ ବା ଚେତନ ଜଡ଼ ବୋଲି ଦୁଇ ଭାଗରେ ବିଭକ୍ତ ହୁଏ । ସେହି ପରାଅପରା ବା ଚେତନ ଜଡ଼ ଦୁଇରୁ ପ୍ରଥମ ଚେତନ ବା ପରାଭାଗରୁ ପ୍ରାଣମୟ, ମନୋମୟ ଓ ଜ୍ଞାନମୟ ବୋଲି ତିନୋଟି ଗୁଣ ଏବଂ ଦ୍ୱିତୀୟ ଜଡ଼ ବା ଅପରା ଭାଗରୁ ଅହଂତତ୍ତ୍ୱ, ମନତତ୍ତ୍ୱ ଓ ବୁଦ୍ଧିତତ୍ତ୍ୱ ବୋଲି ତିନୋଟି ସ୍ୱଭାବ । ପୁଣି ସେହି ଚେତନ ଗୁଣ ଅଂଶରୁ—ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ବୋଲି ପାଞ୍ଚଟି ରତ୍ନସ୍ତର ଏବଂ ଜଡ଼ ସ୍ୱଭାବ ଅଂଶରୁ–ପ୍ରାଣ, ଅପାନ, ସମାନ, ଉଦାନ ଓ ବ୍ୟାନ ବୋଲି ପାଞ୍ଚଟି ଜ୍ୟୋତି ମଣ୍ଡଳ ଜାତ କରି ବିଛାଇ ଦେଉଥାଏ । ସେଥିରେ ଉପରୋକ୍ତ କାରଣ ଭୂତମାନଙ୍କ ଭାବନା ସ୍ୱର୍ଶ ହେବା ଦ୍ୱାରା ରତ୍ନରେଣୁ ରୂପରେ ସୂର୍ଯ୍ୟ ପୃଷ୍ଠରେ ପତିତ ହୋଇ ରତ୍ନ ଜ୍ୟୋତି ସୃଷ୍ଟି କରେ ।

 

(ଖ) ସେହି ସ୍ରଷ୍ଟାଙ୍କ ଆଜ୍ଞା ବା ଆଦେଶରେ ସୂର୍ଯ୍ୟ, ସୂକ୍ଷ୍ମଭୂତ (ପ୍ରାଣାଦି ଭାବୁକମନ) ମାନଙ୍କ ଦ୍ୱାରା ଯୌଗିକ ଆହାର ସଂଗ୍ରହ କରି ଆହାର କରେ । ସେହି ଆହାରରୁ ଯେଉଁ ସାର ସଂଗ୍ରହ ହୁଏ, ସେହି ସାର (ଉତ୍ତପ୍ତ ଗ୍ୟାସ) ସବୁ ସୂର୍ଯ୍ୟ ଦେହରେ ଜମାଟ ବାନ୍ଧୁଥାଏ । ସେଥିରେ ହୁଁ କାର ନାମକ ଜ୍ଞେୟାତ୍ମା (ବିଦ୍ୟୁତ୍‍ ତେଜ) ର ସଂଯୋଗ ହେବାରୁ ଦୀପ୍ତ ହୁଏ । କିନ୍ତୁ ସେହି ଦପ୍‍ ଦପ୍‍ ଭିତରେ ଥାଇ ଜମାଟ ବାନ୍ଧୁଥିବା ଉତ୍ତପ୍ତଗ୍ୟାସ ସବୁ ଘୂର୍ଣ୍ଣନ ବେଗରେ କ୍ଷିପ୍ତ ବିକ୍ଷିପ୍ତ ହୋଇ ଯାଉ ତେଜ-ବାଷ୍ପ, ବିଦ୍ୟୁତ୍‍ ରଶ୍ମି ବୋଲି ଦୁଇଭାଗରେ ବିଭକ୍ତ ହୁଏ । ସେହି ତେଜ-ବାଷ୍ପ ବା ବିଦ୍ୟୁତ୍‍ ରଶ୍ମି ଦ୍ୱୟରୁ ପ୍ରଥମ ତେଜ ବା ବିଦ୍ୟୁତ୍‍ ଭାଗରୁ ସ୍ଫଟିକ, ହୀରକ ଓ ନୀଳ ବୋଲି ତିନୋଟି ରତ୍ନ ଏବଂ ଦ୍ୱିତୀୟ ବାଷ୍ପ ବା ରଶ୍ମି ଭାଗରୁ ଯବକ୍ଷାରଜାନ, ଉଦ୍‍ଜାନ ଓ ଅମ୍ଳଜାନ ବୋଲି ତିନୋଟି ଜ୍ୟୋତି । ପୁଣି ସେହି ତେଜ ବା ବିଦ୍ୟୁତ୍‍ ଅଂଶରୁ ସ୍ୱର୍ଣ୍ଣ, ରୌପ୍ୟ, ତାମ୍ର, ପାରଦ ଓ ଲୌହ ବୋଲି ପାଞ୍ଚଟି ଧାତବ ସ୍ତର ଏବଂ ବାଷ୍ପ ବା ରଶ୍ମି ଅଂଶରୁ ପୀତ, ଶ୍ୱେତ, ରକ୍ତ, ହରିତ୍‍, କୃଷ୍ଣ ବୋଲି ପାଞ୍ଚଟି ଗ୍ୟାସ ମଣ୍ଡଳ ଜାତ କରି ବିଛାଇ ଦେଉଥାଏ । ସେଥିରେ ଉପରୋକ୍ତ ସୂକ୍ଷ୍ମଭୂତମାନଙ୍କ ଭାବନା ସ୍ପର୍ଶ ହେବା ଦ୍ୱାରା ଧାତବ କିରଣ ରୂପରେ ଭୂପୃଷ୍ଠରେ ପତିତ ହୋଇ ଧାତବ ପାଷାଣ ସୃଷ୍ଟି କରେ-

(ଗ) ସେହି ସ୍ରଷ୍ଟାଙ୍କ ଆଜ୍ଞା ବା ଆଦେଶରେ ପୃଥିବୀ ସ୍ଥୂଳ ଭୂତ (ତ୍ୱକାଦି ବ୍ୟବହାରେନ୍ଦ୍ରିୟ) ମାନଙ୍କ ଦ୍ୱାରା ଭୌତିକ ସାର ସଂଗ୍ରହ କରି ଆହାର କରେ । ସେହି ଆହାରରୁ ଯେଉଁ ସାର ସଂଗ୍ରହ ହୁଏ, ସେହି ସାର (ଜଳୀୟ ବାଷ୍ପ) ସବୁ ପୃଥିବୀ ପୃଷ୍ଠରେ ଜମାଟ ବାନ୍ଧି ଘନୀଭୂତ ହେଉଥାଏ । ସେଥିରେ ପ୍ରାଣନାମକ ଜ୍ଞାତାତ୍ମା (ଅଗ୍ନିତାପ) ର ସଂଯୋଗ ହେବାରୁ ବିସ୍ଫୋରଣ ହୁଏ । କିନ୍ତୁ ସେହି ବିସ୍ଫୋରଣ ଭିତରେ ଥାଇ ଜମାଟ ବାନ୍ଧୁଥିବା ଜଳୀୟ ବାଷ୍ପ ରାଶି ସବୁ ବାୟୁବେଗରେ ଛିନ୍ନଭିନ୍ନ ହୋଇଯାଇ ବୀଜଶରୀର ବୀର୍ଯ୍ୟ, ରଜ ବା ଜୀବ ଦେହ ବୋଲି ଦୁଇ ଭାଗରେ ବିଭକ୍ତ ହୁଏ । ସେହି ବୀଜଶରୀର ବା ବୀର୍ଯ୍ୟରଜ ଦୁଇରୁ—ପ୍ରଥମ ବୀଜ ବା ବୀର୍ଯ୍ୟ ଭାଗରୁ ଶୂନ୍ୟଶ୍ଚର, ଜଳଚର ଓ ସ୍ଥଳଚର ବୋଲି ତିନୋଟି ନାମ ଏବଂ ଦ୍ୱିତୀୟ ଶରୀର ବା ରଜ ଭାଗରୁ ଦେବ, ମାନବ, ଅସୁର ବୋଲି ତିନୋଟି ରୂପ । ପୁଣି ସେହି ବୀଜ ବା ବୀର୍ଯ୍ୟ ଅଂଶରୁ ଜରାୟୁଜ, ଉଦ୍ଭିଦଜ, ଅଣ୍ଡଜ, ସ୍ୱେଦଜ ଓ କ୍ଲେଦଜ ବୋଲି ପାଞ୍ଚଟି ଜୀବକୋଷ ଏବଂ ରଜ ବା ଶରୀର ଅଂଶରୁ ମନୁଷ୍ୟଦି, ବୃକ୍ଷାଦି, ପକ୍ଷ୍ୟାଦି, ସରିସୃପାଦି ଓ ମତ୍ସ୍ୟାଦି ବୋଲି ପାଞ୍ଚଟି ଦେହ ବିଭାଗ ଜାତକରି ଚତୁର୍ଦ୍ଦିଗରେ ବିଛାଇ ହେଉଥାଏ । ସେହି ବିଚ୍ଛିନ୍ନ ହେଉଥିବା ବାଷ୍ପରାଶି ଗୁଡ଼ିକରେ ଉପରୋକ୍ତ ସ୍ଥୂଳ ଭୂତମାନଙ୍କ ଭାବନା ସ୍ପର୍ଶ ହେବା ଦ୍ୱାରା ବୃଷ୍ଟିଜଳ ରୁପରେ ଧାତବ ପାଷାଣ ଉପରେ ପତିତ ହୋଇ ପୁଂ ଓ ସ୍ତ୍ରୀ ଲିଙ୍ଗ ରୂପ ସୃଷ୍ଟି କରେ ।

(ଘ) ଅତଏବ ସେହି ସ୍ରଷ୍ଟାଙ୍କ ଆଜ୍ଞା ବା ଆଦେଶରେ ବ୍ୟକ୍ତି ବା ଦେହୀ ମନନାଦି ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଦ୍ରବ୍ୟାହାର ସଂଗ୍ରହ କରି ଆହାର କରନ୍ତି । ସେହି ଆହାରରୁ ଯେଉଁ ସାର ସଂଗ୍ରହ ହୁଏ, ସେହି ସାର (ରସ, ରକ୍ତ) ସବୁ ଦେହୀର ବାମ ହୃଦ୍‍ଭାଗରେ ଜମାଟ ବାନ୍ଧୁଥାଏ । ସେଥିରେ ବ୍ରହ୍ମନାମକ ପଞ୍ଚାତ୍ମା (ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ବା ପ୍ରାଣ, ଅପାନ, ସମାନ, ଉଦାନ ଓ ବ୍ୟାନ) ର ସଂଯୋଗ ହେବାରୁ ସୁଙ୍କାର ହୁଏ । କିନ୍ତୁ ସେହି ସୁଙ୍କାର ଭିତରେ ଥାଇ ଜମାଟ ବାନ୍ଧୁଥିବା, ରସ, ରକ୍ତ ସବୁ ବିସ୍ଫୋରଣ ବେଗରେ ସଞ୍ଚାଳିତ ହୋଇ ଶ୍ୱେତସାର, ଲୋହିତ ରକ୍ତ ବା କୃଷ୍ଣ ପୀତ ବୋଲି ଦୁଇ ଭାଗରେ ବିଭକ୍ତ ହୁଏ । ସେହି ଲୋହିତ ରକ୍ତ ବା କୃଷ୍ଣ ପୀତ ଦୁଇରୁ ପ୍ରଥମ ଶ୍ୱେତ ଭାଗରୁ ସତ୍ୱ, ରଜ, ତମ ବୋଲି ତିନୋଟି ଗୁଣ ଏବଂ ଦ୍ୱିତୀୟ ସାର ଭାଗରୁ ଉତ୍ତମ, ମଧ୍ୟମ, ଅଧମ, ବୋଲି ତିନୋଟି ସ୍ୱଭାବ । ପୁଣି ସେହି ଶ୍ୱେତ ଗୁଣ ଅଂଶରୁ ମନନ, ଦର୍ଶନ, ଶ୍ରବଣ, ଆସ୍ୱାଦନ ଓ ଆଘ୍ରାଣ ବୋଲି ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏବଂ ସାର ସ୍ୱଭାବ ଅଂଶରୁ ମୁଣ୍ଡ, କାନ, ଆଖି, ନାକ ଓ ତୁଣ୍ଡ ବୋଲି ପାଞ୍ଚଟି କର୍ମେନ୍ଦ୍ରିୟ ଜାତ ହୋଇ ସର୍ବାଙ୍ଗରେ ବିଛାଇ ହେଉଥାଏ । ସେହି ବିଚ୍ଛିନ୍ନ ହେଉଥିବା ରସରକ୍ତ କଣିକା ଗୁଡ଼ିକରେ ଉପରୋକ୍ତ ଇନ୍ଦ୍ରିୟ ସବୁର ଭାବନା ସ୍ପର୍ଶ ହେବାରୁ ସ୍ୱେତ ପୀତ ଲୋହିତ ଆକାରରେ ଅଳିନ୍ଦ ଓ ନୀଳୟ ଉପରେ ପତିତ ହୋଇ, ପୁରୁଷ ଦେହରେ ବୀର୍ଯ୍ୟ ଓ ସ୍ତ୍ରୀ ଦେହରେ ରଜ ସୃଷ୍ଟି ହୋଇ ଜମାଟ ବାନ୍ଧୁଥାଏ ।

ଅତଏବ ଉପରୋକ୍ତ ପୁରୁଷ ଓ ସ୍ତ୍ରୀ ଉଭୟଙ୍କ ବୀର୍ଯ୍ୟ ରଜରେ ଉପରୋକ୍ତ ସମସ୍ତ ଇନ୍ଦ୍ରିୟ ସତ୍ତା ସନ୍ନିହିତ ଥିବାରୁ ଆମୋଦ ପ୍ରମୋଦାଦି ଆନନ୍ଦର ସଂସ୍ପର୍ଶ ହେବା ଦ୍ୱାରା ଜମାଟ ବାନ୍ଧୁଥିବା ବୀର୍ଯ୍ୟ ରଜମାନ ଉଦବେଳିତ ଓ ଉତ୍‍କ୍ଷିପ୍ତ ହୋଇପଡ଼େ । ସୁତରାଂ ସେତିକି ବେଳେ ସ୍ତ୍ରୀ ଓ ପୁରୁଷର ସଂଯୋଗ ଘଟିଲେ ସ୍ତ୍ରୀ ଦେହରୁ (ବୀର୍ଯ୍ୟ ଅଂଶରୁ ପରୁଷ ଓ ରଜ ଅଂଶରୁ ସ୍ତ୍ରୀ) ସନ୍ତାନ ଜାତ ହୋଇ ପୂର୍ବୋକ୍ତ କ୍ରିୟା ଆରମ୍ଭ କରନ୍ତି ।

ଉପରୋକ୍ତ ବ୍ୟକ୍ତି ବା ଦେହୀ ମାନଙ୍କର ବ୍ୟବହାର ନିୟମ ସବୁ ଆଲୋଚନା କରି ଦେଖିଲେ, ଜଣାଯାଏ ଯେ ଖ୍ରୀଷ୍ଟପୂର୍ବ ୧୨୩୭୪ବର୍ଷ ଠାରୁ ଖ୍ରୀଷ୍ଟପୂର୍ବ ୯୮୨୭ ବର୍ଷ ପର୍ଯ୍ୟନ୍ତ ଏହି ମନୁଷ୍ୟମାନେ ପଶୁ ପ୍ରକୃତି ଧରି ବାନର ଥିଲେ । କ୍ରମେ ବାନରରୁ ଖ୍ରୀଷ୍ଟପୂର୍ବ ୭୩୬୮ ବର୍ଷ ପର୍ଯ୍ୟନ୍ତ ଏମାନେ ବାନର ପ୍ରକୃତି ଧରି ମନୁଷ୍ୟ ଆକାର ହେଲେ । କ୍ରମେ ବଣ ମନୁଷ୍ୟରୁ ଖ୍ରୀ:ପୂ: ୫୦୧୩ ବର୍ଷ ପର୍ଯ୍ୟନ୍ତ ଏମାନେ ଅସୁର ପ୍ରକୃତି ଧରି ଶବର ବୋଲାଇଲେ । ଶବରରୁ ଖ୍ରୀ:ପୂ: ୨୭୫୭ ବର୍ଷ ପର୍ଯ୍ୟନ୍ତ ଏମାନେ ମନୁଷ୍ୟ ପ୍ରକୃତି ଧରି ଅନାର୍ଯ୍ୟ ବୋଲାଇଲେ । କ୍ରମେ ଅନାର୍ଯ୍ୟରୁ ଖ୍ରୀ:ପୂ: ୬୦୦ ବର୍ଷ ପର୍ଯ୍ୟନ୍ତ ଏମାନେ ଦେବ ପ୍ରକୃତି ଧରି ଆର୍ଯ୍ୟ ହୋଇ, ଆର୍ଯ୍ୟ ଓ ଅନାର୍ଯ୍ୟ ବୋଲି ଦୁଇ ଭାଗରେ ବିଭକ୍ତ ହେଲେ । ସେହି ସମୟ ମଧ୍ୟରେ ଏହି ଆର୍ଯ୍ୟ ଓ ଅନାର୍ଯ୍ୟ ମାନଙ୍କର ବ୍ୟବହାର ସବୁ ଭିନ୍ନ ଭିନ୍ନ ଦେଖାଗଲା ଏବଂ ଏମାନଙ୍କ ମଧ୍ୟରେ ସତ୍‍ ଓ ଅସତ୍‍ ବ୍ୟବହାରକୁ ନେଇ ପ୍ରତି ମୁହୂର୍ତ୍ତରେ ସଂଘର୍ଷ ଲାଗିଲା । ସେହି ସଂଘର୍ଷ ମଧ୍ୟ ଦେଇ କେତେକ ସମୟ ଏହିପରି ଅତିବାହିତ ହେବା ପରେ ଖ୍ରୀ: ପୂ: ୧୯୨୯ ବର୍ଷ ଅର୍ଥାତ୍‍ ଆଜକୁ ୩୮୮୫ ବର୍ଷ ତଳର କଥା, ଦିନେ ମହାଭାରତ ଯୁଦ୍ଧ ନାମରେ ପୃଥିବୀ ବ୍ୟାପୀ ଗୋଟିଏ ମହାସମର ପହଞ୍ଚି ସମଗ୍ର ମାନବ ଜାତିକୁ ଧ୍ୱଂସ କରୁ ଥିଲା । ସମୟ ଆସିଲା, ଅନାର୍ଯ୍ୟମାନେ ହଟିଲେ ଓ ଆର୍ଯ୍ୟମାନଙ୍କର ଜୟ ହେଲା ।

କିନ୍ତୁ ଯୁଦ୍ଧ ପରେ ଉଭୟଙ୍କ ପକ୍ଷରୁ ଯେଉଁମାନେ ବଞ୍ଚି ରହିଲେ ସେମାନଙ୍କ ମିଳିତ ଉଦ୍ୟମରେ ଗୋଟିଏ ସଭା ଡକାଯାଇ, ସେଥିରେ ସମସ୍ତ ନିୟମ (ଆଇନ୍‍) ତିଆରି ହେଲା । ନିୟମକୁ ପ୍ରଥମେ ରାଜା ଓ ପ୍ରଜା ବୋଲି ଦୁଇ ଭାଗରେ ବିଭକ୍ତ କରାଗଲା । ଏବଂ ତାହାରି ନାମ ରଖାଗଲା ‘ରାଜନୀତି’ । ପୁଣି ରାଜନୀତିକୁ ଗୁଣ ଭେଦରେ ତିନି ଭାଗ କରାଗଲା । କର୍ମଭାଗ (କୃଷିଆଦି ଉତ୍ପାଦନ), ଜ୍ଞାନଭାଗ (ବାଣିଜ୍ୟାଦି ବ୍ୟବହାର), ଓ ବିଜ୍ଞାନ ଭାଗ (ଦେଶରକ୍ଷାଦି ଗଠନ) । ଏହାପରେ ଏ ସବୁକୁ ମିଶାଇ ପାଞ୍ଚଭାଗ କରାଗଲା—ମୃତ୍ତିକା ଓ କଠିନ ଜାତ ଦ୍ରବ୍ୟ (କୋଇଲା ଓ ପାଷାଣ), ପାଷାଣ ଓ ତଳ ଜାତ ଦ୍ରବ୍ୟ (ସ୍ୱର୍ଣ୍ଣାଦି ଧାତୁ) ନେଇ ନିର୍ମାଣ ମାର୍ଗ । ନିର୍ମାଣ ସାହାଯ୍ୟରେ ଜଳ ଓ ବାଷ୍ପଜାତ ଦ୍ରବ୍ୟ (ଗ୍ୟାସ୍‍) । ଗ୍ୟାସ୍‍ ଓ ରଶ୍ମି ଜାତ ଦ୍ରବ୍ୟ (ବିଦ୍ୟୁତ୍‍) ନେଇ ଚାଳନ ମାର୍ଗ । ଚାଳନ ସାହାଯ୍ୟରେ ତେଜ ଓ ଅଗ୍ନି ଜାତ ଦ୍ରବ୍ୟ—ଆଲୋକ । ଆଲୋକ ଓ ଜ୍ୟୋତି ଜାତ ପଦାର୍ଥ (ଦର୍ପଣ) ନେଇ ଯାତାୟାତ ମାର୍ଗ । ଯାତାୟତ ସାହାଯ୍ୟରେ—ବାୟୁ ଓ ପ୍ରବାହ ଜାତ ପଦାର୍ଥ (ତରଙ୍ଗ) । ତରଙ୍ଗ ଓ ସ୍ଫର୍ଶ ଜାତ ପଦାର୍ଥ (ଗ୍ରାହ୍ୟ) ନେଇ ଆଦାନ ପ୍ରଦାନ ମାର୍ଗ । ଆଦାନ ପ୍ରଦାନ ସାହାଯ୍ୟରେ ଆକାଶ ଓ ଶବ୍ଦଜାତ ପଦାର୍ଥ (ସ୍ୱର) । ସ୍ୱର ଓ ଜ୍ଞାନ ଜାତ ପଦାର୍ଥ (ଜ୍ଞେୟ) ନେଇ ବ୍ୟବହାର କର୍ମ ସମ୍ପାଦନ ହୁଏ ।

 

ସୁତରାଂ ଉପରୋକ୍ତ ନିୟମ ଗୁଡ଼ିକୁ ବ୍ୟବହାର କରିବା ପାଇଁ କେତେ ଗୁଡ଼ିଏ ଆଚରଣ ତିଆରି ହେଲା । ସେହି ଆଚରଣକୁ ପ୍ରଥମେ ଧର୍ମ ଓ ଆଚରଣ ବୋଲି ଦୁଇଭାଗରେ ବିଭକ୍ତ କରାଗଲା । ତାହାରି ନାମ ରଖାଗଲା—‘ଧର୍ମାଚରଣ’ । ପୁଣି ଏହାର ଗୁଣ ଭେଦ ହେତୁ ତିନି ଭାଗ କରାଗଲା—ସତ୍ୟାଚରଣ (ଅହିଂସା), ସାମ୍ୟାଚରଣ (ସାଧୁତ), ଓ ମିଥ୍ୟାଚରଣ (କପଟତ) । ପରେ ଏହି ତିନୋଟି ଆଚରଣକୁ ମିଳାଇ ପାଞ୍ଚ ଭାଗ କରାଗଲା । ଦ୍ରବ୍ୟ ଯଜ୍ଞ (ଉତ୍ପାଦନ କରିବା ଓ ଖାଇବା), ତପୋ ଯଜ୍ଞ (ତତ୍ତ୍ୱ ଗ୍ରହଣ କରିବା ଓ ପ୍ରଚାର କରିବା), ଯୋଗ ଯଜ୍ଞ (ଯନ୍ତ୍ରାଦି ନିର୍ମାଣ କରିବା ଓ ଚଳାଇବା) ସ୍ୱାଧ୍ୟାୟ ଯଜ୍ଞ (ଶିକ୍ଷା କରିବା ଓ ଶିକ୍ଷା ଦେବା), ଜ୍ଞାନ ଯଜ୍ଞ (ସତ୍‍ମନରେ ସମାଜର ବା ରାଷ୍ଟ୍ରର ସେବା କରିବା) ଦ୍ୱାରା ସାମାଜିକ ନିୟମ ରକ୍ଷାହେବ ।

 

(୧) ଅତଏବ ଉପରୋକ୍ତ ନିୟମ ସବୁକୁ ଅବମାନନା କଲେ ମାନବ ଯେଉଁ ଦଣ୍ଡ ପାଇବ, ସେହି ଦଣ୍ଡରୁ ରକ୍ଷା ପାଇବା ପାଇଁ ପ୍ରୋକ୍ତ ସଭାର ସଭାପତି ମହୋଦୟ ଅନେକ ସଦୁପଦେଶ ପୂର୍ଣ୍ଣ ବାକ୍ୟରେ କହିଛନ୍ତି—ହେ ସମବେତ ସଭାସଦ୍‍ ! ହେ ବିଶ୍ୱବାସୀ ମାନବ ବୃନ୍ଦ ! ଉପରୋକ୍ତ ନିୟମରେ ସମସ୍ତେ ନିଷ୍କାମ ବୁଦ୍ଧିଧରି ପରିଚାଳିତ ହେବା । ଯେଉଁ ମାନେ ଏହାକୁ ଅବମାନବ କରି ଆତ୍ମା ଓ ଆତ୍ମୀୟର ପାଳନାର୍ଥେ ସକଳ ଦ୍ରବ୍ୟର ଆବଶ୍ୟକ କରିବେ (ଦ୍ରବ୍ୟ ପ୍ରାପ୍ତିର ଆଶାହିଁ କାମନା ସେହି କାମନାରେ ପଡ଼ି ଦ୍ରବ୍ୟ ପ୍ରାପ୍ତିବେଳେ କୌଣସି ବାଧା ପହଞ୍ଚିଲେ ସେଥିରୁ ଯେଉଁ ତମଭାବ ଜାତହୁଏ ତାହାରି ନାମହିଁ ‘କ୍ରୋଧ’ । ସେହି କ୍ରୋଧକୁ ସମ୍ଭାଳି ମନୁଷ୍ୟ ଦ୍ରବ୍ୟସଂଗ୍ରହ କରୁଥାଏ । ପୁଣି ସେହି ଦ୍ରବ୍ୟ ପ୍ରାପ୍ତି ପରେ ତାହାର ରକ୍ଷା କରିବା ଭାବନା ନେଇ ଲୋଭ ହୁଏ) ସେହି ସବୁ ଦ୍ରବ୍ୟରେ କାମ କ୍ରୋଧ, ଲୋଭ ଜଡ଼ିତ ଥିବା ହେତୁ, ତିନୋଟି ରଜ୍ଜୁ ଆକାରରେ ଦେହୀ ବା ମନୁଷ୍ୟ ମାନଙ୍କ ବନ୍ଧନ କରି ଅସତ୍‍ କର୍ମରେ ଲଗାଇ ରଖେ । ଏଥଯୋଗୁଁ ମନୁଷ୍ୟ ସତ୍‍ର ସନ୍ଧାନ (ଜ୍ଞାନାଲୋକ) ନ ପାଇ ଅସତ୍‍ (ଅଜ୍ଞାନନ୍ଧକାର) ଭିତରେ ଘୂରି ବୁଲନ୍ତି ।

 

ଦେଖାଯାଉଛି ଦେହୀ ବା ମାନବମାନେ ମାୟାନ୍ତରାଳରେ ରହିଥିବା ହେତୁ ସତ୍‍ କର୍ମ ଜାତ (ଜ୍ଞେୟିକ) ପରିସ୍ଥିତିକୁ ବୁଝିନପାରି ତ୍ରିତାପ (ରୋଗ, ଶୋକ, ମୃତ୍ୟୁ) ଭୟରୁ ରକ୍ଷା ପାଇବା ଉଦ୍ଦେଶ୍ୟ ଧରି ମନାଦି ଇନ୍ଦ୍ରିୟ କଳ୍ପିତ ନାମ ଧର୍ମ (ଯୋଗ, ତପସ୍ୟା, ଦାନ ଓ ପୂଜା ପାଠାଦି ଉଗ୍ରଭୌତିକ କ୍ରିୟା) ମାନ କଳ୍ପନା କରି କାଳଯାପନ କରନ୍ତି । ଏମାନେ ପ୍ରକୃତ ସତ୍ୟାଦି ବ୍ୟବହାରରୁ ବଞ୍ଚିତ ଏବଂ ଦୂରରେ ରହି, କାମ, କ୍ରୋଧ ଓ ଲୋଭ ମୂଳକ ମିଥ୍ୟା ଓ କପଟାଦିର ବ୍ୟବହାର କରୁଥିବାରୁ ରୋଗ, ଶୋକାଦି ସବୁକୁ ଅନୁଭବ କରନ୍ତି ।

 

ଅତଏବ ଏହିସବୁ ଦୁଃଖ ଓ ଦୋଷମାନଙ୍କୁ ଅନୁମାନ କରି ସାଧୁ ବ୍ୟକ୍ତିମାନେ କାମ ମୋହାଦି ସଙ୍ଗ ଦୋଷରୁ ମୁକ୍ତ ରହି, ଜ୍ଞାନ ପ୍ରଦତ୍ତ ବୁଦ୍ଧିରେ ପୂର୍ବୋକ୍ତ ବିଜ୍ଞାନମୂଳକ କର୍ମ (ଆତ୍ମତତ୍ତ୍ୱ, ଭୂତତତ୍ତ୍ୱ, ଶରୀର ତତ୍ତ୍ୱ ବା ପବନ, ନିଆଁ ଓ ପାଣିର ବ୍ୟବହାର) ସବୁକୁ ନିଷ୍କାମଭାବେ ଆଚରଣ କରି ଯାଇଛନ୍ତି ।

 

ପୁଣି ଭାବନା କରି ଦେଖିଲେ ଦେହୀ ବା ମାନବ ମାନେ କାୟ ମନ ବାକ୍ୟରେ ସତ୍‍ ଓ ଅସତ୍‍ ଯେ କୌଣସି କର୍ମ ହିଁ କରୁ ଅଛନ୍ତି । ମାତ୍ର ସତ୍‍ ଅର୍ଥାତ୍‍ ଜ୍ଞାନ ମୂଳକ କର୍ମ (ନିଷ୍କାମ, ଅକ୍ରୋଧ ଓ ନିର୍ଲୋଭ) ଆଚରଣକାରୀ ବ୍ୟକ୍ତିମାନେ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ଉଭୟଙ୍କୁ ନିୟମାନୁବର୍ତ୍ତିତ (କର୍ତ୍ତବ୍ୟ) ବୁଦ୍ଧିରେ ଲଗାଇ ନିଷ୍କପଟ ବୃତ୍ତି (ତ୍ୟାଗ, ସେବା ଓ ଅହିଂସା) କୁ ଆଶ୍ରୟ କରୁଥାନ୍ତି ଏବଂ ଅସତ୍‍ ଅର୍ଥାତ୍‍ ଅଜ୍ଞାନ ମୂଳକ ଅକର୍ମ (କାମ, କ୍ରୋଧ, ଲୋଭ) ଆଚରଣକାରୀ ବ୍ୟକ୍ତିମାନେ ନିଜର ଜ୍ଞାନେନ୍ଦ୍ରିୟ ମାନଙ୍କୁ ଉନ୍ନତନକରାଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ବାକ୍ୟରେ, କାର୍ଯ୍ୟରେ ନାନାଦି କପଟ ବୃତ୍ତି (ପରସ୍ୱାପହରଣ ଓ ହିଂସା) ଗୁଡ଼ିକୁ ଆଶ୍ରୟ କରନ୍ତି ।

 

ଅତଏବ ସତ୍‍, ଅସତ୍‍ ବା ପ୍ରବୃତ୍ତି, ନିବୃତ୍ତି ବୋଲି ଦୁଇଗୋଟି ମାର୍ଗ ସୃଷ୍ଟିରେ ଚଳି ଆସୁଅଛି । ମାତ୍ର ପ୍ରଥମ ସତ୍‍ମାର୍ଗ ଆଶ୍ରୟରେ ଦେହୀ ବା ମାନବମାନେ ଯେପରି ସମସ୍ତ ପାପ ରୂପକ ଅକଲ୍ୟାଣରୁ ରକ୍ଷାପାଆନ୍ତି । ଦ୍ୱିତୀୟ ଅସତ୍‍ ମାର୍ଗର ଆଶ୍ରୟରେ ଦେହୀ ବା ମାନବମାନେ ସେହିପରି ସମସ୍ତ ପାପ ରୂପକ ଅକଲ୍ୟାଣରେ ପଡ଼ି ରହନ୍ତି ।

 

ଉପରୋକ୍ତ ତାତ୍ପର୍ଯ୍ୟ ଗୁଡ଼ିକୁ ବୁଝାଇଲା ପରେ ସଭାପତି ମହୋଦୟ ତାହାର ଉପସଂହାରରେ କହିଅଛନ୍ତି—ଏହି ସତ୍‍ ଓ ଅସତ୍‍ ମାର୍ଗ ଭିତରୁ ଯେଉଁଟିକୁ ବୁଝିପାରୁଛ ତୁମ୍ଭେମାନେ ସେହି ମାର୍ଗଟିର ଆଶ୍ରୟ ନେବା ନିତାନ୍ତ ଦରକାର । କାରଣ ପ୍ରବୃତ୍ତି, ନିବୃତ୍ତି ବା ସତ୍‍, ଅସତ୍‍ ଉଭୟେ ହିଁ ସୃଷ୍ଟିର (ଧର୍ମ, ଅଧର୍ମ ବା ଜ୍ଞାନ, ଅଜ୍ଞାନ) ମାର୍ଗ । ଏହି ଉଭୟ ମାର୍ଗ ଦ୍ୱାରାହିଁ ସଂସାର ଯାତ୍ରା ଚଳେ ।

 

ଅତଏବ ଉପରୋକ୍ତ ବକ୍ତବ୍ୟରୁ ବୁଝାଗଲା ଯେ, ସତ୍‍ ଅସତ୍‍ ବା ଜ୍ଞାନ, ଅଜ୍ଞାନ କର୍ମର ଆଚରଣ ସହଜ ହେଲେ ହେଁ, ଦୋଷଯୁକ୍ତ । ଅର୍ଥାତ୍‍ ଏହା ଧୂମରେ ଅଗ୍ନି ଓ ଅଗ୍ନିରେ ଧୂମ ଆବୃତ ଥିଲାପରି ଅସତ୍ୟାଚରଣରେ ସତ୍ୟ ଓ ସତ୍ୟାଚରଣରେ ଅସତ୍ୟର ଆବଶ୍ୟକ ବା ଆବୃତ ହୋଇଅଛି । ଏଥିଯୋଗୁଁ ସମସ୍ତ ଆଚରଣର ଆରମ୍ଭ ବାହାରକୁ ନିର୍ଦ୍ଦୋଷ ଓ ପବିତ୍ର ପରି ଦେଖା ଯାଉ ଥିଲେ ହେଁ ଭିତରେ ଦୋଷ ଓ ଅପବିତ୍ରତା ଲୁଚି ରହିଅଛି ।

 

(୨) ଏ ସମସ୍ତ ପରେ ସଭାପତି ମହୋଦୟ ପୁଣି ବିଶିଷ୍ଟ ଉଦାହରଣ ଦେଇ କହିଲେ–ବ୍ରହ୍ମଦୈବତ୍‍ କହ ବା ସୌରାଦି ପୃଥିବୀ ଓ ଦେହାଦି ମାନବ କହ, ଏମାନଙ୍କର ଆଚରଣ ସବୁ ଦୋଷଯୁକ୍ତ ବୋଲି ତ୍ୟାଜ୍ୟ ନୁହ, ଯେହେତୁ ଆଚରଣକୁ ଛାଡ଼ି ବ୍ରହ୍ମଦୈବତ୍‍, ସୌରାଦି ପୃଥିବୀ ଓ ଦେହାଦି ମାନବ କିମ୍ୱା ଆଚରଣ ଏମାନଙ୍କୁ ଛାଡ଼ି ରହିପାରେ ନାହିଁ । ଅର୍ଥାତ୍‍ ଏମାନେ ଏକ ଅକ୍ଷରରୁ ହିଁ ଉତ୍ପତ୍ତି । ପୁଣି ସେହି ଅକ୍ଷରରେହିଁ ଲୀନ ହେବେ । ଏଥିଯୋଗୁଁ ବ୍ରହ୍ମଦୈବତ୍‍, ସୌରାଦି ପୃଥିବୀ ଓ ଦେହାଦିମାନବ ମାନଙ୍କ ସହ ସତ୍‍, ଅସତ୍‍ ବା ଜ୍ଞାନ, ଅଜ୍ଞାନ ଉଭୟ ଆଚରଣ ଅହରହ ଲାଗିରହିଛି । ତେଣୁ ଏମାନେ ଯେ କୌଣସି ଆଚରଣ ନକରି ରହି ପାରନ୍ତି ନାହିଁ ।

 

ଯେଉଁ ଦେହୀ ବା ମାନବମାନେ ଉପରୋକ୍ତ କର୍ମାଚରଣରୁ ଲଭ୍ୟ ହେବା ଫଳରେ ଆସକ୍ତି ଓ ସ୍ପୃହାକୁ ଛାଡ଼ି କର୍ତ୍ତବ୍ୟ କରନ୍ତି ଓ ପରିଶ୍ରମର ଲଭ୍ୟ ନିଜ ବ୍ୟବହାରରୁ ବଞ୍ଚାଇ ସମାଜ ଓ ଦେଶ ସେବାରେ ବିନିଯୋଗ କରନ୍ତି ସେହି ଦୃଷ୍ଟିରୁ ସେମାନେ ଇଷ୍ଟ, ମିଶ୍ର ଓ ଅନିଷ୍ଟ ତିନିପ୍ରକାର ଆଚରଣରୁ ଯେ କୌଣସିଟି କରୁଥିଲେ ହେଁ, ନିର୍ଦ୍ଦୋଷ ଓ ପରମ ସନ୍ୟାସ ସିଦ୍ଧିକୁ ପ୍ରାପ୍ତ ହୁଅନ୍ତି । ପୁଣି ଦେଶ ତଥା ସମାଜର ଶ୍ରଦ୍ଧା ଭାଜନ ହୋଇ ବିଶ୍ୱର ପ୍ରିୟପାତ୍ର ହୁଅନ୍ତି ।

 

ଉପରୋକ୍ତ ବକ୍ତବ୍ୟ ଶେଷ କରିବାକୁ ଯାଇ ସଭାପତି ମହୋଦୟ କହିଛନ୍ତି—ସଦାଚାରୀମାନେ ଏହି ଆଦର୍ଶକୁ ଜଗତର ମାନବ ସମାଜକୁ ଦେଖାଇ ଯାଇ ଅଛନ୍ତି କି, ଦେଶ ତଥା ମାନବ ମାନଙ୍କର କଲ୍ୟାଣ—ଧର୍ମ ଓ ନ୍ୟାୟ ପାଇଁ ନିଜର ପ୍ରାଣ ପର୍ଯ୍ୟନ୍ତ ବଳିଦାନ—ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ମାନବ ଲୋକ ସଂଗ୍ରହ ଦୃଷ୍ଟିରୁ ପୂର୍ବୋକ୍ତ ଜ୍ଞାନମୂଳକ କର୍ମସବୁକୁ ଆଚରଣ କରିବା ବିଧେୟ ।

 

(୩) ତୃତୀୟ ବକ୍ତବ୍ୟରେ ସଭାପତି ମହୋଦୟ ସାଧୁବାଦର ଆଉଗୋଟିଏ ଉଦାହରଣ ଦେଖାଇ କହିଲେ—ଦେହୀ ବା ମାନବ ମାନେ ଖାଦ୍ୟ ଓ ବ୍ୟାୟାମାଦି ବ୍ୟବହାର ଦ୍ୱାରା ନିଜର ଇନ୍ଦ୍ରିୟ ମାନଙ୍କୁ ଶକ୍ତିଶାଳୀ କଲେ, ସେମାନେ ଦେହକୁ ପରିପୁଷ୍ଟ କରନ୍ତି । ଏହିପରି ପରସ୍ପର ଭାବିତ ଓ ଚିନ୍ତିତ ହେଲେ ଉଭୟେ ପରମ ଶ୍ରେୟକୁ ପ୍ରାପ୍ତ ହୁଅନ୍ତି । କିନ୍ତୁ ନିୟମିତ ବ୍ୟବହାର ଦ୍ୱାରା ଭାବିତ ଓ ଚିନ୍ତିତ ହୋଇ ଇନ୍ଦ୍ରିୟମାନେ ଯେତେବେଳେ ଦେହୀକୁ ତାର ଇଷ୍ଟଫଳ (ବୀର୍ଯ୍ୟ, ରଜ ଓ ତଜ୍ଜାତ୍‍ ସନ୍ତାନ ବର୍ଗ) କୁ ଦିଅନ୍ତି, ସେତେବେଳେ ଦେହୀ ତାହା ଉତ୍ତମ ରୂପେ ପ୍ରତିପାଳନ କରି ଭଗବତ୍‍ ଲକ୍ଷ୍ୟରେ ଅନ୍ୟ ଦେହୀକୁ (ତାହାର ଇନ୍ଦ୍ରିୟମାନଙ୍କ ପ୍ରୀତି ଜନ୍ମାଇବା ପାଇଁ) ପ୍ରଦାନ କରିବା ବିଧେୟ ଓ କର୍ତ୍ତବ୍ୟ ଅଟେ । ଉପରୋକ୍ତ ଇଷ୍ଟଫଳକୁ ପାଇ ଦେହୀ ଯଦି ଅନ୍ୟ ଦେହୀକୁ ନ ଦେଇ ନିଜେ ତାହାକୁ (ଆସକ୍ତି ବା ଲୋଭରେ) ଉପଭୋଗ ବା ଅଧିକାର କରେ, ତେବେ ସେ ଆତ୍ମସାତ୍‍କାରୀ ଅନୀତି, ଅଜ୍ଞାନୀ ବ୍ୟକ୍ତି ସର୍ବଜ୍ଞାନ ଯୁକ୍ତ ଦେବ ଦୁର୍ଲ୍ଲଭ ମାନବ ଶରୀର ନପାଇ ପଶୁ, କୀଟ ଶରୀର ପାଉଥାଏ । ଏଣୁ ତାହାର ପୂର୍ବ ଜନ୍ମର କର୍ମଜ୍ଞାନ ରହେ ନାହିଁ । ପୁଣି ସୃଷ୍ଟିର ସମସ୍ତ ଅକଲ୍ୟାଣ ଠୁଳକଲେ ଯେଉଁ ଦୋଷ ଜନ୍ମେ, ସେହି ପାପ ରୂପକ ଦୋଷକୁ ଭୋଗ କରି କଦାକାର ହୁଏ ।

 

ଅତଏବ ମନୁଷ୍ୟ ଶ୍ରେଷ୍ଠ ସୁଖମୟ ଜୀବନ ଯାପନ କରିବାକୁ ହେଲେ କାୟମନୋବାକ୍ୟର ଅଭ୍ୟାସ ବା ଶିକ୍ଷା ଦ୍ୱାରା ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ଉଭୟଙ୍କୁ ଆୟତ୍ତ କରିବା ବିଧେୟ । ମାତ୍ର ଶିକ୍ଷା ବା ଅଭ୍ୟାସ ବେଳେ ମନୁଷ୍ୟକୁ ଆଚରଣ ଗୁଡ଼ିକ ବିରକ୍ତି ବୋଧହେବ । କାହିଁକିନା ସତ୍‍ ପ୍ରକୃତି ଅସତ୍‍ର ବିପକ୍ଷ । ଅର୍ଥାତ୍‍ ମନୁଷ୍ୟଠାରେ ସତ୍‍, ଅସତ୍‍ ଉଭୟ ପ୍ରକୃତି ଥିବାବେଳେ, ଅସତ୍‍ ପ୍ରକୃତି ବିଚାରେ ଯେ, ମନୁଷ୍ୟର ଶିକ୍ଷା ବା ଅଭ୍ୟାସ ଦ୍ୱାରା ସତ୍‍ର ଜୟ ହେଉଅଛି ଏବଂ ନିଜର ପରାଜୟ ବୁଝିପାରି ସେ ମାନବର ଶିକ୍ଷା ବା ଅଭ୍ୟାସ ମୂଳରେ ସତ୍‍ର ପ୍ରତିପକ୍ଷ ହୋଇ କର୍ମର ପ୍ରତିବନ୍ଧକ ହୁଏ । ଯେତେବେଳେ ମନୁଷ୍ୟ ଉତ୍ତମ ବିଚାର (ଜ୍ଞାନ) ବଳରେ ସମସ୍ତ ପ୍ରତିବନ୍ଧକ ଏଡ଼ି ଶିକ୍ଷା ବା ଅଭ୍ୟାସ ଦ୍ୱାରା ମନାଦି ଇନ୍ଦ୍ରିୟମାନଙ୍କୁ ବିବେକର ଆୟତ୍ତ କରିପକାଏ, ସେତେବେଳେ ଯାଇ ଅସତ୍‍ ପ୍ରକୃତିସତ୍‍ ଆଚରଣ ପ୍ରତିବନ୍ଧକ ମାର୍ଗ ଅପସାରିତ ହୁଏ-

 

କାୟମନୋବାକ୍ୟର ଶିକ୍ଷା ବା ସାମ୍ୟ ଅଭ୍ୟାସ ନ ଥାଇ ମନୁଷ୍ୟ ଯଦି ଇନ୍ଦ୍ରିୟ ମାନଙ୍କୁ ନିଜ ନିଜ ଇଚ୍ଛାରେ ଛାଡ଼ିଦିଏ, ତେବେ ସେହି ଇନ୍ଦ୍ରିୟମାନେ ଉକ୍ତ ମାନବକୁ ସୁଖ ଦେଇଥିଲେହେଁ, ଯେହେତୁ ସେମାନେ ବିବେକ ପରିଚାଳିତ ନୁହନ୍ତି ଏଥିଯୋଗୁଁ ମାନବ କ୍ରମଶଃ ପଥଭ୍ରଷ୍ଟ ହୋଇ ସମୟେ ସମୟେ ଦୁଃଖକଷ୍ଟ ସହ୍ୟ କରୁଥାଏ ।

 

ଯେଉଁମାନେ ଅଧମ, ଅନଭ୍ୟସ୍ତ ଇନ୍ଦ୍ରିୟମାନଙ୍କ ଆୟତ୍ତ ବା ଅଧୀନ ସେମାନେ କହନ୍ତି ଯେ—ଅବ୍ୟକ୍ତ ଦୈବ ଅଛି । ସେ ସବୁ କରୁଛି, ସମସ୍ତଙ୍କୁ ଖାଇବାକୁ ଦେଉଛି, ଏଥି ପାଇଁ ଚିନ୍ତା କରିବା କାହିଁକି ? ଏପରି କହିବା ଦୀର୍ଘସୂତ୍ରୀ ଅଳୁସୁଆମାନେ ଇହପର କାହିଁରେ ଦୁଖର ହେତୁ ନପାଇ କେବଳ ଦୁଃଖ ଭୋଗ କରନ୍ତି ।

 

ଏହାଙ୍କ ପରେ ଯେଉଁ ମାନେ ଅଜ୍ଞାନୀ ଅର୍ଥାତ୍‍ ପଶୁବୃତ୍ତି ଆଚରଣଶୀଳ ସେମାନେ ସମସ୍ତ ସୃଷ୍ଟିର ବ୍ୟବହାର କରୁଥିଲେ ହେଁ ଅଜ୍ଞାନ ସ୍ୱଭାବରୁ ବ୍ୟବହାର ଓ ଆଚରଣରେ ଦୁଃଖ ଓ ସୁଖର ହେତୁ ନ ପାଇ ଘୋର ଯାତନା ପାଉଥାନ୍ତି । ଅତଏବ ଶ୍ରେଷ୍ଠ ଉତ୍ତମ, ମଧ୍ୟମ, ଅଧମ ଓ ଅଜ୍ଞାନ ବୋଲାଇ ପାଞ୍ଚ ପ୍ରକାର ଆଚରଣ ଯେ କାହିଁକି ଦେଖା ଯାଏ—ଏହାକୁ ଭାବନା କରି ଦେଖିଲେ—ଶ୍ରେଷ୍ଠ ଖାଦ୍ୟ—ପ୍ରବାହିତ ନଦୀର ନିର୍ମଳ ଜଳ ଓ ସୁପକ୍ୱ, ମିଷ୍ଟ ମନୋହର ଫଳାହାରରୁ ଯେଉଁ ଜ୍ଞାନ (ବ୍ରହ୍ମ) ଉପୁଜେ, ସେହି ଜ୍ଞାନ ଦେହୀ ବା ମନୁଷ୍ୟମାନଙ୍କୁ ଆୟୁ, ସତ୍ୟ, ଆରୋଗ୍ୟ ଓ ଆନନ୍ଦକୁ ପ୍ରଦାନ କରି ସଂସାରର ସମସ୍ତ ବସ୍ତୁ ବିଷୟରେ ସତ୍ୟାସତ୍ୟ ବିବେଚନା କରିବାର ବିବେକ ଦେଉଥାଏ ।

 

ଉତ୍ତମ ସାତ୍ତ୍ୱିକ ଖାଦ୍ୟ—କ୍ଷୀର, ରକ୍ତ, ମାଂସ ଏବଂ ସୁପ୍ରସିଦ୍ଧ ସଦ୍ୟ ପ୍ରସ୍ତୁତ ସୁବାସିତ ଗରମ ଓ ମାଦକାଦି ଖାଦ୍ୟରୁ ଯେଉଁ ବିବେକ ଗୁଣ ଉପୁଜେ, ସେହି ବିବେକ ଗୁଣ ଦେହୀ ବା ମନୁଷ୍ୟକୁ ସତ୍ତ୍ୱ, ବଳ, ଦମ୍ଭ ଓ ପ୍ରୀତିକର ସୁଖ ପ୍ରଦାନକରି ଧର୍ମ କର୍ମରେ ଲଗାଇ ରଖେ । ଏଥି ଯୋଗୁଁ ମନୁଷ୍ୟ ବିଜ୍ଞାନ ଓ ଧର୍ମ ଉପରେ ତାର ବିବେକକୁ ଖଟାଇ ରଖିଥାଏ ।

 

ମଧ୍ୟମ, ରାଜସିକ ଖାଦ୍ୟ (ସୁନ୍ଦର, ସୁବାସିତ, ଘୃତ, ପିଷ୍ଟକାଦି, ଅନ୍ନ, ବ୍ୟଞ୍ଜନ ଓ ଅପକ୍ୱ ଫଳ ମୂଳ)ରୁ ଯେଉଁ ବିଚାର ସ୍ୱଭାବ ଉପୁଜେ, ସେହି ବିଚାର ସ୍ୱଭାବ ଦେହୀ ବା ମନୁଷ୍ୟକୁ କାମ, କ୍ରୋଧ, ଲୋଭ ଓ କପଟ ଭାବ ପ୍ରଦାନ କରି ଅଧର୍ମରେ ଲଗାଇ ରଖେ । ଏଥିଯୋଗୁଁ ମନୁଷ୍ୟ ଧର୍ମ ଓ ନ୍ୟାୟ ଉପରେ ତାର ବିଚାରକୁ ଖଟାଇ ରଖି ପାରେ ନାହିଁ ।

 

ଅଧମ ତାମସିକ ଖାଦ୍ୟ (କଷା, ପିତା, ରାଗ, ଆମ୍ୱିଳ, ଲୁଣିଆ ଓ ଗୁଡ଼ ଇତ୍ୟାଦି ଯହିଁରୁ ସାର ପୋଡ଼ି ଯାଇଛି ଏବଂ ମିଶ୍ରିତ ଖାଦ୍ୟ) ରୁ ଯେଉଁ ମନ, ବୁଦ୍ଧି ଉପୁଜେ, ସେହି ମନ ଓ ବୁଦ୍ଧି ଦେହୀ ବା ମନୁଷ୍ୟକୁ ଭୟ, ରୋଗ, ଶୋକ ଓ ସେବକତ୍ୱ ଭାବ ପ୍ରଦାନ କରି ଅଜ୍ଞାନରେ ଲଗାଇ ରଖେ । ଏଥିଯୋଗୁଁ ମନୁଷ୍ୟ ଜ୍ଞାତବ୍ୟ ବିଷୟ (ଆତ୍ମତତ୍ତ୍ୱ, ଭୂତତତ୍ତ୍ୱ, ଶରୀରତତ୍ତ୍ୱ ବା ପବନ, ନିଆଁ ଓ ପାଣିର ବ୍ୟବହାର) ନଜାଣି ଅଜ୍ଞାତବ୍ୟ ବିଷୟ (କାମ, କ୍ରୋଧ, ଲୋଭ ଓ ହିଂସାର ଉଦ୍ଦେଶ୍ୟ ଥାଇ କରାଯିବା ଉଗ୍ର, ଭୌତିକ ଯାଗ, ତପସ୍ୟା, ଦାନ ବା ମନ୍ଦିର ପୂଜା ପଠାଦି) ରେ ବ୍ରତୀହୁଏ ।

 

ଅଜ୍ଞାନ-ଅଖାଦ୍ୟ (ବାସି, ପୋଚା, ପୋକଡ଼ା, ଅଇଁଠା ଓ ମଇଳା ପ୍ରଭୃତି )ରୁ ଯେଉଁ ଇନ୍ଦ୍ରିୟ ଆଚରଣ ଉପୁଜେ, ସେହି ଇନ୍ଦ୍ରିୟ ଆଚରଣ ଦେହୀ ବା ମାନବକୁ ଚୋରୀ, ଡକାୟତି ପ୍ରଭୃତି ଅନ୍ୟାୟାଦି ମୋହରେ ଲଗାଇ ରଖେ । ଏଥିଯୋଗୁଁ ମାନବ ନ୍ୟାୟାନୁମୋଦିତ କର୍ତ୍ତବ୍ୟ ଉପରେ ତାର ଆଚରଣକୁ ଖଟାଇ ରଖି ପାରେ ନାହିଁ ।

 

ଉପରୋକ୍ତ ପାଞ୍ଚ ପ୍ରକାର ଆହାରରୁ ପାଞ୍ଚପ୍ରକାର ଆଚରଣ ଧରି ଶ୍ରେଷ୍ଠ, ଉତ୍ତମ, ମଧ୍ୟମ, ଅଧମ ଓ ଅଜ୍ଞାନ ବା କାଳଜ୍ଞାତା, ଅନାହତ ବିଧାତା, ପ୍ରତ୍ୟୁତ୍ପନ୍ନମତି, ଦୀର୍ଘସୂତ୍ରୀ ଓ ବିଜ୍ଞାଦି ବୋଲି ପାଞ୍ଚ ପ୍ରକାର ବ୍ୟକ୍ତି ବା ମନୁଷ୍ୟ ଭୂପୃଷ୍ଠରେ ଦେଖାଯାନ୍ତି । ଏମାନେ ରାଜନୈତିକ ସାଧନ ଉଦ୍ଦେଶ୍ୟ ଧରି ପାଞ୍ଚ ଭାଗରେ ବିଭକ୍ତ, ଯଥା—ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର ଓ ଚାଣ୍ଡାଳ । ଏମାନଙ୍କ ମଧ୍ୟରୁ ଯେ ସତ୍ୟ ଓ ଜ୍ଞାନର ଦ୍ରଷ୍ଟା ସେ ବ୍ରାହ୍ମଣ, ଯେ ବିଜ୍ଞାନ ବଳରେ ଶୂର ଏବଂ ରାଜ୍ୟ ରକ୍ଷାକରେ ସେ କ୍ଷତ୍ରୀୟ, ଯେ କୃଷି, ଗୋରକ୍ଷା ଓ ଶିଳ୍ପ ବାଣିଜ୍ୟାଦି କୌଶଳ ବ୍ୟବହାରରେ ନୈପୁଣ୍ୟ ସେ ବଶ୍ୟ, ଯେ ଉପରୋକ୍ତ ତିନି ବର୍ଣ୍ଣର ସେବା ଭକ୍ତିଭାବରେ କରେ ସେ ଶୂଦ୍ର ଏବଂ ଯେ ଚୋରୀ, ଡକାୟତି ପ୍ରଭୃତି ହିଂସା ଆଚରଣ କରେ ସେ ଚାଣ୍ଡାଳ ଅଟେ ।

 

କିନ୍ତୁ ଚଣ୍ଡାଳ କ୍ରିୟା ଆଚରଣ ବେଳେ ମନୁଷ୍ୟ ଯଦି ଭାବିପାରେ ଯେ ମୋର ଏହି ଆଚରଣଟି ନିକୃଷ୍ଟତର, ଏହାଠାରୁ ଉଚ୍ଚକର୍ମ ମୁଁ ଆଚରଣ କରିବି; —ଏହି ଭାବନା ଆସିବା ସଙ୍ଗେ ସଙ୍ଗେ ସେ ଯେବେ ସେହି ମୁହୂର୍ତ୍ତ ଠାରୁ ତାର ସମସ୍ତ ପୂର୍ବଚରଣ ଛାଡ଼ି ଶ୍ରଦ୍ଧାପର ହୋଇ ସମସ୍ତ ଦେହୀର, ସମାଜର ବା ରାଷ୍ଟ୍ରର ସେବାକରେ ତେବେ ସେ ଏପରି କରିବା ଦ୍ୱାରା ଚଣ୍ଡାଳ ଯୋନି ଜାତରୁ ରକ୍ଷାପାଇ ଶୂଦ୍ର ଯୋନିରେ ଜାତ ହୁଏ ଓ ଶୂଦ୍ର ଆଖ୍ୟାପାଏ ।

 

ସେହିପରି ଶୂଦ୍ର ଯଦି ନିଜର କର୍ମ ନିକୃଷ୍ଟ ମନେକରେ, ବୈଶ୍ୟ ତାହାର କର୍ମ ନିକୃଷ୍ଟ ମନେକରେ ଏବଂ କ୍ଷତ୍ରିୟ ତାହାର କର୍ମ ଅପସନ୍ଦ କରି ନିଜ ନିଜର କୁକର୍ମ ତ୍ୟାଗ କରନ୍ତି ଏବଂ ଉତ୍କୃଷ୍ଟ କର୍ମାଚରଣ କରନ୍ତି, ତେବେ ସେମାନେ ପ୍ରତ୍ୟେକେ ଉତ୍କୃଷ୍ଟ ଯୋନିରେ ଜାତ ହୁଅନ୍ତି । ଅର୍ଥାତ୍‍ ଶୂଦ୍ର ବୈଶ୍ୟରେ, ବୈଶ୍ୟ କ୍ଷତ୍ରିୟରେ ଏବଂ କ୍ଷତ୍ରିୟ ବ୍ରାହ୍ମଣ ଯୋନିରେ ଜନ୍ମ ଲାଭ କରେ । ସେହିପରି ବ୍ରାହ୍ମଣ ମଧ୍ୟ ତାହାର କର୍ମାଚରଣକୁ ନିକୃଷ୍ଟ ମନେ କରି ଉତ୍କୃଷ୍ଟ କର୍ମ କରିବାରେ ବ୍ରତୀ ହୁଏ, ତେବେ ସେ ବ୍ରାହ୍ମଣ ଯୋନି ଜାତରୁ ରକ୍ଷା ପାଇ ବିଶ୍ୱ ଦେହରେ ଲୀନ ହୁଏ ଓ ଜନ୍ମ ମରଣ ଦୋଷରୁ ରକ୍ଷାପାଏ ।

 

ଅତଏବ ଉପରୋକ୍ତ ସାଧନ କ୍ରିୟାଗୁଡ଼ିକ ଶ୍ରଦ୍ଧା, ଭକ୍ତି ଓ ଜ୍ଞାନ ବଳରେ ଆଚାର ବା ନିଷ୍ଠା ଦ୍ୱାରା ଗୋଟିଏ ମାନବ ଦେହରେ ହିଁ ସିଦ୍ଧି ହୋଇପାରିବ । ଅର୍ଥାତ୍‍ କର୍ମରେ ଶ୍ରଦ୍ଧା, ସେବାରେ ଭକ୍ତି, ବ୍ୟବହାରାରେ ଜ୍ଞାନ ଥାଇ, ସତ୍ୟ ଓ ଅହିଂସା ଆଚରଣରେ ନିଷ୍ଠାଧରି ଯଦି ଚାଲିପାରେ ତେବେ ମାନବ ସମସ୍ତ ପାପ ରୂପକ ଅକଲ୍ୟାଣରୁ ରକ୍ଷାପାଇ ଆତ୍ମପ୍ରେମ (ପରମାନନ୍ଦ) ଲାଭ ପାଇବ । ଏହାକୁ ନିଷ୍କାମ କର୍ମ ବା ମୁକ୍ତିମାର୍ଗ କୁହାଯାଏ ।

 

ଉପରେ କୁହାଯିବା ବର୍ଣ୍ଣାଶ୍ରମ କର୍ମଗୁଡ଼ିକୁ କେହି ଯେପରି ପରଧର୍ମ ଆକ୍ରମଣ ବୋଲି ନବିଚାରେ ! କାହିଁକିନା—ତାତ୍ପର୍ଯ୍ୟରୁ ବୁଝି ଦେଖିଲେ—ଧର୍ମ ବୋଇଲେ ଜ୍ଞାନ ମୂଳକ କର୍ମର ଧାରଣା । ଏଥିପାଇଁ ବ୍ରହ୍ମଦୈବତ୍‍ଙ୍କ ପ୍ରବୃତ୍ତି ନିବୃତ୍ତି ହିଁ ଧର୍ମ । ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀର ମୌଳିକ ଯୌଗିକ ଓ ବୈଦିକ ଧାରଣା ହିଁ ଧର୍ମ । ଦେହୀର ଜାଣିବା, ଶୁଣିବା, ଦେଖିବା, ଧରିବା ଓ ଖାଇବାର ଧାରଣାହିଁ ଧର୍ମ । ତାଦୃଶ ମନୁଷ୍ୟର ସତ୍ୟ ଓ ଅହିଂସାଦି ଆଚରଣ ହିଁ ଧର୍ମ । ସାଧୁର ତ୍ୟାଗ, ସେବା, ଶ୍ରଦ୍ଧା ହିଁ ଧର୍ମ । ଅସାଧୁର ହିଂସା, ମିଥ୍ୟା ଓ ଘୃଣାହିଁ ଧର୍ମ । ପ୍ରେମିକର ମନ ଓ ପ୍ରାଣ ଅର୍ପଣ ହିଁ ଧର୍ମ । ନାସ୍ତିକର ତର୍କ, ଅବିଶ୍ୱାସ ଓ ଚୋରି ହିଁ ଧର୍ମ ଏବଂ ପଶୁର ଆହାର, ନିଦ୍ରା, ଭୟ ଓ ମୈଥୁନ ହିଁ ଧର୍ମ । ତଥାପି ଜଣକର ଗ୍ରାହ୍ୟ ବା ସଦାଚରଣ (ଧର୍ମ) ଯେପରି ଅନ୍ୟ ଜଣକୁ ଅଗ୍ରାହ୍ୟ ବା ଅସଦାଚରଣ ବୋଧହୁଏ, ଅନ୍ୟର ଅସଦାଚରଣ ବା ଅଗ୍ରାହ୍ୟ (ଅଧର୍ମ) ବି ସେହିପରି ଅପରକୁ ସଦାଚରଣ ବା ଗ୍ରାହ୍ୟ (ଧର୍ମ) ବୋଧ ହୁଏ ।

 

କାହିଁକିନା ଅକ୍ଷୟ ଶୂନ୍ୟକାଳ (ଜ୍ଞାନ କର୍ମ) ବା ବ୍ରହ୍ମଦୈବାତ୍‍ ସୃଷ୍ଟି କରିବା ଇଚ୍ଛା କରି ଯେତେବେଳେ ଭଲ, ମନ୍ଦ, ଉତ୍ତମ, ମଧ୍ୟମ, ଅଧମ ବୋଲି ଅନେକ ନାମ ବା ସ୍ୱଭାବ ଧରି ଅସଂଖ୍ୟ ଭାବରେ, ବିଭକ୍ତ ହେଲେ, ସେତିକିବେଳୁ ସେହି ସବୁ ନାମବାଚକ ସ୍ୱଭାବଗୁଡ଼ିକ ସ୍ୱ ସ୍ୱ ଗ୍ରାହ୍ୟ ବା ଆଚରଣମାନଙ୍କୁ ଧର୍ମ ଆଖ୍ୟା ଦେଇ ଦେଖାଉ ଅଛନ୍ତି । ଏଥିଯୋଗୁଁ ଜଣକୁ ଯାହା ଗ୍ରାହ୍ୟ, ସହ୍ୟ ବା ଆଚରଣୀୟ ଧର୍ମ, ଅନ୍ୟ ଜଣକୁ ତାହା ଅଗ୍ରାହ୍ୟ, ଅସହ୍ୟ ବା ଅଧର୍ମ ବୋଧ ହୁଏ-

 

ଏହା ହେବା ବି ସ୍ୱାଭାବିକ । ଦେଖିବାକୁ ଗଲେ, ଉଦାହରଣ ସ୍ୱରୂପ—ଦର୍ଶନେନ୍ଦ୍ରିୟ (ଚକ୍ଷୁ) ଯାହାକୁ ଗ୍ରାହ୍ୟ ବା ସହ୍ୟକରେ, ଅନ୍ୟ ଇନ୍ଦ୍ରିୟ (ତାଳୁ, ନାସିକା ଓ ଜିହ୍ୱା) କୁ ତାହା ଅଗ୍ରାହ୍ୟ, ଅସହ୍ୟ ବା ଅନାଚାର ବୋଧହୁଏ । ସେହିପରି ଏକର ଅପରକୁ ପରସ୍ପର ଗ୍ରାହ୍ୟ ବା ଆଚରଣ ସବୁ ଅଗ୍ରାହ୍ୟ, ଓ ଅସହ୍ୟ ହୋଇଥାଏ । ଏଥିଯୋଗୁଁ ଯେ ଯେଉଁ ପ୍ରକାର ଆଚରଣ କରୁନା କାହିଁକି ତାହାର ସେହିସବୁ ଆଚରଣ (କାୟିକ, ବାଚିକ, ମାନସିକ)ର ଧାରଣାକୁ ହିଁ ଧର୍ମ ବୋଲାଯାଏ ।

 

ଯେଉଁ ମାନବମାନେ ଅଭିମାନୀ ସେମାନେ ମୂର୍ଖର ପରିଚୟ ଦିଅନ୍ତି । ଯେଉଁମାନେ ସମ୍ମାନାଭିଳାଷୀ ସେମାନେ ଅଜ୍ଞ ଓ ଉପରକୁ ଉଠିବା ପରିବର୍ତ୍ତେ ତଳକୁ ଖସି ପଡ଼ନ୍ତି । ଯେଉଁମାନେ ଅପରିଶ୍ରମୀ ସେମାନେ ପାପୀ ଓ ଚୋର । ଯେଉଁମାନେ ପରିଶ୍ରମୀ ସେମାନେ ସୁଖୀ ଓ ଜୀବନ ମୁକ୍ତ ଅଟନ୍ତି ।

 

ପୁଣି ସଭାପତି ମହୋଦୟ ବିଶିଷ୍ଟ ଉଦାହରଣରେ କହିଲେ ଦେଖ ! ସମସ୍ତେ ଉଚ୍ଚକୁ ଯିବାକୁ ଇଚ୍ଛା କରନ୍ତି । ଅର୍ଥାତ୍‍ ବୃକ୍ଷଲତା ଉଚ୍ଚକୁ ବଢ଼ନ୍ତି । ପଶୁପକ୍ଷୀ ସୁଖ ସୁବିଧାରେ ଚଳିବାକୁ ଇଚ୍ଛା କରନ୍ତି, ଏବଂ ମନୁଷ୍ୟ ମଧ୍ୟ ସଭ୍ୟ, ନିରଙ୍କୁଶ ରାଜପଦ ପାଇବାକୁ ଇଚ୍ଛାକରେ । ତାହା ହେଲେ ଏସବୁ କଣ ପରଧର୍ମ ଆକ୍ରମଣ ବୋଲିବାକୁ ହେବ ? ସ୍ୱଧର୍ମର ନିର୍ଯ୍ୟାସ ହେଉଛି—ସତ୍ୟ, ପ୍ରେମ, ଆନନ୍ଦ, ସ୍ୱର୍ଗ, ସୁଖ ଓ ଐଶ୍ଚର୍ଯ୍ୟ ବା ବିରହ, ଆଦର, ସମ୍ମାନ—ଏ ସବୁ ପାଇବାକୁ ଯେଉଁ ଧାରଣା ମାନବ ଧରେ ତାହାହିଁ ସ୍ୱଧର୍ମ ଅର୍ଥାତ୍‍ ସତ୍‍ ବା ଆତ୍ମଧର୍ମ; ପର ଧର୍ମରନିଯ୍ୟାସ ହେଉଛି–ମିଥ୍ୟା, ଶୋକ, ବ୍ୟାକୁଳ, ନର୍କ, ଦୁଃଖ, କଷ୍ଟ ଓ ଦରିଦ୍ର, ଅଦାଦର ଓ ଅପମାନ ପାଇବାକୁ ଯେଉଁ ଧାରଣାମାନବକୁ ଆସେ, ତାହା ହିଁ ପରଧର୍ମ ଅର୍ଥାତ୍‍ ଅସତ୍‍ ବା ମାୟାଧର୍ମ । କିନ୍ତୁ ଏ ଉଭୟେ ଧର୍ମ ହେଲେହେଁ ପ୍ରଥମଟିରୁ ସତ୍ୟ, ପ୍ରେମ ଓ ଆନନ୍ଦ ମିଳେ ଏବଂ ଦ୍ୱିତୀୟଟିରୁ ମିଥ୍ୟା, ଶୋକ ଓ ବ୍ୟାକୁଳ ମିଳେ ।

 

ଅତଏବ ସଭାପତି ମହୋଦୟ ଜ୍ଞାନ ଗର୍ଭକ ଉପଦେଶ ଦେଇ ସାରିବା ପରେ ସଭାଟି ସାଙ୍ଗ କରିବାକୁ ଯାଇ କହିଲେ—ହେ ସଭାସଦ୍‍ ! ହେ ବିଶ୍ୱବାସୀ ମାନବ ଗଣ ! ମୋର ଏହି କହିବା କଥା ସବୁ ନୂତନ ନୁହେଁ । ଏସବୁ ପ୍ରାକ୍‍କାଳରୁ କଥିତ ଅଛି । ପ୍ରତ୍ୟକ୍ଷ ଅନୁଭବରେ ଆଣି ଏହାକୁ ଅନୁଭବୀମାନେ ସୁଖମୟ ଜୀବନ ଯାପନ କରିବେ ।

 

ଅନୁମାନ ହୁଏ ଯୁଗାନ୍ତରରେ ଶ୍ରୀକୃଷ୍ଣ ଏହି କଥାଟି ମହାଭାରତ ଯୁଦ୍ଧ ବେଳେ ଅର୍ଜୁନଙ୍କର ଅଧର୍ମ ବୁଦ୍ଧି (ଆଚରଣହୀନତା) ଜାତ ହେବା ଦେଖି, ସ୍ୱଧର୍ମ (ସତ୍‍ ଆଚରଣ) ମାର୍ଗ ସବୁକୁ ଶ୍ରୀମଦ୍‍ଭଗବତ୍‍ଗୀତା ଆକାରରେ ବୁଝାଇଥିଲେ । କହିବାକୁ ଗଲେ ଏହାହିଁ ଶୂନ୍ୟକାଳ ବା ବ୍ରହ୍ମଦୈବତ୍‍ଙ୍କର ସତ୍‍ ଅସତ୍‍ ବ୍ୟବହାର କଳ୍ପନା ।

Image

 

ଶାନ୍ତି ବା ସଂହାର

 

ମନୁଷ୍ୟ ଦୈନନ୍ଦିନ କର୍ମ କରି ଯେପରି କ୍ଲାନ୍ତି ଅନୁଭବ କରେ ସେହି କ୍ଲାନ୍ତିରୁ ରକ୍ଷା ପାଇବା ପାଇଁ ଯେପରି ନିଦ୍ରାଯାଏ; ବ୍ରହ୍ମଦୈବତ୍‍ ସେପରି ସୃଷ୍ଟି କାର୍ଯ୍ୟରେ ରତ ରହି କ୍ଲାନ୍ତ ଅନୁଭବ କରନ୍ତି ଓ ସେହି କ୍ଲାନ୍ତିରୁ ରକ୍ଷାପାଇବା ପାଇଁ ବିଶ୍ରାମ ଲୋଡ଼ନ୍ତି ।

 

ପ୍ରବନ୍ଧ ଆରମ୍ଭରେ କୁହାଯାଇଥିବା ସୃଷ୍ଟି, ସ୍ଥିତି ଓ ସଂହାର ଶକ୍ତିସଂପନ୍ନ ଆଲୌକିକ ଶୂନ୍ୟକାଳ ଶୂନ୍ୟର ମାହାତ୍ମ୍ୟ, ଜ୍ଞାନ ବା ବ୍ରହ୍ମତ୍ୱ କାଳର ପ୍ରଭାବ, କର୍ମ ବା ଦେବତ୍ୱ । ଉକ୍ତ ମାହାତ୍ମ୍ୟ, ପ୍ରଭାବ ଦୁହେଁ ମିଶି ଏକ ନାମ ରୂପକ ବ୍ରହ୍ମଦୈବତ୍‍ ଆଖ୍ୟାପାଇ ସୃଷ୍ଟି କରୁଥାନ୍ତି । ସେହି ବ୍ରହ୍ମଦୈବତ୍‍ଙ୍କର ଜାଗ୍ରତ (ଚେତନ ବା ଯୌଗିକ) ଅବସ୍ଥା ଶେଷରେ ବିଶ୍ରାମ ନେବା ପାଇଁ ତାଙ୍କୁ ସୁପ୍ତ (ଜଡ଼ ବା ମୌଳିକ) ଅବସ୍ଥାକୁ ଆସିବାକୁ ପଡ଼େ । ଏହି ସୁପ୍ତ ଅବସ୍ଥାବେଳେ ବ୍ରହ୍ମଦୈବତ୍‍ ତାଙ୍କର ସମସ୍ତ କର୍ମ ଜଞ୍ଜାଳ ତୁଟାଇଦେଇ ନିଜ ଗର୍ଭରେ (ଶୂନ୍ୟକାଳ ଗର୍ଭରେ) ବ୍ୟକ୍ତାବ୍ୟକ୍ତି (କାରଣ, ସୂକ୍ଷ୍ମ, ସ୍ଥୂଳ) ସମସ୍ତ ସୃଷ୍ଟିକୁ ସମ୍ଭାଇ ବିଶ୍ରାମ କରନ୍ତି ।

 

ସେହି ସର୍ବବ୍ୟାପୀ ବ୍ରହ୍ମଦୈବତ୍‍ଙ୍କର ପରିମାପ ନେଇ ଗୀତା (ଅଷ୍ଟମଅଧ୍ୟାୟ ସତର ଶ୍ଲୋକ) ରେ ଲାଖାଅଛି—ହଜାରେ ଯୁଗ ପର୍ଯ୍ୟନ୍ତ ବ୍ରହ୍ମଦୈବତ୍‍ଙ୍କ ଦିନ, ପୁଣି ହଜାରେ ଯୁଗ ପର୍ଯ୍ୟନ୍ତ ତାଙ୍କୁ ରାତିହୁଏ; କିନ୍ତୁ ଏହି ପରିମାଣ ସମ୍ୱନ୍ଧେ ଗୀତାରେ ଯେଉଁ କଳନା କରାଯାଇଅଛି, ତାହା କେଉଁ ସମୟଠାରୁ ସେ ଆରମ୍ଭ ଏବଂ କେବେ ଶେଷହେବ ଏହି ସମ୍ୱନ୍ଧରେ କୌଣସି ହିସାବ ଦିଆଯାଇ ନାହିଁ । ଅନ୍ୟାନ୍ୟ ହିସାବରୁ ଯାହାକି ପ୍ରମାଣ ମିଳେ ସେ ସବୁ ସଠିକ୍‍ ଗବେଷିତ ବୋଲି ଧରିହୁଏ ନାହିଁ । ମାତ୍ର ଅନୁମାନ ହୁଏ ବ୍ରହ୍ମଦୈବତ୍‍ଙ୍କ ଆରମ୍ଭ ଓ ସମାପ୍ତି ଯେ ଅଛି ଏହା ସୁନିଶ୍ଚିତ ।

 

ବ୍ରହ୍ମଦୈବତ୍‍ଙ୍କର ପରିମାପ ବିଷୟରେ ଏଠାରେ ଗୋଟିଏ ହିସାବ ଦିଆଯାଉଅଛି, ଏହା କେତେଦୂର ସତ୍ୟ ବୁଝିଦେଖିବେ । କତେକ ପ୍ରମାଣରୁ ଜଣାଯାଏ ଯେ, ହଜାରେ ଯୁଗ ଏକ କଳ୍ପ (ଜୀବନ୍ତ ସମୟ ବା ଜାଗ୍ରତ କାଳ) । ଏହି କଳ୍ପ ଶେଷରେ ବ୍ରହ୍ମଦୈବତ୍‍ ଅର୍ଥାତ୍‍ ଶୂନ୍ୟକାଳ ସମସ୍ତ ଭୂତମାନଙ୍କୁ ନିଜ ଗର୍ଭରେ ପୂରାଇ ରଖନ୍ତି ଏବଂ କଳ୍ପ ଆରମ୍ଭରେ ସେମାନଙ୍କୁ ପଦାକୁ ବାହାର କରନ୍ତି ।

 

ଉପରୋକ୍ତ ପ୍ରମାଣ ନେଇ ଅନୁମାନ ହୁଏ—ଅଶେଷ ଆତ୍ମଜ୍ୟୋତି ବା ବିଦ୍ୟୁତ୍‍ ଶକ୍ତିସଂପନ୍ନ ମାହାତ୍ମ୍ୟ ପ୍ରଭାବ ଦୁଇଟି ସତ୍ୟାଲୋକ ବୋଲାଇ, ଦୁଇଟି ଦୁଇଭାଗରେ ପ୍ରଥମତଃ ୩୬/୧୦ ଭାଗ ଆଲୁଅ ଏବଂ ୩୬/୧୦ ଭାଗ ଅନ୍ଧାର ନେଇ ଶୂନ୍ୟ ବା କାଳଗର୍ଭରୁ ଆରମ୍ଭ କରେ । କିନ୍ତୁ ଯେତେବେଳେ ଗର୍ଭରୁ ଓହ୍ଲାଇ ୩୩/୧୦ ଭାଗ ଆଲୋକ ଓ ୩୩/୧୦ ଭାଗ ଅନ୍ଧାରକୁ ଖସି ଆସେ ସେତେବେଳକୁ ସେ ଭାଗ ସବୁ ବ୍ରହ୍ମଦୈବତ୍‍ଙ୍କର ଜୀବନ କାଳ ବା ସମୟ ବୋଲାଇ ଲେଖାହୁଏ ।

 

ଅତଏବ ଉକ୍ତ ପ୍ରମାଣରୁ ଜଣାଯାଏ, କଳ୍ପକ ଗୋଟିଏ ଜୀବନ କାଳ ବା ହଜାର ଯୁଗ । ଯୁଗ ଅର୍ଥାତ୍‍ ଯୁଗ୍ମ (ମଧ୍ୟ ବା ସନ୍ଧିସ୍ଥଳ) ଜାଗ୍ରତ ସୁପ୍ତ ଓ ସୁପ୍ତ ଜାଗତର ମଧ୍ୟ, ମୌଳିକ ଯୌଗିକ ଓ ଯୌଗିକ ମୌଳିକର ମଧ୍ୟ, ଋତୁ ଅଋତୁ ଓ ଅଋତୁ ଋତୁର ମଧ୍ୟକୁ ଯୁଗ ବା ଯଗ୍ମ ବୋଲାଯାଏ ।

 

ସେହି ଯୁଗ୍ମ, ଯୁଗ ବା ଅଋତୁ ଋତୁ ଦୁହିଁଙ୍କର ମୋଟ ସଂଖ୍ୟା ୧୨୦୦ ରଖାଯାଇ ଅଛି । ସେହି ୧୨୦୦ରୁ ହଜାରେ ଯୁଗ ବା ଋତୁ (ଯୌଗିକ ସମୟ) ପର୍ଯ୍ୟନ୍ତ ବ୍ରହ୍ମଦୈବତ୍‍ଙ୍କର ଦିବସ ଅର୍ଥାତ୍‍ ଜାଗ୍ରତସମୟ । ପୁଣି ସେହି ପରି ୧୨୦୦ରୁ ହଜାରେ ଅଯୁଗ୍ମ ବା ଅଋତୁ (ମୌଳିକ ସମୟ) ପର୍ଯ୍ୟନ୍ତ ତାଙ୍କର ରାତ୍ର ଅର୍ଥାତ୍‍ ସୁପ୍ତକାଳ ହୁଏ । ଅତଏବ ଉକ୍ତ ନିୟମରେ ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀ ଓ ଦେହୀମାନଙ୍କର ମଧ୍ୟ ଦିନ ରାତି ବା ଜାଗ୍ରତସୁପ୍ତାବସ୍ଥା ହୁଏ । ଯୌଗିକ ମୌଳିକ ବା ଜୀବନ ମରଣ କାଳ ବି ହୁଏ ।

ମାତ୍ର ଗୋଟିଏ ଜୀବନ ମରଣ କାଳ ଭିତରେ ବ୍ରହ୍ମଦୈବତ୍‍ଙ୍କର ଯୌଗିକ ମୌଳିକ ବା ଜାଗ୍ରତ ସୁପ୍ତ ବୋଲି ଦୁଇଟି ମାର୍ଗ ବା ଅବସ୍ଥା ହୁଏ । ଚନ୍ଦ୍ର, ସୂର୍ଯ୍ୟ, ଓ ପୃଥିବୀର ମୌଳିକ, ଯୌଗିକ ଓ ବୈଦିକ ବା ବାଲ୍ୟ, ଯୌବନ ଓ ଜରା ବୋଲି ତିନିଗୋଟି ମାର୍ଗ ବା ଅବସ୍ଥା ହୁଏ ଏବଂ ଦେହୀମାନଙ୍କର ବାଲ୍ୟ, କୁମାର, ଯୌବନ, ଜରା ଓ ଅତିଜରା ବା ଜାଗ୍ରତ, ଘୂର୍ଣ୍ଣିତ, ସ୍ୱପ୍ନ, ସୁସୁପ୍ତି ଓ ସଂହାର ବୋଲି ପାଞ୍ଚଗୋଟି ମାର୍ଗ ବା ଅବସ୍ଥା ହୁଏ ।

ଏହିମାର୍ଗ ବା ଅବସ୍ଥା ଭୋଗ ମଧ୍ୟରେ ସେହି ବ୍ରହ୍ମଦୈବତ୍‍ଙ୍କୁ ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ବୋଲି ଚାରୋଟି ଭୂତଯୁଗ୍ମ ବା ଯୁଗ; ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀକୁ ହିମ, ଶୀତ, ବସନ୍ତ, ଗ୍ରୀଷ୍ମ, ବର୍ଷା ଓ ଶରତ୍‍ ବୋଲି ଛ’ଟି ଋତୁ ଯୁଗ୍ମ ବା ଯୁଗ ଏବଂ ଦେହୀ ବା ମାନବ ମାନଙ୍କୁ ମନନ, ଶ୍ରବଣ, ଦର୍ଶନ, ଆସ୍ୱାଦନ, ଆଘ୍ରାଣ ଓ ତାଳୁ, କର୍ଣ୍ଣ, ଚକ୍ଷୁ, ଜିହ୍ୱା ଓ ନାସିକା ବୋଲି ଦଶଟି ଇନ୍ଦ୍ରିୟ ଯୁଗ୍ମ ବା ଯୁଗ ଭୋଗ କରିବାକୁ ପଡ଼େ ।

ବୁଝିବାକୁ ଗଲେ ସୃଷ୍ଟିଟି ଗୋଟିଏ କଳଘଣ୍ଟାପରି । ଏହି କଳଘଣ୍ଟା ସୃଷ୍ଟିର ଆରମ୍ଭର ପ୍ରଥମାର୍ଦ୍ଧରେ ବ୍ରହ୍ମଦୈବତ୍‍ଙ୍କୁ ୪୦୦ ଅହୋରାତ୍ରଠାରୁ ୩୬୪ ଅହୋରାତ୍ରରେ ତାଙ୍କର ଗୋଟିଏ ବର୍ଷ । ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀକୁ ତାହା ୪୦୦ ଅହୋରାତ୍ର ବର୍ଷଠାରୁ ୩୬୪ ଅହୋରାତ୍ର ବର୍ଷ ହୁଏ । ଏବଂ ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀର ୪୦୦ ଅହୋରାତ୍ରରେ ତାଙ୍କର ଗୋଟିଏ ବର୍ଷ । ଦେହୀ ବା ମାନବ ମାନଙ୍କୁ ତାହା ୪୦୦ ଅହୋରାତ୍ର ବର୍ଷ ଠାରୁ ୩୬୪ ଅହୋରାତ୍ର ବର୍ଷ ହେବ । ପୁଣି ସୃଷ୍ଟିର ଶେଷ ଦ୍ୱତିୀୟାର୍ଦ୍ଧରେ ସେହି ବ୍ରହ୍ମଦୈବତ୍‍ଙ୍କୁ ୩୬୪ ଅହୋରାତ୍ରଠାରୁ ୩୭୮ ଅହୋରାତ୍ରରେ ତାଙ୍କର ଗୋଟିଏ ବର୍ଷ । ଚନ୍ଦ୍ର, ସୂର୍ଯ୍ୟ ପୃଥିବୀକୁ ତାହା ୩୬୪ ଅହୋରାତ୍ର ବର୍ଷଠାରୁ ୩୨୮ ଅହୋରାତ୍ର ବର୍ଷ ହୁଏ ଏବଂ ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀର ୩୬୪ ଅହୋରାତ୍ରଠାରୁ ୩୨୮ ଅହୋରାତ୍ରରେ ତାଙ୍କର ଗୋଟିଏ ବର୍ଷ । ଦେହୀ ବା ମାନବମାନଙ୍କୁ ତାହା ୩୬୪ ଅହୋରାତ୍ର ବର୍ଷ ଠାରୁ ୩୨୮ ଅହୋରାତ୍ର ବର୍ଷ ହେବ । ଏହାର ପ୍ରମାଣ—

(କ) ବ୍ରହ୍ମଦୈବତ୍‍ଙ୍କର ଗୋଟିଏ ଜୀବନ ମରଣ ସମୟ ଭିତରେ ତାଙ୍କର ଯୌଗିକ, ମୌଳିକ ବା ଜାଗ୍ରତ, ସୁପ୍ତ ବୋଲି ଯେଉଁ ଦୁଇଟି ମାର୍ଗ ବା ଅବସ୍ଥା ଭୋଗ ହୁଏ—ପ୍ରଥମ ଯୌଗିକ ମାର୍ଗ ବା ଜାଗ୍ରତାବସ୍ଥାରେ ୩୩/୧୦ ଭାଗ ଆଲୁଅ ଓ ୩୩/୧୦ ଭାଗ ଅନ୍ଧାର ଠାରୁ ଆରମ୍ଭ କରି ୩୦/୧୦ ଭାଗ ଆଲୁଅ ଓ ୩୦/୧୦ ଭାଗ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ । ଦ୍ୱିତୀୟ ମୌଳିକ ମାର୍ଗ ବା ସୁପ୍ତାବସ୍ଥାରେ ୩୦/୧୦ ଆଲୁଅ ଓ ୩୦/୧୦ ଅନ୍ଧାର ଠାରୁ ଆରମ୍ଭ କରି ୨୭/୧୦ ଭାଗ ଆଲୁଅ ଓ ୨୭/୧୦ ଭାଗ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁହୁଏ ।

ଖ (୧) ଅତଏବ ବ୍ରହ୍ମଦୈବତ୍‍ଙ୍କର ପ୍ରଥମ ପରାର୍ଦ୍ଧ ଯୌଗିକ ମାର୍ଗ ବା ଜାଗ୍ରତାବସ୍ଥାରେ–ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀର ଯେଉଁ ଜୀବନ ମରଣ ସମୟ ହୁଏ, ସେହି ସମୟ ଭିତରେ ତାଙ୍କର ମୌଳିକ, ଯୌଗିକ ଓ ବୈଦିକ ବା ଜାଗ୍ରତ, ସ୍ୱପ୍ନ, ସସୁପ୍ତି ବୋଲି ଯେଉଁ ତିନୋଟି ମାର୍ଗ ବା ଅବସ୍ଥା ଭୋଗହୁଏ—ପ୍ରଥମ ମୌଳିକ ମାର୍ଗ ବା ଜାଗ୍ରତାବସ୍ଥାରେ ୩୩/୧୦ ଭାଗ ଆଲୋକ ଓ ୩୩/୧୦ ଭାଗ ଅନ୍ଧାର ଠାରୁ ଆରମ୍ଭ କରି ୩୦/୧୦ ଭାଗ ଆଲୋକ ଓ ୩୦/୧୦ ଭାଗ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ । ଦ୍ୱିତୀୟ ଯୌଗିକ ମାର୍ଗ ବା ସ୍ୱପ୍ନାବସ୍ଥାରେ ୩୦/୧୦ ଭାଗ ଆଲୋକ ଓ ୩୦/୧୦ ଭାଗ ଅନ୍ଧାର ଠାରୁ ଆରମ୍ଭ କରି ୨୭/୧୦ ଭାଗ ଆଲୋକ ଓ ୨୭/୧୦ ଭାଗ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ ଏବଂ ତୃତୀୟ ବୈଦିକମାର୍ଗ ବା ସୁସୁପ୍ତି ଅବସ୍ଥାରେ ୨୭/୧୦ ଭାଗ ଆଲୋକ ଓ ୨୭/୧୦ ଭାଗ ଅନ୍ଧାର ଠାରୁ ଆରମ୍ଭ କରି ୨୪/୧୦ ଭାଗ ଆଲୋକ ଓ ୨୪/୧୦ ଭାଗ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ ।

(୨) ସେହି ବ୍ରହ୍ମଦୈବତ୍‍ଙ୍କର ଦ୍ୱିତୀୟ ପରାର୍ଦ୍ଧ ମୌଳିକ ମାର୍ଗ ବା ସୁପ୍ତାବସ୍ଥାରେ ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀର ଯେଉଁ ଜୀବନ ମରଣ ସମୟ ହୁଏ, ସେହି ସମୟ ଭିତରେ ତାଙ୍କର ଯେଉଁ ତିନୋଟି ମାର୍ଗ ବା ଅବସ୍ଥା ଭୋଗ ହୁଏ, ପ୍ରଥମ ମୌଳିକ ମାର୍ଗ ବା ଜାଗ୍ରତାବସ୍ଥାରେ ୩୦/୧୦ ଆଲୁଅ ଓ ୩୦/୧୦ ଅନ୍ଧାର ଠାରୁ ଆରମ୍ଭ କରି ୨୭/୧୦ ଆଲୁଅ ଓ ୨୭/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ । ଦ୍ୱିତୀୟ ଯୌଗିକ ମାର୍ଗ ବା ସ୍ୱପ୍ନାବସ୍ଥାରେ ୨୭/୧୦ ଆଲୋକ ଓ ୨୭/୧୦ ଅନ୍ଧାର ଠାରୁ ଆରମ୍ଭକରି ୨୪/୧୦ ଆଲୋକ ଓ ୨୦/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ ଏବଂ ତୃତୀୟ ବୈଦିକ ମାର୍ଗ ବା ସୁସୁପ୍ତି ଅବସ୍ଥାରେ ୨୪/୧୦ ଭାଗ ଆଲୋକ ଓ ୨୪/୧୦ ଅନ୍ଧାର ଠାରୁ ଆରମ୍ଭ କରି ୨୧/୧୦ ଆଲୋକ ଓ ୨୧/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ ।

ଗ (୧) ଅତଏବ ବ୍ରହ୍ମଦୈବତ୍‍ଙ୍କର ପ୍ରଥମାର୍ଦ୍ଧ ଯୌଗିକ ମାର୍ଗ ବା ଜାଗ୍ରତାବସ୍ଥାରେ ଦେହୀ ବା ମାନବ ମାନଙ୍କର ଯେଉଁ ଜୀବନ ମରଣ ସମୟ ହୁଏ, ସେହି ସମୟ ଭିତରେ ତାଙ୍କର ବାଲ୍ୟ, କୁମାର, ଯୌବନ, ଜରା ଓ ଅତିଜରା ବା ଜାଗ୍ରତ, ଘୂର୍ଣ୍ଣିତ, ସ୍ୱପ୍ନ, ସୁସୁପ୍ତି ଓ ସଂହାର ବୋଲି ପାଞ୍ଚଟି ମାର୍ଗ ବା ଅବସ୍ଥା ଭୋଗହୁଏ । ପ୍ରଥମ ବାଲ୍ୟ ବା ଜାଗ୍ରତାବସ୍ଥାରେ ୩୩/୧୦ ଆଲୋକ ଓ ୩୩/୧୦ ଅନ୍ଧାର ଠାରୁ ଆରମ୍ଭ କରି ୩୦/୧୦, ଆଲୋକ ଓ ୩୦/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ । ଦ୍ୱିତୀୟ କୁମାର ବା ଘୂର୍ଣ୍ଣିତାବସ୍ଥାରେ ୩୦/୧୦ ଆଲୋକ ଓ ୩୦/୧୦ ଅନ୍ଧାର ଠାରୁ ଆରମ୍ଭ କରି ୨୭/୧୦ ଆଲୋକ ଓ ୨୭/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ । ତୃତୀୟ ଯୌବନ ବା ସ୍ୱପ୍ନାବସ୍ଥାରେ ୨୭/୧୦ ଆଲୋକ ଓ ୨୭/୧୦ ଅନ୍ଧାର ଠାରୁ ଆରମ୍ଭ କରି ୨୪/୧୦ ଆଲୋକ ଓ ୨୪/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ । ତତୁର୍ଥ ଜରା ବା ସୁସୁପ୍ତି ଅବସ୍ଥାରେ ୨୪/୧୦ ଆଲୋକ ଓ ୨୪/୧୦ ଅନ୍ଧାର ଠାରୁ ଆରମ୍ଭ କରି ୨୧/୧୦ ଆଲୋକ ଓ ୨୧/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ । ପଞ୍ଚମ ଅତିଜରା ବା ସଂହାର ଅବସ୍ଥାରେ ୨୧/୧୦ ଆଲୋକ ଓ ୨୧/୧୦ ଅନ୍ଧାର ଠାରୁ ଆରମ୍ଭ କରି ୧୮/୧୦ ଆଲୋକ ଓ ୧୮/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ ।

(୨) ପୁଣି ସେହି ବ୍ରହ୍ମଦୈବତ୍‍ଙ୍କର ଦ୍ୱିତୀୟ ପରାର୍ଦ୍ଧ ମୌଳିକ ମାର୍ଗ ବା ସୁପ୍ତାବସ୍ଥାରେ, ଦେହୀ ବା ମାନବ ମାନଙ୍କର ଯେଉଁ ଜୀବନ ମରଣ ସମୟ ହୁଏ, ସେହି ସମୟ ଭିତରେ ତାଙ୍କର ବାଲ୍ୟ କୁମାରାଦି ବିା ଜାଗ୍ରତଘୂର୍ଣ୍ଣିତାଦି ଯେଉଁ ପାଞ୍ଚଟି ମାର୍ଗ ବା ଅବସ୍ଥା ଭୋଗ ହୁଏ—ପ୍ରଥମ ବାଲ୍ୟ ବା ଜାଗ୍ରତାବସ୍ଥାରେ ୩୦/୧୦ ଆଲୋକ ଓ ୩୦/୧୦ ଅନ୍ଧାର ଠାରୁ ଆରମ୍ଭ କରି ୨୭/୧୦ ଆଲୋକ ଓ ୨୭/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ । ଦ୍ୱିତୀୟ କୁମାର ବା ଘୂର୍ଣ୍ଣିତାବସ୍ଥାରେ ୨୭/୧୦ ଆଲୋକ ଓ ୨୭/୧୦ ଅନ୍ଧାର ଠାର ଆରମ୍ଭ କରି ୨୪/୧୦ ଆଲୋକ ଓ ୨୪/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ । ତୃତୀୟ ଯୌବନ ବା ସ୍ୱପ୍ନାବସ୍ଥାରେ ୨୪/୧୦ ଆଲୋକ ଓ ୨୪/୧୦ ଅନ୍ଧାର ଠାରୁ ଆରମ୍ଭ କରି ୨୧/୧୦ ଆଲୋକ ଓ ୨୧/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ । ଚତୁର୍ଥ ଜରା ବା ସୁସୁପ୍ତି ଅବସ୍ଥାରେ ୨୧/୧୦ ଆଲୋକ ଓ ୨୧/୧୦ ଅନ୍ଧାର ଠାରୁ ଆରମ୍ଭ କରି ୧୮/୧୦ ଆଲୋକ ଓ ୧୮/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ ଏବଂ ପଞ୍ଚମ ଅତିଜରା ବା ସଂହାର ଅବସ୍ଥାରେ ୧୮/୧୦ ଆଲୋକ ଓ ୧୮/୧୦ ଅନ୍ଧାର ଠାରୁ ଆରମ୍ଭ କରି ୧୫/୧୦ ଆଲୋକ ଓ ୧୫/୧୦ ଅନ୍ଧାର ପର୍ଯ୍ୟନ୍ତ ମିଶି ଗୋଟିଏ ଯୁଗ୍ମ ବା ଋତୁ ହୁଏ ।

ଅତଏବ ଉପରୋକ୍ତ ବ୍ୟତିକ୍ରମ ଯେ କାହିଁକି ହୁଏ, ଏହାକୁ ଭାବନା କରି ଦେଖିଲେ ଜଣାଯାଏ—ବ୍ରହ୍ମଦୈବତ୍‍, ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀ ବା ଦେହାଦି ମାନବ କହ ଯାହାର ଯୁଗ୍ମ ବା ଋତୁରେ ତାର ପରମାୟୁ ୧୨୦୦ ଋତୁ ବା ୧୦୦ବର୍ଷ ନିଶ୍ଚିତ ହୋଇ ଥଲେ ହେଁ ସେ ଯେଉଁ ବ୍ୟବହାର କରନ୍ତି, ସେହି ବ୍ୟବହାର ତ୍ରୁଟି ହେଉଥିବା ଯୋଗୁଁ ତାଙ୍କର ପରମାୟୁ କ୍ଷୟ ପାଇ ପାଇ ଅନିଶ୍ଚିତ ଅବସ୍ଥାକୁ ଆସୁଥାଏ ।

 

(କ) ଦେଖାଯାଉଛି—ବ୍ରହ୍ମଦୈବତ୍‍ ସୃଷ୍ଟି ସୃଜନ ଉଦ୍ଦେଶ୍ୟରେ ଯୌଗିକ ମାର୍ଗ ବା ଜାଗ୍ରତାବସ୍ଥାକୁ ଆସି ଅସୀମ ସୃଷ୍ଟି ଗଠନ କରନ୍ତି ଏବଂ ମୌଳିକ ମାର୍ଗ ବା ସୁପ୍ତାବସ୍ଥାକୁ ଯାଇ ଅପାର ଆନନ୍ଦ ଅନୁଭବ କରନ୍ତି ।

 

(ଖ) ଆତ୍ମରୂପକ ଚନ୍ଦ୍ର—ପ୍ରାଣୀ ସୃଜନ ଉଦ୍ଦେଶ୍ୟରେ ୬ ୧/୧୪ଡିଗ୍ରୀ ଊର୍ଦ୍ଧ୍ୱକୁ ଉଠି ଅଶେଷ ପ୍ରାଣୀ ସର୍ଜନା କରେ ଏବଂ ୫ ୯/୧୪ଡିଗ୍ରୀ ନିମ୍ନକୁ ଖସି ବ୍ରହ୍ମଦୈବତ୍‍ଙ୍କୁ ପ୍ରଣାମ କରେ ।

 

(ଗ) ଆତ୍ମ ପ୍ରଭାବ ରୂପକ ସୂର୍ଯ୍ୟ—ବୀଜ ସୃଜନ ଉଦ୍ଦେଶ୍ୟରେ ୨୪ ୨/୨୪ ଡିଗ୍ରୀ ଉପରକୁ ଯାଇ ଅସଂଖ୍ୟ ବୀଜ ସର୍ଜନା କରେ ଏବଂ ୨୩ ୧/୩ ଡିଗ୍ରୀ ଦକ୍ଷିଣକୁ ଆସି ପରମାତ୍ମା ରୂପକ ଚନ୍ଦ୍ରକୁ ପ୍ରଣାମ କରେ ।

 

(ଘ) ଆତ୍ମ ପ୍ରଭାବ ବା ପ୍ରଜାପତି ରୂପକ ପୃଥିବୀ ଜୀବ ସୃଜନ ଉଦ୍ଦେଶ୍ୟରେ ୬୬ ୨/୩ ଡିଗ୍ରୀ ପଶ୍ଚିମରୁ ପୂର୍ବକୁ ଢଳିଯାଇ ଅନେକ ଜୀବ ସୃଷ୍ଟି କରେ ଏବଂ ୬୫ ୫୩/୨୪ ଡିଗ୍ରୀ ପୂର୍ବରୁ ପୂର୍ବକୁ ଢଳିଆସି ଆତ୍ମ ପ୍ରଭାବ ରୂପକ ଚନ୍ଦ୍ର ସୂର୍ଯ୍ୟଙ୍କୁ ପ୍ରଣାମ କରେ ।

 

(ଙ) ଦେହୀ ବା ମାନବ ସନ୍ତାନ ଜାତ ଉଦ୍ଦେଶ୍ୟରେ ୧୦ ୨/୫ ଡିଗ୍ରୀ କାମନାକୁ ଯାଇ ପ୍ରଜା ବା ସନ୍ତାନମାନଙ୍କୁ ଜାତକରେ ଏବଂ ୯ ୩/୫ ଡିଗ୍ରୀ ନିଷ୍କାମକୁ ଆସି ଆତ୍ମପ୍ରଭାବ, ପ୍ରଜାପତି ରୂପକ ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀକୁ ପ୍ରଣାମ କରେ ।

 

ଅତଏବ ବ୍ରହ୍ମଦୈବତ୍‍ଙ୍କର, ଚନ୍ଦ୍ର ସୂର୍ଯ୍ୟ ପୃଥିବୀର ଏବଂ ବ୍ୟକ୍ତି ବା ମାନବମାନଙ୍କର ବ୍ୟବହାରରେ ବ୍ୟତିକ୍ରମ ଥିବାରୁ ତାଙ୍କର କକ୍ଷ ବା ପରମାୟୁ ସରି ଆସେ । ଏଥି ଯୋଗୁଁ ଶୂନ୍ୟକାଳ ବା ବ୍ରହ୍ମତ୍ୱ ଦେବତ୍ୱର ଆକର୍ଷଣ ବଳରେ ସୋମ, ସୌର, ଅଗ୍ନି ବା ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀ ସେହି ଶୂନ୍ୟକାଳ ବା ବ୍ରହ୍ମଦୈବତ୍‍ଙ୍କର ନିକଟତର ହେଉଥାନ୍ତି ଏବଂ ସୋମ, ସୌର, ଅଗ୍ନି ବା ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀର ଆକର୍ଷଣ ବଳରେ ବ୍ୟକ୍ତି ବା ଦେହଧାରୀ ମାନେ ମଧ୍ୟ ତାହାଙ୍କ ନିକଟତର ହୁଅନ୍ତି । ଏଥିଯୋଗୁଁ ସମସ୍ତଙ୍କୁ ବର୍ଷର ଦିନ ଊଣା ହେଉଅଛି ।

 

ବର୍ତ୍ତମାନ ବ୍ୟକ୍ତି ବା ମାନବ ମାନଙ୍କୁ ୩୬୫ ୧/୧୫ ଅହୋରାତ୍ର (ଏକବର୍ଷ), ସୌରାଦି ପୃଥିବୀକୁ ତାହା ଏକ ଅହୋରାତ୍ର । ସୌରାଦି ପୃଥିବୀର ୩୬୫ ୧/୧୫ ଅହୋରାତ୍ର ବର୍ଷଟି ବ୍ରହ୍ମଦୈବତ୍‍ଙ୍କୁ ଏକ ଅହୋରାତ୍ର (ଏକବର୍ଷ) ।

 

ଉପରୋକ୍ତ ନିୟମରେ ବ୍ରହ୍ମଦୈବତ୍‍ଙ୍କୁ ବର୍ତ୍ତମାନ ଦିନମାନ ୩୦/୧୨/୨୦ ସୌରାଦି ପୃଥିବୀରୁ ୩୦/୫/୨ ବର୍ଷ ଏବଂ ବ୍ୟକ୍ତି ବା ମାନବମାନଙ୍କୁ ୧୧୧୦୫ ୨/୩ ବର୍ଷ) ରେ ତାଙ୍କର ଗୋଟିଏ ଋତୁ ଦୁଇଟି ଅବସ୍ଥା ଏବଂ ଚାରୋଟି ଇନ୍ଦ୍ରିୟ ସତ୍ତା ଭୋଗ ହେଉଅଛି । ଏହି ନିୟମରେ ସୌରାଦି ପୃଥିବୀକୁ ଓ ବ୍ୟକ୍ତି ମାନଙ୍କୁ ମଧ୍ୟ ଋତୁ, ଅବସ୍ଥା ଓ ଇନ୍ଦିୟସତ୍ତା ଭୋଗ ହେଉଅଛି ।

 

ଅତଏବ ବ୍ରହ୍ମଦୈବତ୍‍, ସୌରାଦି ପୃଥିବୀ ଓ ବ୍ୟକ୍ତି ବା ମାନବମାନଙ୍କର ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଋତୁ, ଅବସ୍ଥା ଓ ଇନ୍ଦ୍ରିୟାନୁଭୂତି ସମୟକୁ ପରିବର୍ତ୍ତନ ସମୟ କୁହାଯାଏ । ଉକ୍ତ ପରିବର୍ତ୍ତନ ସମୟରେ ଏମାନଙ୍କ ଦେହରେ ଥିବା ପୂର୍ବ ଇନ୍ଦ୍ରିୟର ସ୍ୱଭାବ କ୍ରମଶଃ ଲୋପ ପାଇଁ ଆଗତ ଇନ୍ଦ୍ରିୟର ବିକଶିତ ହୁଏ । ମାତ୍ର ସେହି ପରିବର୍ତ୍ତନ ସମୟରେ ବ୍ୟକ୍ତି ବା ମାନବ ମାନଙ୍କୁ ନିଜର ଗତାଗତ ଇନ୍ଦ୍ରିୟ ପରିବର୍ତ୍ତନ ସମୟ ଜଣାଯାଉ ନା କାହିଁକି, କିନ୍ତୁ ବ୍ରହ୍ମଦୈବତ୍‍ଙ୍କର ଏବଂ ସୌରାଦି ପୃଥିବୀର ଗତାଗତ ଇନ୍ଦ୍ରିୟ ପରିବର୍ତ୍ତନ ସମୟ ବ୍ୟକ୍ତି ବା ମାନବମାନଙ୍କୁ ଜଣା ଯାଉଥାଏ ।

 

(କ) (୧) ବ୍ରହ୍ମଦୈବତ୍‍ଙ୍କର ପ୍ରଥମ ପରାର୍ଦ୍ଧ ଯୌଗିକ ମାର୍ଗ ବା ଜାଗ୍ରତାବସ୍ଥାରେ ଗୋଟିଏ ଯୁଗ୍ମ ବା ଋତୁ ପରିବର୍ତ୍ତନ ସମୟ ତାହାଙ୍କୁ ଦି: ୩୩/୧୦ ଠାରୁ ଦି: ୩୦/୧୦ ରେ ହେବା ସ୍ଥଳେ ବର୍ତ୍ତମାନ ଦିନ ୩୦/୧୨/୨୦ରେ ହେଉଅଛି । କିନ୍ତୁ କାଳ ପ୍ରଭାବରେ ଏହା କମି କମି ଦି: ୩୦/୧୦ କୁ ଆସିଗଲେ ତାଙ୍କ ଦେହରେ ଥିବା ସମସ୍ତ ଧର୍ମ ସ୍ୱଭାବ ଲୋପ ପାଇ ନୂତନ ଧର୍ମ ସ୍ୱଭାବ ଆରମ୍ଭ ହେବ । ଏବଂ ଦ୍ୱିତୀୟ ପରାର୍ଦ୍ଧ ମୌଳିକ ମାର୍ଗ ବା ସୁପ୍ତାବସ୍ଥାରେ ଗୋଟିଏ ଯୁଗ୍ମ ବା ଋତୁ, ପରିବର୍ତ୍ତନ ସମୟ ତାହାଙ୍କୁ ଦି: ୩୦/୧୦ ଠାରୁ ଦି: ୨୭/୧୦ ରେ ସମାପ୍ତ ହେବ-

 

(୨) ମାତ୍ର ବ୍ରହ୍ମଦୈବତ୍‍ଙ୍କର ଗୋଟିଏ ଜୀବନ ମରଣ ସମୟ ଭିତରେ ତାଙ୍କର ଯୌଗିକ ମୌଳିକ ବା ଜାଗ୍ରତ ସୁପ୍ତ ବୋଲି ଦୁଇଟି ମାର୍ଗ ବା ଅବସ୍ଥା ହୁଏ । ପ୍ରଥମ ପରାର୍ଦ୍ଧ ଯୌଗିକ ମାର୍ଗ ବା ଜାଗ୍ରତାବସ୍ଥା ୫୩ବର୍ଷ ଠାରୁ ୪୭ବର୍ଷରେ ମନ୍ତ୍ରର ମାହାତ୍ମ୍ୟ ବିସ୍ତାରିତ ହୋଇ ବ୍ୟବହାର କର୍ମ ସମ୍ପାଦିତ ହୁଏ । ଏବଂ ସେହି ଅବସ୍ଥା ବା ପରାର୍ଦ୍ଧ ଶେଷରେ ତାଙ୍କ ଦେହରେ ଥିବା ସମସ୍ତ ଧର୍ମ ସ୍ୱଭାବ ଲୋପ ପାଇ ନୂତନ ଧର୍ମ ସ୍ୱଭାବ ଆରମ୍ଭ ହୁଏ । ପୁଣି ଦ୍ୱିତୀୟ ପରାର୍ଦ୍ଧ ମୌଳିକ ମାର୍ଗ ବା ସୁପ୍ତାବସ୍ଥାରେ ୪୭ ବର୍ଷରୁ ୩୮ବର୍ଷରେ ଯନ୍ତ୍ରର ପ୍ରଭାବ ବିସ୍ତାରିତ ହୋଇ ବ୍ୟବହାର କର୍ମ ସଂମ୍ପାଦିତ ହୁଏ । ଏବଂ ସେହି ଅବସ୍ଥା ବା ପରାର୍ଦ୍ଧ ଶେଷରେ ତାଙ୍କ ଦେହରେ ଥିବା ସମସ୍ତ ଧର୍ମ ସ୍ୱଭାବ ଲୁପ୍ତ ହୁଏ । କିନ୍ତୁ ତାଙ୍କର ସେହି ଦୁଇଟି ଅବସ୍ଥା ବା ଦୁଇଟି ପରାର୍ଦ୍ଧ ଭିତରେ ସେ ଚାରୋଟି ଇନ୍ଦ୍ରିୟ ଯୁଗ ଭୋଗ କରି ଶେଷରେ ନିଜର ଯୌଗିକ ବା ଜାଗ୍ରତ ଦେହଟି ଲୁଚାଇ ଦିଅନ୍ତି । ଉକ୍ତ ସମୟକୁ ବ୍ରହ୍ମ ପ୍ରଳୟ କହନ୍ତି ଓ ଏହା ମାନବ ଗଣନାରେ ୧୨୧୫୪୩୪୧୧ ୧/୩ ବର୍ଷରେ ଥରେ ଘଟେ ।

 

ଖ (୧) ଉପରୋକ୍ତ ନିୟମ ନେଇ ସେହି ବ୍ରହ୍ମଦୈବତ୍‍ଙ୍କର ପ୍ରଥମ ପରାର୍ଦ୍ଧ ଯୌଗିକ ମାର୍ଗ ବା ଜାଗ୍ରତାବସ୍ଥାରେ ସୌରାଦି ପୃଥିବୀରେ ଯୁଗ୍ମ ବା ଋତୁ ପରିବର୍ତ୍ତନ ସମୟ ତାହାଙ୍କୁ ଦି: ୩୩/୧୦ ଠାରୁ ୩୦/୧୦ରେ ଗୋଟିଏ, ଦି: ୩୦/୧୦ ଠାରୁ ଦି: ୨୭/୧୦ ରେ ଗୋଟିଏ, ଏବଂ ଦି; ୨୭/୧୦ ଠାରୁ ଦି: ୨୪/୧୦ ରେ ଗୋଟିଏ ହେବା ସ୍ଥଳେ ବର୍ତ୍ତମାନ ଦି:୩୦/୧୨/୨୦ରେ ଗୋଟିଏ, ଦି:୨୭/୧୨/୨୦ରେ ଗୋଟିଏ, ଏବଂ ଦି: ୨୪/୧୨/୨୦ ରେ ଗୋଟିଏ, ହେଉଅଛି । କିନ୍ତୁ କାଳ ପ୍ରଭାବରେ ତାହା କମି କମି ଦି: ୩୦/୧୦କୁ ଦି: ୨୭/୧୦କୁ ଏବଂ ଦି:୨୪/୧୦କୁ ଆସିଗଲେ ସୌରାଦି ପୃ୍ଥିବୀ ଦେହରେ ଥିବା ସମସ୍ତ ବର୍ଣ୍ଣ ଓ ତେଜ ଲୋପ ପାଇ ନୂତନ ବର୍ଣ୍ଣ ଓ ତେଜ ଦେଖାଯାଏ ।

 

ପୁଣି ବ୍ରହ୍ମଦୈବତ୍‍ଙ୍କର ଦ୍ୱିତୀୟ ପରାର୍ଦ୍ଧ ମୌଳିକ ବା ସୁପ୍ତାବସ୍ଥାରେ ସୌରାଦି ପୃଥିବୀର ଯୁଗ୍ମ ବା ଋତୁ ପରିବର୍ତ୍ତନ ସମୟ ତାହାଙ୍କୁ ଦି:୩୦/୧୦ରୁ ଦି:୨୭/୧୦ ରେ ଗୋଟିଏ ଦି:୨୭/୧୦ରୁ ଦି:୨୪/୧୦ରେ ଗୋଟିଏ, ଏବଂ ଦି:୨୪/୧୦ ରୁ ଦି: ୨୧/୧୦ରେ ଗୋଟିଏ ଯୁଗ୍ମ ବା ଋତୁ ହୋଇ ତାଙ୍କ ଦେହରେ ଥିବା ସମସ୍ତ ବର୍ଣ୍ଣ ଓ ତେଜ ଲୋପ ପାଇ ନୂତନ ବର୍ଣ୍ଣ ଓ ତେଜ ଦେଖାଦେଇଲୁପ୍ତ ହୁଏ ।

 

ଖ (୨) ମାତ୍ର ସେହି ବ୍ରହ୍ମଦୈବତ୍‍ଙ୍କର ପ୍ରଥମ ପରାର୍ଦ୍ଧ ଯୌଗିକ ମାର୍ଗ ଜାଗ୍ରତାବସ୍ଥାରେ ସୌରାଦି ପୃଥିବୀର ଗୋଟିଏ ଜୀବନ ମରଣ ସମୟ ଭିତରେ ତାଙ୍କର ମୌଳିକ, ଯୌଗିକ, ବୈଦିକ ବା ଜାଗ୍ରତ, ସ୍ୱପ୍ନ, ସୁସୁପ୍ତି ବୋଲି ଯେଉଁ ତିନୋଟି ମାର୍ଗ ବା ଅବସ୍ଥା ଭୋଗ ହୁଏ—ପ୍ରଥମ ମୌଳିକ ବା ଜାଗ୍ରତାବସ୍ଥା ବା ୩୩/୪ ରୁ ବ ୩୧/୪ ପର୍ଯ୍ୟନ୍ତ ମନ୍ତ୍ରଦ୍ୱାରା ମୂର୍ତ୍ତିର ଆରାଧନା ନେଇ ବ୍ୟବହାର କର୍ମ ସମ୍ପାଦନ କରିବା ସ୍ଥଳେ ବର୍ତ୍ତମାନ ବ ୩୦/୫/୨ ରେ କରୁଅଛନ୍ତି । କିନ୍ତୁ ତାଙ୍କର ସେହି ମାର୍ଗ ବା ଅବସ୍ଥା ଶେଷରେ ତାଙ୍କ ଦେହରେ ଥିବା ସମସ୍ତ ଇତିହାସ ଓ ବିଜ୍ଞାନ ଲୋପପାଇ ନୂତନ ଇତିହାସ ଓ ବିଜ୍ଞାନ ଦେଖା ଦିଏ । ଦ୍ୱିତୀୟ ଯୌଗିକ ବା ସ୍ୱପ୍ନାବସ୍ଥାରେ ବ ୩୦/୪ରୁ ବ ୨୭/୪ ପର୍ଯ୍ୟନ୍ତ ତନ୍ତ୍ର ଦ୍ୱାରା ପ୍ରତିମା ପୂଜା ନେଇ ବ୍ୟବହାର କର୍ମ ସମ୍ପାଦନ କରିବା ସ୍ଥଳେ, ବର୍ତ୍ତମାନ ବ ୨୭/୫/୨ରେ କରୁଅଛନ୍ତି । କିନ୍ତୁ ତାଙ୍କର ସେହି ମାର୍ଗ ବା ଅବସ୍ଥା ଶେଷରେ ତାଙ୍କ ଦେହରେ ଥିବା ସମସ୍ତ ଇତିହାସ ଓ ବିଜ୍ଞାନ ଲୋପପାଇ ନୂତନ ଇତିହାସ ଓ ବିଜ୍ଞାନ ଦେଖାଦିଏ ଏବଂ ତୃତୀୟ ବୈଦିକ ବା ସୁସୁପ୍ତାବସ୍ଥାରେ ବ ୨୭/୪ ରୁ ବ ୨୪/୪ ପର୍ଯ୍ୟନ୍ତ ଯନ୍ତ୍ର ଦ୍ୱାରା ବ୍ୟକ୍ତିର ଉପସ୍ଥାନ ନେଇ ବ୍ୟବହାର କର୍ମ ସମ୍ପାଦନ କରିବାସ୍ଥଳେ, ବର୍ତ୍ତମାନ ବ 27 ୨୪/୫/୨ ୩/୩ରେ କରୁଛନ୍ତି । ପୁଣି ତାଙ୍କର ସେହି ମାର୍ଗ ବା ଅବସ୍ଥା ଶେଷରେ ତାଙ୍କ ଦେହରେ ଥିବା ସମସ୍ତ ଇତିହାସ ଓ ବିଜ୍ଞାନ ଆରମ୍ଭ ହୋଇ ଲୁପ୍ତ ହୁଏ । ଅତଏବ ତାଙ୍କର ଏହି ତିନୋଟି ମାର୍ଗ ବା ଅବସ୍ଥା ଭିତରେ ସେ (ସୌରାଦି ପୃଥିବୀ) ‘ଛ’ ଟି ଇନ୍ଦ୍ରିୟ ଭୋଗ କରି ଶେଷରେ ନିଜର ଚେତନ, ଚଳନଦେହଟି ସଂହାରି ନିଅନ୍ତି ।

 

ପୁନରପି ସେହି ବ୍ରହ୍ମଦୈବତ୍‍ଙ୍କର ଦ୍ୱିତୀୟ ପରାର୍ଦ୍ଧ ମୌଳିକ ମାର୍ଗ ବା ସୁପ୍ତାବସ୍ଥାରେ ସୌରାଦି ପୃଥିବୀର ଯେଉଁ ତିନୋଟି ମାର୍ଗ ବା ଅବସ୍ଥା ହୁଏ ସେହି ମାର୍ଗ ବା ଅବସ୍ଥା ବ ୩୦/୪ ରୁ ବ ୨୭/୪ ରେ ଗୋଟିଏ, ବ ୨୭/୪ ରୁ ବ ୨୪/୪ରେ ଗୋଟିଏ ଏବଂ ବ ୨୪/୪ରୁ ବ ୨୧/୪ରେ ଗୋଟିଏ ମାର୍ଗ ବା ଅବସ୍ଥା ହୋଇ ପୂର୍ବବତ୍‍ ବ୍ୟବହାର କର୍ମ ସମ୍ପାଦନ କରି ପୁଣି ତାଙ୍କର ସେହି ମାର୍ଗ ବା ଅବସ୍ଥାଭିତରେ ‘ଛ’ଟି ଇନ୍ଦ୍ରିୟ ଯୁଗ ଭୋଗକରି ଶେଷରେ ନିଜର ଚେତନ, ଚଳନ ଦେହଟି ସଂହାର ନିଅନ୍ତି । ଉକ୍ତ ମାର୍ଗ ବା ଅବସ୍ଥା ଶେଷରେ ସୌରାଦି ପୃଥିବୀ କକ୍ଷଚ୍ୟୁତ ହୋଇ ଜୀବ ସୃଷ୍ଟି ନଷ୍ଟହୁଏ ଓ ସମଗ୍ର ଭୂଭାଗ ଜଳମଗ୍ନ ହୁଏ । ଏପରି ସମୟକୁ ସୃଷ୍ଟି ପ୍ରଳୟ କହନ୍ତି-। ଏହା ମାନବ ଗଣନାରେ ୩୩୩୧୭ ରେ ଥରେ ହୁଏ ।

 

ଗ (୧) ଅତଏବ ପୂର୍ବୋକ୍ତ ନିୟମଧରି ବ୍ରହ୍ମଦୈବତ୍‍ଙ୍କର ପ୍ରଥମ ପରାର୍ଦ୍ଧ ବା ଯୌଗିକ ମାର୍ଗ ବା ଜାଗ୍ରତାବସ୍ଥାରେ ବ୍ୟକ୍ତି ବା ମାନବ ମାନଙ୍କର ଯୁଗ୍ମ ବା ଋତୁ ପରିବର୍ତ୍ତନ ସମୟ ତାହାଙ୍କୁ ଦି ୩୩/୧୦ ରୁ ଦି ୩୦/୧୦ ରେ ଗୋଟିଏ, ଦି ୩୦/୧୦ରୁ ଦି ୨୭/୧୦ ରେ ଗୋଟିଏ, ଦି ୨୭/୧୦ ରୁ ଦି ୨୪/୧୦ରେ ଗୋଟିଏ ଏବଂ ତି ୨୪/୧୦ ରୁ ଦି ୨୧/୧୦ ପର୍ଯ୍ୟନ୍ତ ଗୋଟିଏ ଏବଂ ଦି ୨୧/୧୦ ରୁ ଦି ୧୮/୧୦ ପର୍ଯ୍ୟନ୍ତ ଗୋଟିଏ ହେବାସ୍ଥଳେ ବର୍ତ୍ତମାନ ଦି ୩୦/୧୨/୨୦ ରେ ଗୋଟିଏ, ଦି ୨୭/୧୨/୨୦ରେ ଗୋଟିଏ, ଦି ୨୪/୧୨/୨୦ ରେ ଗୋଟିଏ, ଦି ୨୧/୧୨/୨୦ ରେ ଗୋଟିଏ ଏବଂ ଦି ୧୮/୧୨/୨୦ ରେ ଗୋଟିଏ ହେଉଅଛି । କାଳ ପ୍ରଭାବରେ ଏହା କମି କମି ଦି ୩୦/୧୦କୁ ଦି୨୭/୧୦କୁ, ଦି ୨୪/୧୦କୁ, ଦି ୨୧/୧୦କୁ ଏବଂ ଦି ୧୮/୧୦କୁ ଆସିଗଲେ ନିଜ ଦେହରେ ଥିବା ସମସ୍ତ ଇନ୍ଦ୍ରିୟାଚରଣ ଲୋପପାଇ ନୂତନ ଇନ୍ଦ୍ରିୟାଚରଣ ଆରମ୍ଭ ହୁଏ ।

 

କିନ୍ତୁ ବ୍ରହ୍ମଦୈବତ୍‍ଙ୍କର ଦ୍ୱିତୀୟ ପରାର୍ଦ୍ଧ ମୌଳିକ ମାର୍ଗ ବା ସୁପ୍ତାବସ୍ଥାରେ ବ୍ୟକ୍ତି ବା ମାନବମାନଙ୍କର ଯେଉଁ ଯୁଗ୍ମ ବା ଋତୁ ପରିବର୍ତ୍ତନ ସମୟ ତାହାଙ୍କୁ ଦି ୩୦/୧୦ରୁ ଦି ୨୭/୧୦ ରେ ଗୋଟିଏ, ଦି ୨୭/୧୦ରୁ ଦି ୨୪/୧୦ରେ ଗୋଟିଏ, ଦି ୨୪/୧୦ରୁ ଦି ୨୧/୧୦ରେ ଗୋଟିଏ, ଦି ୨୧/୧୦ରୁ ଦି୧୮/୧୦ପର୍ଯ୍ୟନ୍ତ ଗୋଟିଏ ଏବଂ ଦି ୧୮/୧୦ରୁ ଦି ୧୫/୧୦ ପର୍ଯ୍ୟନ୍ତ ଗୋଟିଏ ହୋଇ ତାଙ୍କ ଦେହରେ ଥିବା ସମସ୍ତ ଇନ୍ଦ୍ରିୟାଚରଣ ଲୋପପାଇ ନୂତନ ଇନ୍ଦ୍ରିୟାଚରଣ ଦେଖା ଦେଇ ସମାପ୍ତ ହେବ ।

 

(୨) ମାତ୍ର ସେହି ବ୍ରହ୍ମଦୈବତ୍‍ଙ୍କର ପ୍ରଥମ ପରାର୍ଦ୍ଧ ଯୌଗିକ ମାର୍ଗ ବା ଜାଗ୍ରତାବସ୍ଥାରେ ଉକ୍ତ ବ୍ୟକ୍ତି ବା ମାନବମାନଙ୍କର ଗୋଟିଏ ଜୀବନ ମରଣ ସମୟ ଭିତରେ ତାଙ୍କର ବାଲ୍ୟ, କୁମାର, ଯୌବନ, ଜରା ଓ ଅତିଜରା ବା ଜାଗ୍ରତ, ଘୂର୍ଣ୍ଣିତ, ସ୍ୱପ୍ନ, ସୁସୁପ୍ତି ଓ ସଂହାର ବୋଲି ପାଞ୍ଚଟି ମାର୍ଗ ବା ଅବସ୍ଥା ହୁଏ । ପ୍ରଥମ ବାଲ୍ୟ ବା ଜାଗ୍ରତାବସ୍ଥା ବି ୩୩/୪ ରୁ ୩୦/୪ ପର୍ଯ୍ୟନ୍ତ ଖେଳ ଓ କୌତୁକ ଦ୍ୱାରା ବ୍ୟବହାର କର୍ମ ସମ୍ପାଦକ କରିବା ସ୍ଥଳେ, ବର୍ତ୍ତମାନ ବ ୩୦/୫/୨ରେ କରୁଅଛନ୍ତି । କିନ୍ତୁ ତାଙ୍କର ଏହି ଅବସ୍ଥା ଶେଷରେ ତାଙ୍କ ଦେହରେ ଥିବା ସମସ୍ତ ଧାରଣା ବୁଦ୍ଧି ଲୋପ ପାଇ ନୂତନ ଧାରଣା ବୁଦ୍ଧି ଆରମ୍ଭ ହୁଏ । ଦ୍ୱିତୀୟ କୁମାର ବା ଘୂର୍ଣ୍ଣିତାବସ୍ଥା ବ ୩୦/୪ ରୁ ବ ୨୭/୪ ପର୍ଯ୍ୟନ୍ତ ବିଦ୍ୟା ଶିକ୍ଷା ଓ କସରତ କର୍ମ ଦ୍ୱାରା ବ୍ୟବହାର କର୍ମ ସମ୍ପାଦନ କରିବା ସ୍ଥଳେ, ବର୍ତ୍ତମାନ ବ ୨୭/୫/୨ରେ କରୁ ଅଛନ୍ତି । କିନ୍ତୁ ତାଙ୍କର ସେହି ଅବସ୍ଥା ଶେଷରେ ତାଙ୍କ ଦେହରେ ଥିବା ସମସ୍ତ ପୂର୍ବ ଧାରଣା ବୁଦ୍ଧି ଲୋପପାଇ ନୂତନ ଧାରଣା ବୁଦ୍ଧି ଆରମ୍ଭ ହୁଏ । ତୃତୀୟ ଯୌବନ ବା ସ୍ୱପ୍ନାବସ୍ଥା ବ ୨୭/୪ ରୁ ବ ୨୪/୪ ପର୍ଯ୍ୟନ୍ତ କାମ ଉପଭୋଗ ଓ ସମାଜ ଗଠନ ଦ୍ୱାରା ବ୍ୟବହାର କର୍ମ ସମ୍ପାଦନ କରିବା ସ୍ଥଳେ, ବର୍ତ୍ତମାନ ବ ୨୪/୫/୨୦ ରେ କରୁ ଅଛନ୍ତି । କିନ୍ତୁ ତାଙ୍କର ସେହି ଅବସ୍ଥା ଶେଷରେ ତାଙ୍କ ଦେହରେ ଥିବା ସମସ୍ତ ପୂର୍ବ ଧାରଣା ବୁଦ୍ଧି ଲୋପପାଇ ନୂତନ ଧାରଣା ବୁଦ୍ଧି ଆରମ୍ଭ ହୁଏ । ଚତୁର୍ଥ ଜରା ବା ସୁସୁପ୍ତି ଅବସ୍ଥା ବ ୨୪/୪ ରୁ ବ ୨୧/୪ ପର୍ଯ୍ୟନ୍ତ ସମାଜ ସେବା ବା ରାଷ୍ଟ୍ର ସେବା ଦ୍ୱାରା ବ୍ୟବହାର କର୍ମ ସମ୍ପାଦନ କରିବାସ୍ଥଳେ ବର୍ତ୍ତମାନ ବ ୨୧/୫/୨ ରେ କରୁ ଅଛନ୍ତି । ତାଙ୍କର ସେହି ଅବସ୍ଥା ଶେଷରେ ତାଙ୍କ ଦେହରେ ଥିବା ସମସ୍ତ ପୂର୍ବ ଧାରଣା ବୁଦ୍ଧି ଲୋପପାଇ ନୂତନ ଭାବେ ଆରମ୍ଭ ହୁଏ । ପଞ୍ଚମ ଅତିଜରା ବା ସଂହାର ଅବସ୍ଥା ବ ୨୧/୪ ରୁ ବ ୧୮/୪ ପର୍ଯ୍ୟନ୍ତ ଭଗବତ୍‍ ଚର୍ଚ୍ଚା ବା ଆତ୍ମ ସମର୍ପଣ ଦ୍ୱାରା ବ୍ୟବହାର କର୍ମ ସମ୍ପାଦନ କରିବା ସ୍ଥଳେ, ବର୍ତ୍ତମାନ ବର୍ଷ ୧୮।୫।୨ ରେ କରୁ ଅଛନ୍ତି । ତାଙ୍କର ଏହି ଅବସ୍ଥା ଶେଷରେ ତାଙ୍କ ଦେହରେ ଥିବା ପୂର୍ବ ଧାରଣା ସବୁ ଲୋପ ପାଇ ନୂତନର ଆରମ୍ଭ ହୁଏ । ଏବଂ ସେହି ପାଞ୍ଚଟି ଅବସ୍ଥା ବା ମାର୍ଗ ଭିତରେ ସେମାନେ ଦଶଟି ଇନ୍ଦ୍ରିୟ ଯୁଗ ଭୋଗ କରି ଶେଷରେ ନିଜର ଜୀବନ୍ତ ଇନ୍ଦ୍ରିୟ ଦେହଟି ତ୍ୟାଗ କରନ୍ତି ।

 

ପୁଣି ସେହି ବ୍ରହ୍ମଦୈବତ୍‍ଙ୍କ ଦ୍ୱିତୀୟ ପରାର୍ଦ୍ଧ ମୌଳିକ ମାର୍ଗ ବା ସୁପ୍ତାବସ୍ଥାରେ ପ୍ରୋକ୍ତ ବ୍ୟକ୍ତି ବା ମାନବମାନଙ୍କର ଜୀବନ ମରଣ ସମୟ ଭିତରେ ତାଙ୍କର ବାଲ୍ୟ, କୁମାରାଦି ବା ଜାଗ୍ରତ, ଘୂର୍ଣ୍ଣିତାଦି ଯେଉଁ ପାଞ୍ଚଟି ମାର୍ଗ ବା ଅବସ୍ଥା ହୁଏ , ସେହି ମାର୍ଗ ବା ଅବସ୍ଥା ବ ୩୦/୪ ରୁ ବ ୨୭/୪ ରେ ଗୋଟିଏ, ବ ୨୭/୪ ରୁ ବ ୨୪/୪ ପର୍ଯ୍ୟନ୍ତ ଗୋଟିଏ, ବ ୨୪/୪ରୁ ବ ୨୧/୪ ପର୍ଯ୍ୟନ୍ତ ଗୋଟିଏ, ବ ୨୧/୪ରୁ ବ ୧୮/୪ ପର୍ଯ୍ୟନ୍ତ ଗୋଟିଏ ଏବଂ ବ ୧୮/୪ରୁ ବ ୧୫/୪ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ହୋଇ ପୂର୍ବ ବ୍ୟବସ୍ଥାକ୍ରମେ ବ୍ୟବହାର କର୍ମ ସମ୍ପାଦନ କରି ପୁଣି ତାଙ୍କର ସେହି ପାଞ୍ଚଟି ମାର୍ଗ ବା ଅବସ୍ଥା ଭିତରେ ସେ ଦଶଟି ଇନ୍ଦ୍ରିୟ ଯୁଗ ଭୋଗ କରି ଶେଷରେ ନିଜର ଜୀବନ୍ତ ଇନ୍ଦ୍ରିୟ ଦେହଟି ତ୍ୟାଗ କରିବେ । ଉକ୍ତ ସମୟଟି ବ୍ୟକ୍ତି ବା ମାନବମାନଙ୍କର ମୃତ୍ୟୁ ସମୟ । ଏହି ସମୟଟିରେ ତାଙ୍କର ଦେହାଦିରେ କୌଣସି ବ୍ୟବହାର ନଥାଏ ।

 

ଅତଏବ ବ୍ରହ୍ମଦୈବତ୍‍ଙ୍କର ଗୋଟିଏ ଜୀବନମରଣ ସମୟ ଭିତରେ ଗୋଟିଏ ବର୍ଷରେ ଗୋଟିଏ ମାସରେ ଓ ଗୋଟିଏ ଦିନରେ ତାହାଙ୍କୁ ଦୁଇଟି ମାର୍ଗ ବା ଅବସ୍ଥା ଓ ଚାରୋଟି ଭୂତ ଯୁଗ ଅନୁଭୂତ ହୁଏ । ସୌରାଦି ପୃଥିବୀକୁ ମଧ୍ୟ ଗୋଟିଏ ଜୀବନ ମରଣ ସମୟଭିତରେ, ଗୋଟିଏ ବର୍ଷରେ, ଗୋଟିଏ ମାସରେ ଓ ଗୋଟିଏ ଦିନରେ ତିନୋଟି ମାର୍ଗ ବା ଅବସ୍ଥା ଓ ‘ଛ’ଟି ଋତୁ ଯୁଗ ଅନୁଭୂତ ହୁଏ ଏବଂ ବ୍ୟକ୍ତି ବା ମାନବ ମାନଙ୍କୁ ସେହିପରି ଗୋଟିଏ ଜୀବନ ମରଣ ସମୟ ଭିତରେ, ଗୋଟିଏ ବର୍ଷରେ, ଗୋଟିଏ ମାସରେ ଓ ଗୋଟିଏ ଦିନରେ ପାଞ୍ଚଟି ମାର୍ଗ ବା ଅବସ୍ଥା ଓ ଦଶଟି ଇନ୍ଦ୍ରିୟ ଯୁଗ ଭୋଗ ହୁଏ ।

 

ବ୍ରହ୍ମଦୈବତ୍‍ଙ୍କର ପରମାୟୁ ବ ୧୦୦ର୍ଷ ତା ୧୨୦୦ଋତୁ । କିନ୍ତୁ ଦିନ ମାନ ୩୩/୧୦ ରୁ କମି କମି ୩୦ ୧୨/୨୦କୁ ଆସି ଯିବରୁ ତାଙ୍କର ପରମାୟୁ ପୂର୍ବାର୍ଦ୍ଧ ଯୌଗିକ ସଂଖ୍ୟା ୫୩ ବର୍ଷରୁ ବ ୫୧ ୮/୨୭ ଭୋଗ ହେଉଅଛି । ମାତ୍ର ତାଙ୍କର ଜୀବନ ମରଣ ସମୟ ବ୍ୟବହାର ଯୋଗୁଁ ପରମାୟୁ ବା କକ୍ଷ କ୍ଷୟ ପାଇ ପାଇ ଶେଷକୁ ୧୦୦୦ ଋତୁ ବା ୮୨ ବର୍ଷରେ ସମାପ୍ତ ହେବ । ଅତଏବ ଏହି କ୍ଷୟ ପ୍ରାପ୍ତ ହିସାବରେ ବର୍ତ୍ତମାନ ତାଙ୍କର ପରମାୟୁହାରର ମାଧ୍ୟମିକ ସଂଖ୍ୟା ୯୧ ବର୍ଷ ପୂର୍ବାର୍ଦ୍ଧ ୪୭ ବର୍ଷର ନିମ୍ନ ଅର୍ଥାତ୍‍ ବ ୪୫ ୮/୧୭ ହାରରେ ଅଛି । ମାତ୍ର ଉପରୋକ୍ତ କ୍ଷୟପ୍ରାପ୍ତ ହିସାବରେ ତାଙ୍କର ପରମାୟୁ ୮୨/୧୦୦ ବର୍ଷର ପ୍ରଥମାର୍ଦ୍ଧ ସଂଖ୍ୟା ୪୪ ବର୍ଷରୁ ବ ୪୨/୮/୨୭ ହୋଇଅଛି ।

 

ଉପରୋକ୍ତ ଗଣନା ଓ ପ୍ରମାଣ ନେଇ ବ୍ରହ୍ମଦୈବତ୍‍ଙ୍କର ପ୍ରଥମ ପରାର୍ଦ୍ଧରେ-ସୌରାଦି ପୃଥିବୀର ପରମାୟୁ ୯୦/୧୦୦ ବର୍ଷ, ୮୨/୯୧ ବର୍ଷ, ୭୩/୮୨ବର୍ଷ ନିଶ୍ଚିତ ହୋଇଥାଏ ଏବଂ ଦ୍ୱିତୀୟ ପରାର୍ଦ୍ଧରେ ସେହି ସୌରାଦି ପୃଥିବୀର ପରମାୟୁ ୮୨/୯୧ ବର୍ଷ, ୭୩/୮୨ ବର୍ଷ ଏବଂ ୬୪/୭୩ ବର୍ଷ ନିଶ୍ଚିତ ହୋଇଥାଏ । କିନ୍ତୁ ତାଙ୍କର ଜୀବନ ମରଣ ସମୟ ଭିତରେ ମୌଳିକ, ଯୌଗିକ, ବୈଦିକ ବା ଜାଗ୍ରତ, ସ୍ୱପ୍ନ, ସୁସୁପ୍ତି ବୋଲି ଯେଉଁ ତିନୋଟି ମାର୍ଗ ବା ଅବସ୍ଥାହୁଏ, ସେହି ତିନୋଟି ମାର୍ଗ ବା ଅବସ୍ଥାର ମାନ ଅନିଶ୍ଚିତ ବ୍ୟବହାର ଯୋଗୁଁ ନିମ୍ନକୁ ଖସି ଦି ୩୩/୧୦ ରୁ ଦି ୩୦/୧୨/୨୦ କୁ, ଦି ୩୦/୧୦ ରୁ ଦି ୨୭୧୨/୨୦ କୁ, ଦି ୨୭/୧୦ ରୁ ଦି ୨୪/୧୨/୨୦ କୁ ଏବଂ ବର୍ଷ ୩୩/୪ ରୁ ବ ୩୦/୫/୨ କୁ, ବ ୩୦/୪ ରୁ ବ ୨୬/୫/୨ କୁ, ବର୍ଷ ୨୭/୪ ରୁ ବ ୨୪/୫/୨ କୁ ଆସି ଗଲାଣି । ଏଥିପାଇଁ ଅନୁମାନ ହୁଏ, ତାଙ୍କର ପରମାୟୁର ପୂର୍ବାର୍ଦ୍ଧ ଶେଷ ସଂଖ୍ୟା ବ ୯୧, ୮୨, ୭୩ ବର୍ଷରୁ ଉର୍ଦ୍ଧ୍ୱ, ବର୍ଷ ୯୧/୩/୬ , ବ ୮୨/୩/୬ ଏବଂ ୭୩/୩/୬ ହାତରେ ଅଛି । ଉପରୋକ୍ତ ତିନୋଟି ସଂଖ୍ୟା ଭିତରୁ ମଧ୍ୟ ସଂଖ୍ୟାଟି କାର୍ଯ୍ୟକାରୀ ହୁଏ ।

 

ବର୍ତ୍ତମାନ ବୁଝି ଦେଖିଲେ ଏହି ବ୍ରହ୍ମଦୈବତ୍‍ଙ୍କର ଜୀବନ ମରଣ ସମୟ ଭିତରେ ସୌରାଦି ପୃଥିବୀ ମୋଟ ୩୨୮ ଜନ୍ମଲାଭ କରିବ । କିନ୍ତୁ ସେଥିରୁ ପ୍ରଥମ ପରାର୍ଦ୍ଧରେ ୧୭୬ ଜନ୍ମଲାଭ କରିବା ସ୍ଥଳେ, ୧୭୦ ଜନ୍ମ ଅତିବାହିତ କରିସାରି ବର୍ତ୍ତମାନ ୧୭୧ ଜନ୍ମର ବ ୮୩/୩/୬ ରୁ ବ ୭୮/୩/୬ ହୋଇଅଛି । ମାନବ ଗଣନାରେ ବ ୩୦୦୩୯ରୁ ବର୍ଷ ୨୮୫୭୯ ହୋଇଅଛି । କିନ୍ତୁ ବ୍ରହ୍ମଦୈବତ୍‍ଙ୍କର ପ୍ରଥମ ପରାର୍ଦ୍ଧରେ ସୌରାଦି ପୃଥିବୀର ଆରମ୍ଭ ସମୟର ମୋଟ ପରମାୟୁ ବ ୩୩୩୩୪ରୁ ବର୍ତ୍ତମାନ କକ୍ଷଚ୍ୟୁତ (ନୀର୍ଜୀବ, ଜଡ଼ ଓ ଜଳମଗ୍ନ) ଅବସ୍ଥାରେ ବ ୨୯୦୦ କଟିଯାଇ ପୁଣି ସେମାନେ କକ୍ଷାଶ୍ରୟ କରି ପୁନର୍ଜୀବନ ଧାରଣ କରନ୍ତି । ସେତିକିବେଳୁ ଏମାନେ ବ ୩୯୫ ପର୍ଯ୍ୟନ୍ତ ଗର୍ଭସ୍ଥ ଅର୍ଥାତ୍‍ ଜଳ ବେଷ୍ଟିତ ଭିତରେ ଥାଇ ଚେତନ ହୁଅନ୍ତି । ଅତଏବ ପୂର୍ବରେ ଯେଉଁ ପିଣ୍ଡୁଳାଟି ଚନ୍ଦ୍ର ବୋଲାଉ ଥାଏ, ସେ ଆସ୍ତେ ଆସ୍ତେ ତେଜୀୟାନ୍‍ ହୋଇ ସୂର୍ଯ୍ୟ ହୋଇଯାଏ । ଯେଉଁ ପିଣ୍ଡୁଳାଟି ସୂର୍ଯ୍ୟ ବୋଲାଉ ଥାଏ, ସେ ଆସ୍ତେ ଆସ୍ତେ ଶୀତଳ ହୋଇ ପୃଥିବୀ ଆଖ୍ୟାପାଏ ଏବଂ ଯେଉଁ ପିଣ୍ଡୁଳାଟି ପୃଥିବୀ ବୋଲାଉ ଥାଏ, ସେ ଆସ୍ତେ ଆସ୍ତେ ଉଜ୍ଜଳ ହୋଇ ଚନ୍ଦ୍ର ଆଖ୍ୟାପାଏ । କିନ୍ତୁ ବ ୩୯୫ ପରେ ଏମାନେ ପ୍ରକାଶ ପାଇ ଚନ୍ଦ୍ର, ସୂର୍ଯ୍ୟ, ଓ ପୃଥିବୀ ରୁପରେ ଦେଖାଯାନ୍ତି । ସେତିକିବେଳୁ ପୁଣି ପ୍ରଳୟ ପର୍ଯ୍ୟନ୍ତ ସେହି (ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀ) ମାନଙ୍କର ଜୀବନ ସମୟ ମାନବ ଗଣନାରେ ବ: ୩୦୦୩୯ । ଏଥି ଭିତରେ ପୃଥିବୀ ଦେହରେ ସ୍ତର ସ୍ତର ହୋଇ ଯେଉଁ ‘ଛ’ଟି ଜୀବସ୍ତର ଦ୍ୱାଦଶ ଅବତାର ଭାବରେ ଜାତ ହୁଅନ୍ତି;—ସେହି ଜୀବସବୁ ସ୍ଥାବର ଓ ଜଙ୍ଗମ ଭେଦରେ ଦୁଇ ପ୍ରକାର, ଯଥା:—ସ୍ଥାବର ଅଚଳ ଜୀବ ତୃଣାଦି ବୃକ୍ଷଲତା ରୂପରେ ଏବଂ ଜଙ୍ଗମ ଚଳନ୍ତଜୀବ ମତ୍ସ୍ୟାଦି, ପଶୁ, ମନୁଷ୍ୟ, ଋପରେ, ସ୍ତ୍ରୀ, ପୁରୁଷ ଭେଦଥାଇ ଦୁଇ ଶ୍ରେଣୀରେ ଦେଖାଯାନ୍ତି । ପ୍ରଥମେ ବ ୩୦୪୭ ୩/୪ ପର୍ଯ୍ୟନ୍ତ ବୀଜ, ମଞ୍ଜି ଓ ଜୀବ, କୀଟ ସୃଷ୍ଟି । ଦ୍ୱିତୀୟରେ ୨୯୪୮ ୩/୪ ଅର୍ଥାତ୍‍ ବ ୫୯୯୬ ୧/୨ ମଧ୍ୟରେ ବୀଜ, ମଞ୍ଜି ଓ ଜୀବ କୀଟରୁ ମତ୍ସ୍ୟ ପ୍ରାଣୀ ସୃଷ୍ଟି ହୁଏ । ତୃତୀୟରେ ବ ୨୮୪୯ ୩/୪ଅର୍ଥାତ୍‍ ବ ୮୮୪୬ ୧/୪ ମଧ୍ୟରେ ମତ୍ସ୍ୟ ପ୍ରାଣୀରୁ ପତଙ୍ଗ ପକ୍ଷୀ ସୃଷ୍ଟି । ଚତୁର୍ଥରେ ୨୭୫୦ ୩/୪ ଅର୍ଥାତ୍‍ ବ ୧୧୫୯୭ ମଧ୍ୟରେ ପତଙ୍ଗ ପକ୍ଷୀରୁ ସରିସୃପାଦି ସୃଷ୍ଟି । ପଞ୍ଚମରେ ବ ୨୬୫୧ ୩/୪ ଅର୍ଥାତ୍‍ ବ ୧୪୨୪୮ ୩/୪ ମଧ୍ୟରେ ସରିସୃପରୁ ପଶୁ ସୃଷ୍ଟି । ଷଷ୍ଠରେ ବ ୨୫୫୨ ୩/୪ ଅର୍ଥାତ୍‍ ବି ୧୬୮୦୧ ୧/୨ ମଧ୍ୟରେ ପଶୁରୁ ବାନର ସୃଷ୍ଟି । ସପ୍ତମରେ ବର୍ଷ ୨୪୫୩ ୩/୪ ଅର୍ଥାତ୍‍ ବର୍ଷ ୧୯୨୦୫ ୧/୪ ମଧ୍ୟରେ ବାନରରୁ ବଣମଣିଷ ସୃଷ୍ଟି । ଅଷ୍ଟମରେ ବର୍ଷ ୨୩୫୪ ୩/୪ ଅର୍ଥାତ୍‍ ବର୍ଷ ୨୧୬୧୦ ମଧ୍ୟରେ ବଣମଣିଷରୁ ଅନାର୍ଯ୍ୟ ବ୍ୟବହାର ସୃଷ୍ଟି । ନବମରେ ବର୍ଷ ୨୨୫୫ ୩/୪ ଅର୍ଥାତ ବର୍ଷ ୨୩୮୬୫ ୩/୪ ମଧ୍ୟରେ ଅନାର୍ଯ୍ୟ ବ୍ୟବହାରରୁ ଆର୍ଯ୍ୟ ସଭ୍ୟତା ସୃଷ୍ଟି ହୁଏ । ଦଶମରେ ବର୍ଷ ୨୧୫୬ ୩/୪ ଅର୍ଥାତ୍‍ ବର୍ଷ ୨୬୦୨୨ ୧/୨ ମଧ୍ୟରେ ଆର୍ଯ୍ୟ ସଭ୍ୟତାରୁ ରାଜଧର୍ମ ସୃଷ୍ଟି । ଏକାଦଶରେ ବ ୨୦୫୭ ୩/୪ ଅର୍ଥାତ୍‍ ବର୍ଷ ୨୮୦୮୦ ୧/୨ ମଧ୍ୟରେ ରାଜଧର୍ମରୁ କର୍ମ ଓ ଜ୍ଞାନ ସୃଷ୍ଟି । ଦ୍ୱାଦଶରେ ବ ୧୯୫୮ ୩/୪ ଅର୍ଥାତ୍‍ ବ ୩୦୦୩୯ ମଧ୍ୟରେ କର୍ମ ଓ ଜ୍ଞାନରୁ ବିଜ୍ଞାନ ଯନ୍ତ୍ର ସୃଷ୍ଟି ହୋଇ ଧ୍ୱଂସ ହୁଏ ।

 

ପୂର୍ବୋକ୍ତ ହିସାବରୁ ଅନୁମାନ ହୁଏ ଯେ, କର୍ମ ଓ ଜ୍ଞାନର ପ୍ରତୀକ ବୁଦ୍ଧଦେବଙ୍କର ଜନ୍ମ ସରିକି ପୃଥିବୀ ବ ୩୦୦୩୯ରୁ ୨୬୦୨୨ ୧/୨ ଭୋଗକଲାଣି । ଖ୍ରୀଷ୍ଟାବ୍ଦ ୩୯୫୬ ଶେଷକୁ ବୁଦ୍ଧଦେବ ଜନ୍ମହେବାର ୨୫୫୬ ୧/୨ ବର୍ଷ ହେଲାଣି । ଏହାକୁ ମିଶାଇ ବର୍ତ୍ତମାନ ପୃଥିବୀକୁ ବ ୨୮୫୭୯ ଭୋଗ ହେଉ ଅଛି । ଅତଏବ ପୃଥିବୀର ଜୀବନ କାଳର ପରମାୟୁ ୩୦୦୩୯ ବର୍ଷରୁ ଖ୍ରୀଷ୍ଟାବ୍ଦ ୧୯୫୬ ସରିକି ପ୍ରଳୟ ହେବାକୁ ଆଉ ୧୪୬୦ ବର୍ଷ ବାକି ଅଛି, ମାତ୍ର ବୁଝାଯାଉଛି ବିଜ୍ଞାନ ସ୍ତରର ବର୍ଷ ୧୦୫୮ ୩/୪ରୁ (ଖ୍ରୀଷ୍ଟାବ୍ଦ ୧୪୪୮ରେ ଆରମ୍ଭ ହୋଇ ୧୯୫୬) ଆଜକୁ ୪୯୮ ବର୍ଷ ଭୋଗ ହେଲାଣି । ଅର୍ଥାତ୍‍ ବିଜ୍ଞାନ ଚରମ ସୀମାରେ ପହଞ୍ଚିବାକୁ ଆଉ ୫୩୯ ବର୍ଷ ଲାଗିବ ।

Image